ଭାରତକୁ ଇଂରେଜ ମାନେ ୨ଶହ ବର୍ଷରୁ ଉର୍ଧ୍ଵ ରାଜୁତି କରିଛନ୍ତି, ଭାରତ ମାତା ର ବୀର ପୁତ୍ର ମାନେ ଇଂରେଜ ସରକାର କବଳ ରୁ ଦେଶକୁ ମୁକ୍ତ କରିବା ପାଇଁ ପଣ କରିଥିଲେ, ଏବଂ ଦେଶ ମାତୃକା ପାଇଁ ନିଜ ଜୀବନ ମଧ୍ୟ ଦେଇଥିଲେ l ଏବଂ ଏହାପରେ ଅଗଷ୍ଟ ୧୫ ୧୯୪୭ କୁ ଭାରତ ନିଜର ସ୍ୱାଧୀନତା ଲାଭ କରିଥିଲା l ଏହିଦିନ ପ୍ରତ୍ୟେକ ଭାରତୀୟ ହର୍ଷ ଉଲ୍ଲାସ ର ସହିତ ନିଜ ଦେଶର ସ୍ୱାଧୀନତା ପାଳନ କରିଥାଆନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି ଭାରତର ଗୋଟିଏ ଏଭଳି ଦେଶ ରହିଛି ଯେଉଁଠି ୧୪ ଅଗଷ୍ଟ ରେ ତ୍ରିରଙ୍ଗା ପତାକା ଉଡ଼ିଥାଏ l
କେଉଁଠି ଅଗଷ୍ଟ ୧୪ ରେ ତ୍ରିରଙ୍ଗା ପତାକା ଉଡ଼ିଥାଏ –
ବିହାର ରାଜ୍ୟରେ ଗୋଟିଏ ସ୍ଥାନ ରହିଛି ପୁର୍ଣିଆ, ଏଠାରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୪ ପତାକା ଉତୋଳନ କରାଯାଇଥାଏ l କୁହାଯାଏ ଯେ ସ୍ୱତନ୍ତ୍ରତା ସେନାନୀ ରାମେଶ୍ୱର ପ୍ରସାଦ ସିଂହ ନିଜ ସାଥି ମାନଙ୍କ ସହିତ ଅଗଷ୍ଟ ୧୫ ପରିବର୍ତେ ଅଗଷ୍ଟ ୧୪ , ୧୯୪୭ ରେ ରାତ୍ରୀ ୧୨.୦୧ ରାତିରେ ପତାକା ଉତୋଳନ କରିଥିଲେ l ଏବଂ ଅଞ୍ଚଳ ସାରା ମିଠା ବାଣ୍ଟି ସ୍ୱାଧୀନତା ର ଉତ୍ସବ ପାଳନ ହୋଇଥିଲା, ଏବଂ ସେହି ଦିନଠାରୁ ବିହାର ର ପୁର୍ଣିଆ ରେ ମଧ୍ୟରାତ୍ରୀ ସ୍ୱାଧୀନତା ଦିବସ ପାଳନ ହୋଇ ଆସୁଛି l
କାହିଁକି ଏପରି ହୋଇଥାଏ ?
୧୯୪୭ ଯେତେବେଳେ ରାତି ୧୨ ଟା ୧ମିନିଟ ରେ ରେଡ଼ିଓ ରେ ଭାରତର ସ୍ୱାଧୀନତା ଘୋଷଣା ହୋଇଥିଲା, ସେତେବେଳେ ରାମେଶ୍ୱର ସିଂହ ନିଜ ସାଥି ମାନଙ୍କ ସହିତ ତ୍ରିରଙ୍ଗା ପତାକା ଲହରାଇ ଥିଲେ, ବର୍ତମାନ ରାମେଶ୍ୱର ପ୍ରସାଦ ସିଂହ ଙ୍କ ପରିବାର ଲୋକେ ଏହି ପରମ୍ପରା କୁ ପାଳନ କରିଆସୁଛନ୍ତି l ବାଘା ବର୍ଡ଼ର ପରେ ପୁର୍ଣିଆ ରେ ନିସ୍ତବ୍ଧ ରାତିରେ ତ୍ରିରଙ୍ଗା ପତାକା ଉତୋଳନ କରାଯାଇଥାଏ l ଚଳିତ ଥର ଦେଶ ପାଳୁଛି ୭୮ ତମ ସ୍ୱତନ୍ତ୍ରତା ଦିବସ l