Odisha news

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ  

0
ବାଲିଗୁଡା: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେସରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ  କରିଛନ୍ତି I ଘଟଣା ରୁ ପ୍ରକାଶ ଯେ, ଟିକାବାଲି ଥାନା ଶଙ୍କରାଖୋଲା ଗ୍ରାମର ଗୋକୁଳାନନ୍ଦ ପ୍ରଧାନ ଙ୍କ ପୁଅ  ପ୍ରଭାକର ପ୍ରଧାନ,(୪୩) ପୂର୍ବରୁ ତିନୋଟି ଚୋରି ମାମଲାରେ କେଶ ନଂ.୧୫୮/୧୮  ଜି. ଉଦୟଗିରି ଥାନା,  ୪୯୬/୧୮ ବାଲିଗୁଡା ଥାନା, ୨୦୪/୨୦ ହିଞ୍ଜିଳିକାଟୁ ଥାନାରେ  ଅଭିଯୁକ୍ତ ହୋଇ ପୋଲିସ ହାତରୁ ଖସି ଫେରାର ଥିଲେ I ଗୁରୁବାର ଟିକାବାଲି ପୋଲିସ ଥାନା ଅଧିକାରୀ ସମୀର କୁମାର ବେହେରା ଙ୍କ ନେତୃତ୍ୱରେ ଏଏସଆଇ ଅବନୀ ପ୍ରଧାନ ଓ  ପଞ୍ଚାନନ ମଲିକ ସହଯୋଗରେ ସଦଳବଳ ଅଭିଯୁକ୍ତ ପ୍ରଭାକର ପ୍ରଧାନଙ୍କୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟ କୁ ଚାଲାଣ କରିଛନ୍ତି I
Govt
Leave A Reply