Suvendra Pattanaik : ଉତ୍ତର ଓଡିଶା ରେ ଲଗାତାର ବର୍ଷା ପ୍ରଭାବ ରେ ବୈତରଣୀ ଓ ସୁବର୍ଣ୍ଣରେଖା ନଦୀ ରେ ଜଳ ସ୍ତର ବୃଦ୍ଧି ହେବାରେ ଲାଗିଛି, ଏହାକୁ ଆକ୍ଷି ଆଗରେ ରଖି ପ୍ରଶାସନ ତରଫ ରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l ରାଜ୍ୟ ଜଳ ସଂସାଧନ ବିଭାଗ ଏବଂ ବନ୍ୟା ବିପତି ବିଭାଗ ପକ୍ଷରୁ ଏହା ଉପରେ କଡା ନଜର ରଖାଯାଇଛି l
ଯାଜପୁର , ଭଦ୍ରକ , ବାଲେଶ୍ୱର ର ଜିଲ୍ଲା ପାଳ ଙ୍କୁ ନିର୍ଦେଶ ଦିଆଯାଇଛି ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ତୁରନ୍ତ ସ୍ଥାନନ୍ତର କରିବା ପାଇଁ, ଏବଂ ଲୋକ ମାନଙ୍କ ନିକଟରେ କିପରି ଖାଦ୍ୟ ପଦାର୍ଥ ସାମଗ୍ରୀ ସଠିକ ଭାବରେ ପହଁଚି ପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ l
ମୁଖ୍ୟ ଯନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ କୁ କଡା ନିର୍ଦେଶ ଦିଆଯାଇଛି ବନ୍ୟା ପରିସ୍ଥିତି ଓ ନଦି ଗୁଡିକ ର ଜଳ ସ୍ତର ବୃଦ୍ଧି ଉପରେ ଦୃଷ୍ଟି ରଖିବା ପାଇଁ l ଭୁବନେଶ୍ୱର ରୁ ଦୁଇ ମୁଖ୍ୟ ଯନ୍ତ୍ରି ଙ୍କୁ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ସୁବର୍ଣ୍ଣରେଖା ଓ ବୈତରଣୀ ନଦୀ ଜଳ ସ୍ତର ବୃଦ୍ଧି ଉପରେ ନଜର ରଖିବା ପାଇଁ ପଠା ଯାଇଛି l