ଆଜି ହେଉଛି ମାର୍ଗଶିର ମାସର ପୂର୍ଣିମା ଓ ମାସର ଶେଷ ଗୁରୁବାର : ଏହିସବୁ ରାଶିର ବ୍ୟକ୍ତିଙ୍କ ଉପରେ ରହିବ ମା ଲକ୍ଷ୍ମୀଙ୍କ କୃପା
ଆଜି ହେଉଛି ପବିତ୍ର ମାର୍ଗଶୀର ମାସର ଶେଷ ଦିନ ମାର୍ଗଶିର ପୁର୍ଣିମା ଓ ମାର୍ଗଶିର ମାସର ଶେଷ ଗୁରୁବାର , ପ୍ରତିମାସର ଶେଷ ଦିନ ପୁର୍ଣିମା ରହିଥାଏ l ପୁର୍ଣିମା ପରଦିନ ଠାରୁ ଗୋଟିଏ ନୂଆ ମାସର ଆରମ୍ଭ ହୋଇଥାଏ l ଆଜିର ଦିନ ଟିର ହିନ୍ଦୁ ପଞ୍ଚାଙ୍ଗ ରେ ବିଶେଷ ମହତ୍ୱ ରହିଛି l ପୌରାଣିକ ମାନ୍ୟତା ଅନୁସାରେ ସତ୍ୟଯୁଗ ରୁ ମାର୍ଗଶିର ମାସରେ ଲକ୍ଷ୍ମୀ ପୂଜନ ଆରମ୍ଭ ହୋଇଥିଲା , ଜ୍ୟୋତିଷଶାସ୍ତ୍ର ଅନୁସାରେ ବର୍ଷ ର ଶେଷ ପୁର୍ଣିମା ଠାରୁ କିଛିଟା ବ୍ୟକ୍ତିଙ୍କ ଭାଗ୍ୟରେ ଭଲ ସମୟ ଆରମ୍ଭ ହେବାକୁ ଯାଉଛି l
ଚଳିତଥର ମାର୍ଗଶିର ପୂର୍ଣିମା କିଛି ବିଶେଷ ରହିଛି l ଚଳିତ ଥର ଶୁକ୍ଳଯୋଗ ଓ ବ୍ରହ୍ମ ଯୋଗ ରେ ଦୁର୍ଲଭ ସଂଯୋଗ ଘଟୁଛି l ଏବଂ ଏହିଦିନ ଟି ମଧ୍ୟ ଗୁରୁବାର ଅଟେ l
* ବର୍ଷର ଶେଷ ପୂର୍ଣିମା ମିଥୁନ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭପ୍ରଦ ଅଟେ l ଏହି ରାଶିର ବ୍ୟକ୍ତି ମାଲକ୍ଷ୍ମୀ ନିକଟରୁ ବିଶେଷ କୃପା ଲାଭ କରିବେ l ଏହିଦିନ ମିଥୁନ ରାଶିର ବ୍ୟକ୍ତି ନିହାତି ଦାନ କରିବା ଆବଶ୍ୟକ l
* ବର୍ଷର ଶେଷ ପୁର୍ଣିମା ଦିନଟି ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ଯେକୌଣସି ନୂତନ କାର୍ଯ୍ୟର ଆରମ୍ଭ କରିବା ଦ୍ୱାରା ଶୁଭଫଳ ଲାଭ ହେବ l ବ୍ୟବସାୟ ରେ ଲାଭ ମିଳିବ l ଏହିଦିନ ସିଂହ ରାଶିର ବ୍ୟକ୍ତି ସତ୍ୟନାରାୟଣ ପ୍ରଭୁଙ୍କ ମେଳା କରିବା ନିହାତି ଆବଶ୍ୟକ l
* ବର୍ଷର ଶେଷ ପୂର୍ଣିମା ମଧ୍ୟ ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଶୁଭ ଅଟେ l ତୁଳା ରାଶିର ବ୍ୟକ୍ତି ଏହିଦିନ ସ୍ନାନ ଦାନ କରିବାର ମହତ୍ୱ ରହିଛି l ଅଚାନକ ଧନପ୍ରାପ୍ତି ସୁଯୋଗ ମିଳିପାରେ l
* କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନଟି ଖୁବ ଶୁଭ ଅଟେ l ଆଜିର ଦିନ ଠାରୁ କୁମ୍ଭ ରାଶିର ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସଫଳତା ଲାଭ କରିବେ l ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ l ଆର୍ଥିକ ଅସୁବିଧା ଦୂର ହେବ l