Odisha news

ନାଲକୋରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

0

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଭୁବନେଶ୍ୱର ସ୍ଥିତ କର୍ପୋରେଟ କାର୍ଯ୍ୟାଳୟ ଏବଂ ଦେଶର ସମସ୍ତ ୟୁନିଟ ତଥା କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକରେ ହର୍ଷୋଲ୍ଲାସ ଏବଂ ଦେଶ ପ୍ରେମର ଭାବନା ସହିତ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।
କର୍ପୋରେଟ କାର୍ଯ୍ୟାଳୟରେ,ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ,ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଏହା ସହିତ ଉପସ୍ଥିତ କର୍ମଚାରୀ ଏବଂ ଅତିଥିଙ୍କ ଦ୍ୱାରା ସମୂହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ସମାବେଶକୁ ସମ୍ବୋଧିତ କରିବା ଅବସରରେ ସିଏମଡି ଶ୍ରୀ ସିଂହ ନାଲକୋ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଦେଶପ୍ରତି ସେମାନଙ୍କର ସମର୍ପଣକୁ ସୁଦୃଢ଼ କରିବା ସହ, ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଏବଂ ଉତ୍କର୍ଷତାର ପରବର୍ତ୍ତୀ ସ୍ତରରେ ପହଞ୍ଚିବାକୁ ସେ ଆହ୍ୱାନ ଦେଇଥିଲେ।
ନାଲକୋ ସିଏସଆର କାର୍ଯ୍ୟକ୍ରମ ଦ୍ୱାରା ଆଦିବାସୀ ପିଲାମାନଙ୍କ ନିମନ୍ତେ ପରିଚାଳିତ ଆବାସିକ ଶିକ୍ଷା କାର୍ଯ୍ୟକ୍ରମ’ଇନ୍ଦ୍ରଧନୁଷ’ ର ଛାତ୍ର ଛାତ୍ରୀମାନେ ଏହି ଅବସରରେ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ। କିସ ବିଦ୍ୟାଳୟରୁ ଆସିଥିବା ଏହି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ଚିତ୍ତାକର୍ଷକ ଦେଶାତ୍ମବୋଧକ ଏବଂ ଆଦିବାସୀ ନୃତ୍ୟ ପରିବେଷଣ କରା ଯାଇଥିଲା।

IEC 2 years
Leave A Reply