ସମବାୟ ସମିତିସମୂହର ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍ ବିକଶିତ କରିବାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ନେତୃତ୍ୱ ଅଧୀନରେ ମନ୍ତ୍ରଣାଳୟର ନିରଳସ ପ୍ରୟାସ ବାସ୍ତବିକ ପ୍ରଶଂସନୀୟ
ସମବାୟ କ୍ଷେତ୍ରରେ ୬୦ରୁ ଅଧିକ ଉଲ୍ଲେଖନୀୟ ପ୍ରୟାସ ହାତକୁ ନିଆଯାଇଛି ନୂତନ ସମବାୟ ମନ୍ତ୍ରଣାଳୟ ଗଠିତ ହେବା ଦିନଠାରୁ ଚାରିବର୍ଷ ମଧ୍ୟରେ ଏହି କ୍ଷେତ୍ରର ଆଶାତୀତ ପ୍ରଗତି ପରିଲକ୍ଷିତ ହୋଇଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ‘ସହକାର ସେ ସମୃଦ୍ଧି’ ଲକ୍ଷ୍ୟକୁ ସାକାର କରିବା ଦିଗରେ କେନ୍ଦ୍ର ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରୟାସକୁ ଛାଡିନାହାନ୍ତି । ନୂତନ ମନ୍ତ୍ରଣାଳୟ ଗଠିତ ହେବା ପରବର୍ତ୍ତୀ ଚାରିବର୍ଷ ମଧ୍ୟରେ ସମବାୟ କ୍ଷେତ୍ରରେ ରୂପାନ୍ତରଣକାରୀ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଶ୍ରୀ ଶାହଙ୍କ ନେତୃତ୍ୱ ଅଧୀନରେ ସମବାୟ ଆନେ୍ଦାଳନ କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାଗୁଡିକ ଚିହ୍ନଟ କରାଯାଇ ସେଗୁଡିକର ସମାଧାନ କରାଯିବା ସହିତ ଏହି କ୍ଷେତ୍ରକୁ ଏକ ନୂତନ ଦିଶା ପ୍ରଦାନ ନିମନ୍ତେ ଉଲ୍ଲେଖଯୋଗ୍ୟ ସଂସ୍କାର ପ୍ରଚଳନ କରାଯାଇଛି । ଭାରତର ସମବାୟ ଆନେ୍ଦାଳନ କ୍ଷେତ୍ରରେ ଏହାକୁ ଦ୍ୱିତୀୟ ଆନେ୍ଦାଳନ କହିଲେ ଅତୁ୍ୟକ୍ତି ହେବନାହିଁ । ଏହି ସମୟ ମଧ୍ୟରେ ୬୦ଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।
ଶ୍ରୀ ଶାହଙ୍କ ଅଧୀନରେ ସମବାୟ ସମିତିସମୂହର ଏକ ଡାଟାବେସ୍ ସୃଷ୍ଟି କରିବାରେ ମନ୍ତ୍ରଣାଳୟର ନିରଳସ ପ୍ରୟାସ ଉଚ୍ଚ ପ୍ରଶଂସନୀୟ । ମଡେଲ ବାଇ-ଲ’ ଠାରୁ ନେଇ ଶୀର୍ଷ ସ୍ତରର ସଂଗଠନଗୁଡିକ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରାଯାଇଛି । ଦେଶର ପ୍ରତ୍ୟେକ ଗ୍ରାମରେ ସମବାୟର ପହଞ୍ଚକୁ ସମ୍ପ୍ରସାରିତ କରିବା ନିମନ୍ତେ କୃଷି, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଏବଂ ଲବଣ ପାକ୍ଓ ସମେତ ଅତିରିକ୍ତ ୨୦୦,୦୦୦ ପାକ୍ସ୍ (ପ୍ରାଇମେରୀ ଏଗ୍ରିକଲ୍ଚରାଲ କ୍ରେଡିଟ ସୋସାଇଟିଜ୍) ସ୍ଥାପନ କରିବା ଲକ୍ଷ୍ୟ ରଖାଯାଇଛି ।
ସମବାୟ ସମିତିଗୁଡିକରେ ସ୍ୱଚ୍ଛତା ଏବଂ ପାରଦର୍ଶିତା ସୁନିଶ୍ଚିତ କରିବାକୁ ପାକ୍ସ୍ଗୁଡିକର କଂପୁ୍ୟଟରୀକରଣ ତ୍ୱରାନ୍ୱିତ କରାଯାଇଛି । ରାଜ୍ୟଗୁଡିକ ସହଭାଗୀତାରେ ସମବାୟ ସଂସ୍ଥାଗୁଡିକର ପୁନରୁଦ୍ଧାର ନେତୃତ୍ୱ ଶ୍ରୀ ଶାହ ନେଇଛନ୍ତି । ଅଦରକାରୀ ସମବାୟ ଆଇନଗୁଡିକୁ ଉପଯୁକ୍ତ ଭାବରେ ସଂଶୋଧନ କରାଯାଇଛି ଏବଂ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି ।
ସମବାୟ କ୍ଷେତ୍ରରେ ଆଇନଗତ ସଂସ୍କାରର ଅଂଶସ୍ୱରୂପ ବହୁ-ରାଜ୍ୟ ସମବାୟ ସମିତିସମୂହ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି । ସମବାୟ ସମିତିଗୁଡିକରେ ନିର୍ବାଚନ କାର୍ଯ୍ୟ ତଦାରଖ କରିବାକୁ ଏକ ପୃଥକ କେନ୍ଦ୍ରୀୟ ସମବାୟ ନିର୍ବାଚନ ପ୍ରାଧିକରଣ ସ୍ଥାପନ କରାଯାଇଛି ।
ପାକ୍ସ୍ଗୁଡିକୁ ସଶକ୍ତ କରିବା ପାଇଁ ସେଗୁଡିକୁ ବ୍ୟବସାୟିକ କାର୍ଯ୍ୟକଳାପ, ବିଭିନ୍ନ ମନ୍ତ୍ରଣାଳୟର ସମନ୍ୱୟକାରୀ ଯୋଜନାଗୁଡିକ ସହିତ ସଂଯୁକ୍ତ କରାଯାଇଛି । ସମବାୟ ଆନେ୍ଦାଳନକୁ ଯୁବବର୍ଗଙ୍କୁ ଆକୃଷ୍ଟ କରିବାକୁ ଅନେକ ପ୍ରୟାସ ହାତକୁ ନିଆଯାଇଛି । ସମବାୟ ସମିତିଗୁଡିକରେ ତାଲିମପ୍ରାପ୍ତ ଓ କୁଶଳୀ ଯୁବବର୍ଗଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ସରକାର ଦେଶର ପ୍ରଥମ ତ୍ରିଭୂବନ କୋଅପରେଟିଭ ୟୁନିଭରସିଟି ସ୍ଥାପନ କରିଛନ୍ତି ଯାହା ଚଳିତ ଶିକ୍ଷାବର୍ଷରୁ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିବ । ଏହି ବିଶ୍ୱବିଦ୍ୟାଳୟ ସମବାୟ ପରିଚାଳନା, ନେତୃତ୍ୱ, ଔଦ୍ୟୋଗିକତା, ଡିଜିଟାଲ ଗଭର୍ଣ୍ଣାନ୍ସ ଏବଂ ନୀତି ନିର୍ଦ୍ଧାରଣ ଆଦି କ୍ଷେତ୍ରରେ ଛାତ୍ର ଛାତ୍ରୀ ଓ ସମବାୟ ବୃତ୍ତିଧାରୀଙ୍କୁ ତାଲିମ ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିବ । ଏହି ବିଶ୍ୱବିଦ୍ୟାଳୟ ଜରିଆରେ ସମବାୟ ବ୍ୟାଙ୍କ, ବିପଣନକାରୀ ମହାସଂଘ, ହାଉସିଂ ସୋସାଇଟି, କୃଷିଭିତ୍ତିକ ସେବା ସମବାୟ ସମିତିସମୂହ ଏବଂ ଅନ୍ୟ କ୍ଷେତ୍ରଗଡିକରେ କୁଶଳୀ ମାନବ ସମ୍ବଳର ଚାହିଦା ସଫଳତାର ସହିତ ପୂରଣ ହୋଇପାରିବ ।
ସରକାରୀ ମାଲିକାନାଧୀନ ଚିନିକଳଗୁଡିକ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡିକ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଶାହ ସୁନିଶ୍ଚିତ କରିଛନ୍ତି ଯେ ସେମାନେ ଘରୋଇ ଓ ରାଷ୍ଟ୍ରାୟତ୍ତ କାରଖାନାଗୁଡିକ ସହିତ ସମାନ ସୁଯୋଗ ଲାଭ କରିବେ । ଆୟକର ବ୍ୟବସ୍ଥାକୁ ଯୁକ୍ତିସଂଗତ କରାଯାଇଛି ଏବଂ ସେମାନଙ୍କର ଆର୍ଥିକ ପ୍ରତିବନ୍ଧକଗୁଡିକ ସମାଧାନ କରାଯାଇଛି ।
ବିହନ, ରପ୍ତାନି ଏବଂ ଜୈବିକ ଆଦି ଉପରେ ଦୃଷ୍ଟିନିବଦ୍ଧ କରୁଥିବା ତିନିଟି ରାଷ୍ଟ୍ରୀୟ ସ୍ତରର ସମବାୟ ସମିତି ସ୍ଥାପନ କରାଯାଇଛି, ଯେଉଁଗୁଡିକ କୃଷକଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଅବଦାନ ରଖୁଛନ୍ତି । ଭାରତର ଖାଦ୍ୟ ନିରାପତ୍ତା ଆବଶ୍ୟକତା ପରିପ୍ରେକ୍ଷୀରେ ସମବାୟ କ୍ଷେତ୍ର ବିଶ୍ୱର ସର୍ବବୃହତ ଶସ୍ୟ ମହଜୁଦ ପ୍ରୟାସ ହାତକୁ ନେଇଛି । ଗ୍ରାମ ପଞ୍ଚାୟତ ସ୍ତରରେ ମହଜୁଦ ସୁବିଧା ସୃଷ୍ଟି କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ଏହାର ପାଇଲଟ ପ୍ରକଳ୍ପ ଇତିମଧ୍ୟରେ ସମ୍ପୂର୍ଣ୍ଣ ହେବାସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଚାଲିଛି ।
କୃଷକମାନେ ସମ୍ମୁଖୀନ ହେଉଥିବା ଚାଲେଞ୍ଜଗୁଡିକ ଲାଘବ କରିବା ନିମନ୍ତେ ସହକାରିତା ମନ୍ତ୍ରଣାଳୟ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି)ରେ କୃଷକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ କ୍ରୟ କରିବାକୁ ସମବାୟ ସମିତିଗୁଡିକୁ କ୍ଷମତା ପ୍ରଦାନ କରିଛି । ନାଫେଡ ଏବଂ ଏନ୍ସିସିଏଫ ଭଳି ସମବାୟ ସଂଗଠନଗୁଡିକ ସମ୍ପ୍ରତି ଡାଲି ଓ ତୈଳବୀଜର ଏମଏସ୍ପି ଆଧାରରେ ସଂଗ୍ରହ ସୁନିଶ୍ଚିତ କରୁଛନ୍ତି ।
ସରକାରୀ ପ୍ରୟାସ କ୍ଷେତ୍ରରେ ସମବାୟ ବ୍ୟାଙ୍କଗୁଡିକ ସମ୍ପ୍ରତି ରାଷ୍ଟ୍ରାୟତ୍ତ ଓ ଘରୋଇ କ୍ଷେତ୍ର ବ୍ୟାଙ୍କଗୁଡିକ ନିମନ୍ତେ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି । ସେମାନଙ୍କୁ ନୂତନ ଶାଖା ଖୋଲିବା ଏବଂ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ସମ୍ପ୍ରସାରଣ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଋଣ ପ୍ରଦାନ କ୍ଷେତ୍ରରେ ନ୍ୟାସନାଲ କୋଅପରେଟିଭ ଡେଭେଲପମେଣ୍ଟ କର୍ପୋରେସନ (ଏନସିଡିସି) ଉଲ୍ଲେଖନୀୟ ବୃଦ୍ଧି ଲକ୍ଷ୍ୟ କରିବା ସହିତ ଚଳିତ ଆର୍ଥିକ ବର୍ଷ ନିମନ୍ତେ ରଖାଯାଇଥିବା ଲକ୍ଷ୍ୟ ୧.୭୫ ଲକ୍ଷ କୋଟି ଟଙ୍କା ହାସଲ ହେବାର ନିକଟବର୍ତ୍ତୀ ହୋଇଛି । ଏହା ସମବାୟ ପ୍ରତିଷ୍ଠାନଗୁଡିକର ଆର୍ଥିକ ସାମର୍ଥ୍ୟକୁ ଉଲ୍ଲେଖନୀୟ ଭାବରେ ମଜଭୁତ କରିଛି ।
ବିଗତ ଚାରିବର୍ଷ ମଧ୍ୟରେ ସହକାରିତା ମନ୍ତ୍ରଣାଳୟ ୬୦ରୁ ଅଧିକ ଯୁଗାନ୍ତକାରୀ ପ୍ରୟାସ ହାତକୁ ନେଇଛି ଏବଂ ଏହାଦ୍ୱାରା ସମଗ୍ର ଦେଶରେ ସମବାୟ ସମିତିଗୁଡିକ ଉପକୃତ ହୋଇଛନ୍ତି ।
ଭାରତର ଏକ ସମୃଦ୍ଧ ଏବଂ ପ୍ରଭାବୀ ସମବାୟ ଆନେ୍ଦାଳନ ପରମ୍ପରା ରହିଛି ଯାହା ବିଶେଷକରି ଗ୍ରାମାଞ୍ଚଳ ଏବଂ କୃଷି-ଭିତ୍ତିକ ଅର୍ଥନୀତି କ୍ଷେତ୍ରରେ ସାମାଜିକ-ଅର୍ଥନୈତିକ ରୂପାନ୍ତରଣ ଆଣିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆଜି ଦେଶରେ ୮୫୦,୦୦୦ରୁ ଅଧିକ ସମବାୟ ସମିତି ରହିଛି ଏବଂ ସେଗୁଡିକରେ ପ୍ରାୟ ୨୯୦ ନିୟୁତରୁ ଅଧିକ ନାଗରିକ ଅଂଶଗ୍ରହଣ କରୁଛନ୍ତି । ଏହି ସମିତିଗୁଡିକ କୃଷି ଉତ୍ପାଦନ, ଗ୍ରାମାଞ୍ଚଳରେ ଅର୍ଥଲଗାଣ, ବାସଗୃହ, ବିପଣନ, ଉପଭୋକ୍ତା ସେବା, ଦୁଗ୍ଧ ଉତ୍ପାଦନ କ୍ଷେତ୍ର, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ ଶିଳ୍ପରେ ସକ୍ରିୟ ଭାବରେ ନିୟୋଜିତ ରହିଛନ୍ତି ।