Odisha news

ସର୍ଦ୍ଦାର ପଟେଲଙ୍କ ଆଦର୍ଶରୁ ପ୍ରେରଣା ନେଇ ଏକଜୁଟ୍ ହୋଇ କାର୍ଯ୍ୟ କରିବା – ଧର୍ମେନ୍ଦ୍ର ପ୍ରଧାନ

ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

0
• ଦେଶବାସୀଙ୍କୁ ‘ରାଷ୍ଟ୍ରୀୟ ଏକତା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ଭାରତରତ୍ନ ସର୍ଦ୍ଦାର ପଟେଲ ରାଷ୍ଟ୍ରନିଷ୍ଠା, ଅଦ୍ୱିତୀୟ ନେତୃତ୍ୱ ଏବଂ ଅଦମ୍ୟ ସଂକଳ୍ପ ବଳରେ ଅଖଣ୍ଡ ଭାରତର ନିର୍ମାଣ କରିଥିଲେ

ପାଟନା, ଅକ୍ଟୋବର ୩୧ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ପାଟନା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଲୌହପୁରୁଷ ତଥା ‘ଭାରତରତ୍ନ’ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଶ୍ରୀ ପ୍ରଧାନ ସମସ୍ତ ଦେଶବାସୀଙ୍କୁ ‘ରାଷ୍ଟ୍ରୀୟ ଏକତା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ସର୍ଦ୍ଦାର ପଟେଲଜୀ ନିଜର ଅତୁଟ ରାଷ୍ଟ୍ରନିଷ୍ଠା, ଅଦ୍ୱିତୀୟ ନେତୃତ୍ୱ ଏବଂ ଅଦମ୍ୟ ସଂକଳ୍ପ ବଳରେ ଅନେକ ରାଜ୍ୟକୁ ଏକ ସୂତ୍ରରେ ବାନ୍ଧି ଅଖଣ୍ଡ ଭାରତର ନିର୍ମାଣ କରିଥିଲେ । ତାଙ୍କର ଜୀବନ ଆମକୁ ଏହା ଶିକ୍ଷା ଦିଏ ଯେ ରାଷ୍ଟ୍ରର ଶକ୍ତି ଏକତାରେ ହିଁ ଅନ୍ତର୍ନିହିତ । ସେ ଭାରତୀୟ ରାଜନୀତିରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସହ ଦେଶର ଏକତା ପାଇଁ ଅସାଧାରଣ ପ୍ରୟାସ କରିଥିଲେ । ତାଙ୍କର ଦୂରଦୃଷ୍ଟି ଓ ନେତୃତ୍ୱ ଯୋଗୁଁ ଆଜି ଭାରତ ଏକ ଅଖଣ୍ଡ ରାଷ୍ଟ୍ର ଭାବରେ ଦଣ୍ଡାୟମାନ ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଥିଲେ,ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନରେ ‘ରନ୍ ଫର୍ ୟୁନିଟି’ ଆୟୋଜିତ ହେଉଛି । ଏହି ଦିନ ଦେଶବାସୀ ଏକଜୁଟ୍ ହୋଇ ସର୍ଦ୍ଦାର ପଟେଲଙ୍କ ନୀତିଗୁଡ଼ିକୁ ସମ୍ମାନ ଜଣାଇବା ସହ ଜାତୀୟ ଏକତା ଏବଂ ଅଖଣ୍ଡତା ପ୍ରତି ଆମର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛନ୍ତି । ତାଙ୍କ ଆଦର୍ଶରୁ ପ୍ରେରଣା ନେଇ ଏକ ବିକଶିତ ଏବଂ ଶକ୍ତିଶାଳୀ ଭାରତର ନିର୍ମାଣ ପାଇଁ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନେବାକୁ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।

 

Nalco
Leave A Reply