Odisha news

ତାହବୁର ରାଣା ର ୨୬/ ୧୧ ମୁମ୍ବାଇ ଆକ୍ରମଣ କୁ ନେଇ ଖୁଲାସା : ” ପାକିସ୍ତାନୀ ସେନାର ଭରସା ଯୋଗ୍ୟ ଏଜେଣ୍ଟ ଥିଲି ମୁଁ “

0
୨୬/ ୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ର ମାଷ୍ଟରମାଇଣ୍ଡ ତାହାବୁର ରାଣା ପାକିସ୍ତାନ କୁ ନେଇ କରିଛି ବଡ଼ ଖୁଲାସା, ତାହାବୁର କହିଛି ଯେ ସେ ପାକିସ୍ତାନୀ ସେନା ର ସବୁଠୁ ଭରସା ଯୋଗ୍ୟ ଏଜେଣ୍ଟ ଥିଲା, ଏବଂ ସେ ଏହି କଥାକୁ ମଧ୍ୟ ଗ୍ରହଣ କରିଛି ଯେ ମୁମ୍ବାଇ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରେ ସେ ସାମିଲ ଥିଲା l ତାହାବୁର ବର୍ତମାନ NIA କଷ୍ଟଡି ରେ ରହିଛି ଓ ତିହାର ଜେଲ୍ ରେ ବନ୍ଦ ରହିଛି, ମୁମ୍ବାଇ ପୋଲିସ ର କ୍ରାଇମ ବ୍ରାଞ୍ଚ ବର୍ତମାନ ପଚରାଉଚରା ଜାରି ରଖିଛି l

ମିଳିଥିବା ସୂଚନା ଅନୁସାରେ ତାହାବୁର ମୁମ୍ବାଇ ପୋଲିସ ର କ୍ରାଇମ ବ୍ରାଞ୍ଚ ର ପଚରାଉଚରା ସମୟରେ ୨୦୦୮ ରେ ମୁମ୍ବାଇ ଆକ୍ରମଣ, ପାକିସ୍ତାନ ଓ ଆଇଏସଆଇ କୁ ନେଇ ଅନେକ ବଡ଼ ବଡ଼ ତଥ୍ୟ ର ଖୁଲାସା କରିଛି l ତାହାବୁର ନିଜ ବୟାନ ରେ କହିଛି ଯେ ସେ ପାକିସ୍ତାନୀ ସେନାର ସବୁଠୁ ଭରସା ଯୋଗ୍ୟ ଏଜେଣ୍ଟ ଥିଲା, ଏବଂ ଗଲ୍ଫ ୱାର ସମୟ ରେ ସାଉଦି ଆରବ ରେ ମୁତୟନ ହୋଇଥିଲା l  ତାହାବୁର ଏହା ମଧ୍ୟ କହିଛି ଯେ ପାକିସ୍ତାନ ରେ ଥିବା ଲସ୍କର -ଏ – ଟୋୟେବା ର ଟ୍ରେନିଂ ସେଣ୍ଟର କୁ ଅନେକ ଥର ଯାଇଛି ଏବଂ ସେଠାରେ ସେ ଟ୍ରେନିଂ ନେଇଛି l

ଏବଂ ନିଜ ବୟାନ ରେ କହିଛି ଯେ ମୁମ୍ବାଇ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପୂର୍ଣ ପ୍ଲାନିଂ ରେ ହୋଇଥିଲା, ଏବଂ ଏହା ପାକିସ୍ତାନ ର ଆତଙ୍କବାଦୀ ସଂଗଠନ ସହିତ ଆଇଏସଆଇ ର ତତ୍ୱାବଧାନ ରେ ହୋଇଥିଲା l ପାକିସ୍ତାନ ଆର୍ମି ଭାରତରେ ତାକୁ ଅନେକ ଗୁଡିଏ ସ୍ଥାନ କୁ ପଠାଇଥିଲା, ସେ ଭାରତ ସହିତ ସାଉଦି ଆରବ ରେ ମଧ୍ୟ ରହିସାରିଛି l ତାହାବୁର ର ଆଗାମୀ ଶୁଣାଣି ଭରଚୁଆଲ ମୋଡ଼ ରେ ହୋଇପାରେ l ତାହାବୁର ରାଣା  ଆତଙ୍କବାଦୀ ଡେଭିଡ ହେଡଲୀ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଥିଲା, ଉଭୟ ଭଲ ବନ୍ଧୁ ବୋଲି ହେଡଲୀ ପଚରାଉଚରା ବେଳେ କହିଥିଲେ l

Nalco
Leave A Reply