Odisha news

ଟ୍ରମ୍ପ ଙ୍କ ବିରୁଦ୍ଧରେ ମୁହଁ ଖୋଲିଲା ଚୀନ , କାହିଁକି ଗୁରୁତ୍ୱପୂର୍ଣ ଅଟେ ଅଜିତ ଡୋଭାଲ ଏବଂ ଚୀନ ବିଦେଶମନ୍ତ୍ରୀ ଙ୍କ ସାକ୍ଷାତକାର

0

ଚୀନ ବିଦେଶମନ୍ତ୍ରୀ ବାଙ୍ଗ ୟୀ ୨ଦିନ ପାଇଁ ଭାରତ ଗସ୍ତରେ ଆସିଛନ୍ତି, ଏହିସମୟ ରେ ସେ ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ସହିତ ସାକ୍ଷାତ କରିଛନ୍ତି, ଏହି ସାକ୍ଷାତକାର ଏଭଳି ସମୟ ରେ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ଉପରେ ଟାରିଫ ମାଡ଼ କରିଛନ୍ତି, ଟ୍ରମ୍ପ ଙ୍କର ଏହି ପଦକ୍ଷେପ ଭାରତ ଓ ଚୀନ ମଧ୍ୟରେ ନିବିଡ଼ତା କୁ ଯୋଡି ଆଲୋଚନା ଚାଲିଛି l

ନିୟୁଜ ଏଜେନ୍ସି ଏଏନଆଇ ରେ ବାହାରିଥିବା ରିପୋର୍ଟ ଅନୁସାରେ, ମଙ୍ଗଳବାର ଦିନ ଚୀନ ର ବିଦେଶମନ୍ତ୍ରୀ ବାଙ୍ଗ ୟୀ ଦିଲ୍ଲୀର ହାଇଦ୍ରାବାଦ ହାଉସ ରେ ଭାରତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଙ୍କୁ ସାକ୍ଷାତ କରିଛନ୍ତି, ଏହିସମୟ ରେ ଉଭୟଙ୍କ ମଧ୍ୟରେ ଭାରତ-ଚୀନ ସୀମା ବିବାଦ କୁ ନେଇ ୨୪ ତମ ବିଶେଷ ପ୍ରତିନିଧିମଣ୍ଡଳ ଙ୍କ ଉପସ୍ଥିତି ରେ ସାକ୍ଷାତକାର ହୋଇଥିଲା l ବାଙ୍ଗ ୨ଦିନିଆ ଗସ୍ତରେ ଷୋମବାର ଦିନ ଆସି ଭାରତରେ ପହଂଚିଛନ୍ତି l ଏବଂ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ସାକ୍ଷାତ କରିବେ l

କଣ ରହିଛି ଏହି ସାକ୍ଷାତକାର ର ଉଦେଶ୍ୟ –
– ଭାରତ-ଚୀନ ୨୦୨୪ ରେ ବ୍ରୀକ୍ସ ଶିଖର ସମ୍ୱିଲ୍ଲନି ପରେ LAC  ରେ ସୈନ୍ୟ ବ୍ୟବସ୍ଥାକୁ ନେଇ ରାଜିନାମା ରେ ସ୍ଵାକ୍ଷର ହୋଇଥିଲା, ବାଙ୍ଗ ୟୀ ଓ ଡୋଭାଲ ଙ୍କ ସାକ୍ଷାତକାର ଉତେଜନା କୁ କମ କରିବା ପାଇଁ ଉଭୟ ଦେଶ ଙ୍କ ପାଇଁ ଜରୁରୀ ଅଟେ l
– ମିଳିଥିବା ସୂଚନା ଅନୁସାରେ ଚୀନ ଭାରତର ଟନେଲ, ବୋରିଂ ମେସିନ ସହିତ ବିଭିନ୍ନ ସମସ୍ୟାର ସମାଧାନ ମେସିନ ସମସ୍ୟା ଦୂର କରିବାର ଚିନ୍ତା ଦୂର କରିବ ବୋଲି ପ୍ରତିଶୃତି ଦେଇଛି, ଏବଂ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୃଦ୍ଧିକୁ ନେଇ ଚର୍ଚା ଚାଲିଛି l
– କିଛି ବିସ୍ଲେସଜ୍ଞ ଙ୍କ ମତରେ ଭାରତ ଓ ଚୀନ ଙ୍କର ଏହି ସାକ୍ଷାତକାର ଓ ନିବିଡ଼ତା ଦ୍ୱାରା ଟ୍ରମ୍ପ ଙ୍କର ଟାରିଫ ନୀତି ବିରୁଦ୍ଧରେ ଗୋଟିଏ ରଣନୀତି ହେବ, ଯଦି ଭାରତ-ରୁଷ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଯାଏ ତେବେ ବିଶ୍ୱ ମଞ୍ଚରେ ଶକ୍ତିଶାଳୀ ହେବ l

Leave A Reply