Odisha news

ଏମ୍ସ ଭୁବନେଶ୍ୱରର ୫ମ ସମାବର୍ତ୍ତନ ସମାରୋହ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ , କର୍ତ୍ତବ୍ୟ ପ୍ରତି ସଚେତନ ହେବା ଏବଂ ସମାଜର ଯତ୍ନ ନେବା – ଧର୍ମେନ୍ଦ୍ର ପ୍ରଧାନ

0
ଏମ୍ସ ଭୁବନେଶ୍ୱରରେ ଡାକ୍ତରମାନଙ୍କୁ ମାର୍ଗଦର୍ଶନ ଦେଇଥିବାରୁ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ
 ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଲେ
ଚଳିତ ବର୍ଷ ଡିଗ୍ରୀ ଓ ପଦକ ହାସଲ କରିଥିବା ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଅଭିନନ୍ଦନ ଦେଲେ
ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ; ପ୍ରଗତି ଏବଂ ସମୃଦ୍ଧିର ମୂଳଦୁଆ
ଏମ୍ସ ଭୁବନେଶ୍ୱର ମେଡିକାଲ୍ ଶିକ୍ଷା ଓ ଗବେଷଣା ପ୍ରଦାନ କ୍ଷେତ୍ରରେ ‘ବଟ୍ଟବୃକ୍ଷ’ରେ ପରିଣତ ହୋଇଛି
ଏହା ଅନେକଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି
ଜାତୀୟ ବିକାଶରେ ଆମର ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି
ଭୁବନେଶ୍ୱର :  ଡାକ୍ତରମାନେ କର୍ତ୍ତବ୍ୟ ପ୍ରତି ଅଧିକ ସଚେତନ ହେବା ଦରକାର । ଆକାଂକ୍ଷୀ ସମାଜର ଯତ୍ନ ନେବା ସହ ଓଡ଼ିଶାରେ ସେବା କରିବା ଦରକାର । ସୋମବାର ଏମ୍ସ, ଭୁବନେଶ୍ୱରର ପଞ୍ଚମ ସମାବର୍ତ୍ତନ ସମାରୋହ ଉତ୍ସବରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ସ୍ନାତକୋତ୍ତର ଡାକ୍ତର ଏବଂ ଶିକ୍ଷା ସମୁଦାୟଙ୍କୁ ସମ୍ବୋଧିତ କରି ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏମ୍ସ ଭୁବନେଶ୍ୱରରେ ଡାକ୍ତରମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେବା ପାଇଁ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଦୁଇ ଦଶନ୍ଧି ପୂର୍ବରୁ ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଶିକ୍ଷା ଓ ଗବେଷଣା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତାର ଏକ ‘ବଟ୍ଟବୃକ୍ଷ’ରେ ପରିଣତ ହୋଇଛି । ଏହା ଅନେକଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି । ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି ଯେ ଉତ୍ତମ ସ୍ୱାସ୍ଥ୍ୟ ; ପ୍ରଗତି ଏବଂ ସମୃଦ୍ଧିର ମୂଳଦୁଆ । ଜାତୀୟ ବିକାଶରେ ଆମର ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ବର୍ଗର ବୃତ୍ତିଧାରୀଙ୍କ ବଡ ଅବଦାନ ରହିବ । ଶିକ୍ଷା ପ୍ରତିଷ୍ଠାନର ଗୁଣବତ୍ତା ଏବଂ ବିବିଧତା ସହିତ  ଭୁବନେଶ୍ୱର ଏକ ବିଶ୍ୱସ୍ତରୀୟ ମେଡି-ଟେକ୍ ହବ୍ ଭାବରେ ଉଭା ହେବାର ସମ୍ଭାବନା ରଖିଛି । ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ନୂତନ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ନିର୍ମାଣ କରିବା ଦିଗରେ ସହଯୋଗୀର ଦାୟିତ୍ୱ ନେବାକୁ ସେ ଆଶାବ୍ୟକ୍ତ କରିଛନ୍ତି ।  
ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ଡିଗ୍ରୀ ଓ ପଦକ ହାସଲ କରିଥିବା ସ୍ୱାସ୍ଥ୍ୟସେବା ବୃତ୍ତିଗତଧାରୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ ।

 

Leave A Reply