ଟ୍ରେଣ୍ଡସ ପକ୍ଷରୁ ‘ଟ୍ରେଣ୍ଡସ ସ୍ବାଗତମ ଶ୍ରୀଗଣେଶ’ ସହିତ ଗଣେଶ ପୂଜା ଉତ୍ସବ ପାଳନ
୩,୪୯୯ ଟଙ୍କାର କ୍ରୟ ସହିତ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର
ଭୁବନେଶ୍ୱର: ଗଣେଶ ପୂଜା ଉତ୍ସବ ପାଳନର ଆନନ୍ଦକୁ ଦ୍ବିଗୁଣିତ କରି ଭାରତର ସର୍ବବୃହତ ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ ର ପୋଷାକ ଏବଂ ଆସେସୋରିଜ୍ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡସ ପକ୍ଷରୁ ସ୍ୱତନ୍ତ୍ର ଉତ୍ସବ ଅଭିଯାନ ‘ସ୍ୱାଗତମ ଶ୍ରୀଗଣେଶ’ ଶୁଭାରମ୍ଭ ଘୋଷଣା କରାଯାଇଛି।
ଏହି ଅଭିଯାନର ଅଂଶ ଭାବରେ, ୩,୪୯୯ ଟଙ୍କା ଏବଂ ତଦୁର୍ଦ୍ଧ୍ୱ ମୂଲ୍ୟର କ୍ରୟ ସହିତ ଗ୍ରାହକମାନେ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇପାରିବେ, ଯାହା ଉତ୍ସବର ସପିଙ୍ଗକୁ ଅଧିକ ଲାଭଦାୟକ ଏବଂ ସ୍ମରଣୀୟ କରିବ।
ଟ୍ରେଣ୍ଡସ ଷ୍ଟୋରଗୁଡ଼ିକ ଭାରତରେ ଫ୍ୟାଶନକୁ ସହଜଲବ୍ଧ କରିବା ସହିତ ମେଟ୍ରୋ, ମିନି ମେଟ୍ରୋ, ଟାୟାର ୧, ୨ ସହର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହାର ଉପସ୍ଥିତିକୁ ସୁଦୃଢ଼କରିବାରେ ବେଶ ଆଗରେ ରହିଛି ଏବଂ ଭାରତର ସବୁଠାରୁ ପ୍ରିୟ ଫ୍ୟାଶନ ଗନ୍ତବ୍ୟସ୍ଥଳ ଭାବରେ ଉଭା ହୋଇଛି।
ଟ୍ରେଣ୍ଡସ ଷ୍ଟୋରଗୁଡ଼ିକ ଆଧୁନିକ ପରିବେଶ ସହିତ ଏକ ଅଭିନବ ସପିଂ ଅନୁଭୂତି ଏବଂ ପ୍ରତ୍ୟେକ ଅଞ୍ଚଳର ପସନ୍ଦ ଅନୁଯାୟୀ ପ୍ରସ୍ତୁତ ଉଚ୍ଚମାନର ଫ୍ୟାଶନ୍ ସାମଗ୍ରୀର ଏକ ବ୍ୟାପକ ସମ୍ଭାର ସୁଲଭ ମୂଲ୍ୟରେ ପ୍ରଦାନ କରିଥାଏ। ଗ୍ରାହକମାନେ ମହିଳାଙ୍କ ପୋଷାକ, ପୁରୁଷଙ୍କ ପୋଷାକ, ପିଲାମାନଙ୍କ ପୋଷାକ ଏବଂ ଫ୍ୟାଶନ୍ ଆସେସୋରିଜ୍ ଇତ୍ୟାଦିର ଏକ ଆନନ୍ଦଦାୟକ ଉତ୍ସବ ସପିଂ ଅନୁଭୂତି ନେଇପାରିବେ।
‘ଟ୍ରେଣ୍ଡସ ସ୍ୱାଗତମ୍ ଶ୍ରୀଗଣେଶ’ ଅଭିଯାନ ସହିତ, ଏହି ବ୍ରାଣ୍ଡ ଏହାର ଗ୍ରାହକମାନଙ୍କୁ ଫ୍ୟାଶନ୍, ଉତ୍ସବ ଏବଂ ଅତୁଳନୀୟ ମୂଲ୍ୟ ସହିତ ଗଣେଶ ପୂଜା ପାଳନ କରିବାକୁ ଆମନ୍ତ୍ରଣ କରୁଛି