* କିପରି କରିବେ ଏକାଦଶୀ ବ୍ରତ ?
– ଏକାଦଶୀ ଉଭୟ ସ୍ୱାମୀ ସ୍ତ୍ରୀ ମିଳିତ ଭାବରେ କରିବା ଜରୁରୀ l
– ଏକାଦଶୀ ଦିନ କୌଣସି ରନ୍ଧା ଯାଇଥିବା ଜିନିଷ ଖାଇବା ଉଚିତ ନୁହେଁ l
– ଏହିଦିନ ବିଶେଷ ଭାବରେ ଫଳ କୁ ନିଜ ଭୋଜନ ରେ ସାମିଲ କରିବା ଜରୁରୀ l
– ଏକାଦଶୀ ରେ ଭଗବାନ ବିଷ୍ଣୁ ଙ୍କ ସହିତ ଲକ୍ଷ୍ମୀ ଙ୍କୁ ମଧ୍ୟ ମିଳିତ ଭାବରେ ପୂଜା କରାଯିବା ଦ୍ୱାରା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତି ହୋଇଥାଏ l
– ଦରିଦ୍ରତା ରୁ ମୁକ୍ତି ମିଳିଥାଏ , ଯାହାଦ୍ୱାରା ଜୀବନ ସୁଖମୟ ହୋଇଥାଏ l
କଣ ରହିଛି ଏହି ଏକାଦଶୀ ର ମହତ୍ୱ –
ପୌରାଣିକ କଥା ଅନୁସାରେ ରାଜା ହରିଶ୍ଚନ୍ଦ୍ର ଖୁବ ପ୍ରତାପୀ , ଦୟାଳୁ ଏବଂ ସତ୍ୟବାଦୀ ରାଜା ଥିଲେ, କିଛି ଖରାପ ପରିସ୍ଥିତି କାରଣରୁ ତାଙ୍କର ସାରା ସାମ୍ରାଜ୍ୟ ମଧ୍ୟ ତାଙ୍କ ହାତରୁ ଚାଲିଯାଇଥିଲା, ଏପରିକି ତାଙ୍କର ସ୍ତ୍ରୀ- ପୁତ୍ର ପରିବାର ମଧ୍ୟ ତାଙ୍କଠାରୁ ଦୁରେଇ ଯାଇଥିଲେ, ସେ ନିଜକୁ ଗୋଟିଏ ଚଣ୍ଡାଳ ଘରେ ଚାକିରୀ କରିଥିଲେ, ଗୋଟିଏ ଦିନ ରାଜା ହରିଶ୍ଚନ୍ଦ୍ର ଖୁବ ଦୁଃଖିତ ଥିଲେ, ସେହି ସମୟ ରେ ସେହିବାଟ ଦେଇ ଗୌତମ ରୁଷି ଯାଉଥିଲେ, ଯେତେବେଳେ ରୁଷି ରାଜାଙ୍କୁ ଦୁଖୀ ଦେଖିଥିଲେ, ଏବଂ ତାଙ୍କୁ ତାଙ୍କ ଦୁଃଖର କାରଣ ପଚାରି ଥିଲେ l ସେହି ସମୟ ରେ ରାଜା ନିଜର ସମସ୍ତ ବ୍ୟଥା ରୁଷି ଗୌତମ ରୁଷି ଙ୍କୁ କହିଥିଲେ, ଏବଂ ଏହି ପିଡାରୁ ମୁକ୍ତି ର ଉପାୟ ମଧ୍ୟ ପଚାରିଥିଲେ, ସେତେବେଳେ ରୁଷି ରାଜା ଙ୍କୁ ଏକାଦଶୀ ର ବ୍ରତ କରିବାକୁ କହିଥିଲେ, ବ୍ରତ ପ୍ରଭାବ ରୁ ତୁମ ଜୀବନ ର ସମସ୍ତ ପାପ ନଷ୍ଟ ହୋଇଯିବ,ଏବଂ ସମସ୍ତ ପୀଡା ରୁ ମୁକ୍ତି ମିଳିବ l
ଏବଂ ଗୌତମ ଋଷିଙ୍କ କଥା ଶୁଣି ହରିଶ୍ଚନ୍ଦ୍ର କାଳୀୟଦଳନ ଏକାଦଶୀ ବିଧିବିଧାନ ଭାବରେ କରିଥିଲେ, ଏବଂ ଏହିଦିନ ଫଳ ଆହାର କରିବା ଜରୁରୀ, ହରିଶ୍ଚନ୍ଦ୍ର ଏହିଦିନ ରାତି ରେ ଉଜାଗର ରହି ବିଷ୍ଣୁ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ, ଏବଂ ବିଷ୍ଣୁଙ୍କ ଆଶୀର୍ବାଦ ରୁ ହରିଶ୍ଚନ୍ଦ୍ର ଙ୍କର ସମସ୍ତ ପାପ ଦୂର ହୋଇଥିଲା, ଏବଂ ତାଙ୍କୁ ତାଙ୍କର ରାଜ ପାଟ ମଧ୍ୟ ଫେରି ପାଇଥିଲେ l ଏବଂ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଙ୍କୁ ବୈକୁଣ୍ଠ ପ୍ରାପ୍ତି ହୋଇଥିଲା l