Odisha news

୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

0

ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ଶ୍ରୀମତୀ ନୀତା ଏମ୍. ଅମ୍ବାନୀ ଭାରତରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜନ ପାଇଁ ସୁପାରିଶକୁ ସ୍ବାଗତ କରି କହିଛନ୍ତି, “୨୦୩୦ ମସିହାରେ ଶତବାର୍ଷିକୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତର ସୁପାରିଶ ଭାରତର ବିଶ୍ୱସ୍ତରୀୟ କ୍ରୀଡ଼ା ଶକ୍ତି ହେବା ଯାତ୍ରାରେ ଏକ ଗୌରବମୟ ମାଇଲଖୁଣ୍ଟ। ଏହା ଆମ ଦେଶର କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଏବଂ ପ୍ରତିଭାର ଏକ ଉତ୍ସବ!

ମୁଁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଏବଂ ଏହି ଐତିହାସିକ ପ୍ରୟାସରେ ଅଟଳ ସମର୍ଥନ ପାଇଁ ତାଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ପ୍ରକାଶ କରୁଛି।

ଏହି ଗୌରବମୟ ମୁହୂର୍ତ୍ତ ଭାରତରେ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବା ନେଇ ଆମର ରହିଥିବା ସ୍ୱପ୍ନ ଦିଗରେ ଆଉ ଏକ ପଦକ୍ଷେପ।

ଜୟ ହିନ୍ଦ!”

Leave A Reply