ଆଜିର ସମୟରେ ରାତିରେ ଡେରିରେ ଶୋଇବା ଓ ସକାଳୁ ଡେରିରେ ଉଠିବା ଗୋଟିଏ ଫେସନ ହୋଇଗଲାଣି, ଏହାର ମୁଖ୍ୟ କାରଣ ହେଉଛି ମୋବାଇଲ, ପ୍ରାୟ ସମସ୍ତେ ରାତିରେ ଡେରି ପର୍ଯ୍ୟନ୍ତ ମୋବାଇଲ ସ୍କ୍ରିନ କୁ ସ୍କ୍ରୋଲ କରୁଛନ୍ତି, ଯାହାଦ୍ୱାରା ସ୍ଲିପଙ୍ଗ ସାଇକେଲ ବିଗିଡି ଯାଉଛି, ସ୍କ୍ରିନ ରୁ ବାହାରୁଥିବା ବ୍ଲୁ ଲାଇଟ ମେଲାଟୋନିନ ହର୍ମୋନ ପ୍ରଡକ୍ସନ କୁ ହ୍ରାସ କରିଦେଉଛି, ଏହି ହର୍ମୋନ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ l
ଯାହାକୁ ନେଇ ନିଦ୍ରା ହେଉ ନଥିବା କିଛି ଲୋକଙ୍କୁ ନେଇ ଗୋଟିଏ ରିସର୍ଚ୍ଚ ଦିଲ୍ଲୀ ଏମ୍ସ ଦ୍ୱାରା ହୋଇଥିଲା, ଯେଉଁଥିରେ ନ୍ୟୁରୋମେଟ ଓ ନ୍ୟୁରୋଲୋଜି ର ଡାକ୍ତର ସମ୍ପୃକ୍ତ ଥିଲେ, ଏବଂ ଏହି ଗବେଷଣା ରେ କୁହାଯାଇ ଥିଲା ଯେ ବିଭିନ୍ନ କଣ୍ଠେଣ୍ଟ ଦେଖିବାରୁ ମସ୍ତିସ୍କ ଆକ୍ଟିଭ ରହିଥାଏ , ଏବଂ ଯେଉଁ କାରଣରୁ ଆରାମ ଦାୟକ ନିଦ ହୋଇପାରେ ନାହିଁ, ଏହାର ପ୍ରଭାବ ମେଣ୍ଟାଲ ହେଲ୍ଥ ଉପରେ ପଡିଥାଏ , ଏବଂ ଏହା ଆମକୁ ଟେନ୍ସନ ଓ ଡିପ୍ରେସନ ଆଡକୁ ଟାଣି ନେଇଥାଏ l
– ଏହି ରିସର୍ଚ୍ଚ ରେ କୁହାଯାଇଛି ଯେ ନିଦ୍ରା ଅଭାବରୁ ଆମେ ଷ୍ଟ୍ରୋକ ର ସମୁଖୀନ ହୋଇଥାଉ, ବ୍ରେନ ଷ୍ଟ୍ରୋକ ଓ ହାର୍ଟ ଷ୍ଟ୍ରୋକ କାରଣରୁ ଜୀବନ ହରିବାକୁ ମଧ୍ୟ ପଡିଥାଏ l ଗବେଷଣାରେ କୁହାଯାଇଛି ଖରାପ ନିଦ ପ୍ୟାଂଟର୍ନ ହାର୍ଟ ହେଲଥ କୁ ଖରାପ କରିଥାଏ l
– ଅଧିକ ସମୟ ପର୍ଯ୍ୟନ୍ତ ଯୁବପିଢ଼ି ରିଲସ ଦେଖୁଥିବା କାରଣରୁ ସ୍ମୃତି ଶକ୍ତି ହ୍ରାସ ପାଉଛି, ଏବଂ ପିଲାମାନେ କୌଣସି ଜିନିଷ ମନେରଖି ପାରୁ ନାହାନ୍ତି, ଯେଉଁ କାରଣରୁ ଶିଖିବାର କ୍ଷମତା ହ୍ରାସ ପାଉଛି l ଏବଂ ମୁଡ଼ ସ୍ବୀଙ୍ଗ ର ଶିକାର ହୋଇ ଜୀବନ ହାରିବା ଭଳି ପଦକ୍ଷେପ ନେଉଛନ୍ତି l
– ଭଲ ନିଦ ନହେବାରୁ ମସ୍ତିସ୍କ ଉପରେ ଗଭୀର ପ୍ରଭାବ ପଡିଥାଏ, ଯଦି ଆମେ କୌଣସି ଉତେଜିତ ଭିଡିଓ ଦେଖିଥାଉ ଆମ ମସ୍ତିଷ୍କ ଆଲର୍ଟ ହୋଇ ଯାଇଥାଏ, ଏବଂ ମସ୍ତିଷ୍କ ରିଲାକ୍ସ ହୋଇପାରେ ନାହିଁ, ଏବଂ ଶରୀରରେ କାର୍ଟି ସୋଲ ସ୍ତର ବଢି ଯାଇଥାଏ, ଯାହାକି ନିଡର ଗୁଣବତା କୁ ହ୍ରାସ କରିଥାଏ l