Odisha news

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ତରଫରୁ ଆଭାସୀ କବିତା ସନ୍ଧ୍ୟା

0

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଆନୁକୁଲ୍ୟରେ ଶନିବାର ସନ୍ଧ୍ୟାର ଆଭାସୀ ମଞ୍ଚରେ ଏକ ରଙ୍ଗିନ କବିତା ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ, ସଙ୍ଗୀତ ଓ କବିତାର ଏହି ସାରଗର୍ଭୀୟ ସନ୍ଧ୍ୟା ଅନଲାଇନ ମାଧ୍ୟମରେ ସାରା ପୃଥିବୀରୁ ଓଡ଼ିଆ ସାହିତ୍ୟସ୍ନେହୀମାନଙ୍କୁ ଏକତ୍ର କରିଥିଲା ।

ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ସମର୍ପିତ ଭଜନ ଯାଜ୍ଞସେନି ପଣ୍ଡାଙ୍କ ସୁମଧୁର କଣ୍ଠରେ ଭଜନ ସାନ୍ଧ୍ୟ କାଳୀନ ସଭାକୁ ସଙ୍ଗୀତମୟ କରିଦେଇଥିଲା । ଏହାପରେ ଅନୁଷ୍ଠାନର ପୁରୋଧା ବୈଜ୍ଞାନିକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ସମାଜର କାର୍ଯ୍ୟକଳାପ ବିଷୟରେ ସମ୍ୟକ ବିବରଣୀ ଦେଇ ଆସରକୁ ଆରମ୍ଭ କରିଥିଲେ । ଆସରର ସମୀକ୍ଷକ ଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ବିଜୟଲଷ୍ମୀ ପଣ୍ଡା । ସଭାଟିକୁ ସୁନ୍ଦର ଭାବେ ସଂଯୋଜନା କରିଥିଲେ ମହାସ୍ମିତା ଓଝା ।

କବିତା ପାଠ କରିଥିବା ସୃଜନଶୀଳ କବିମାନଙ୍କ ମଧ୍ୟରେ ଥିଲେ –ଦିଲୀପ କୁମାର ତ୍ରିପାଠୀ, ଯାଜ୍ଞସେନି ପଣ୍ଡା, ଦୁର୍ଗେଶନନ୍ଦିନୀ ଦାଶ,  ସୁଦୂର ମାଲେସିଆରୁ ଡ଼ଃ ବୀଣାପାଣି ପ୍ରଧାନ, ତପସ୍ୱିନୀ ଷଡ଼ଙ୍ଗୀ, ପ୍ରଶାନ୍ତ କୁମାର ନାଥ, ପଣ୍ଡିତ ନାଗୁଚରଣ ଦେବତା, ସୁଦୂର ଲଣ୍ଡନରୁ ଜୟଶ୍ରୀ ପଣ୍ଡା, ଗୋଲକ ବିହାରି ପଲାଇ, ଉମାକାନ୍ତ ନାୟକ  ପ୍ରମୁଖ । ସଭାଟିକୁ ପରିଚାଳନା କରିଥିଲେ ବିଶ୍ୱ ଭାରତୀ ଦାଶ ଓ ତାପସ ରାଜ୍ ମହାରଣା, ଯେଉଁଠାରେ ଧନ୍ୟବାଦ ଜ୍ଞାପନ କରିଥିଲେ ଡ଼ଃ ବସନ୍ତ ମଞ୍ଜରୀ ଦାସ ।ଏହି ସାହିତ୍ୟସନ୍ଧ୍ୟାରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜର ଉପଦେଷ୍ଟା ଅଜୟ କେତନ ମହାନ୍ତିଙ୍କ ଉପସ୍ଥିତି ସମସ୍ତଙ୍କୁ ଉତ୍ସାହିତ କରିଥିଲା ।

ଏହିଭଳି ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ, ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ଭୂଗୋଳିକ ସୀମାକୁ ଟପି, ଓଡ଼ିଆ ସାହିତ୍ୟ ସ୍ନେହୀମାନଙ୍କୁ ଏକ ସୂତ୍ରରେ ବାନ୍ଧିବାରେ ସଫଳ ହେଉଛି ।

Leave A Reply