Odisha news

ମୁଖ୍ୟ ଶାସନ ସଚିବଙ୍କୁ  ଭୁବନେଶ୍ୱରର ସାମ୍ବାଦିକ ମାନଙ୍କ ସାକ୍ଷାତ  ପୁରୀରେ ସମ୍ମୁଖୀନ ହୋଇଥିବା ସମସ୍ୟା ସଂପର୍କରେ ଅବଗତ କଲେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି

0
ଭୁବନେଶ୍ୱର ତା- ୦୧.୦୭.୨୦୨୫ : ଶ୍ରୀ ଗୁଣ୍ଡିଚା ଦିନ ପୁରୀକୁ ରଥଯାତ୍ରାର ସମ୍ବାଦ ସଂଗ୍ରହ ପାଇଁ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାରେ ଯାଇଥିବା ଭୁବନେଶ୍ୱରର ସାମ୍ବାଦିକମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ଗତକାଲି ମୁଖ୍ୟ ଶାସନ ସଚିବଙ୍କୁ  ସାକ୍ଷାତ କରି ଆଲୋଚନା କରିବା ସହିତ ଏକ ସ୍ମାରକପତ୍ର (ମେମୋରାଣ୍ଡମ)ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସେଦିନ ଘଟିଥିବା ଘଟଣା ଓ ସାମ୍ବାଦିକମାନେ ସମ୍ମୁଖୀନ ହୋଇଥିବା ସମସ୍ୟା ସମ୍ପର୍କରେ ଶୁଣିବା ସହିତ ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଏସମ୍ପର୍କରେବିଚାରଆଲୋଚନାକରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ସେ ସାମ୍ୱାଦିକ ମାନଙ୍କୁ କହିଥିଲେ।
ଏହି ଆଲୋଚନାରେ ବରିଷ୍ଠ ସାମ୍ୱାଦିକ ସନତ ମିଶ୍ର, ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଭାଗବତ ତ୍ରିପାଠୀ, ପବିତ୍ର ମୋହନ ସାମନ୍ତରାୟ, ପାର୍ଥ ସାରଥୀ ଜେନା, କିଶୋର ମଙ୍ଗରାଜ, ଦେବକାନ୍ତ ମହାପାତ୍ର, ସ୍ୱରୂପ କୁମାର ମହାନ୍ତି, ଗଜେନ୍ଦ୍ରନାଥ ବେହେରା, ସନାତନ ଦଳ ବେହେରା, ସୁବୋଧ କାନୁନଗୋ, ସୂର୍ୟ୍ୟ କାନ୍ତି ନାୟକ, ଦେବ ମହାନ୍ତି ଏବଂ ସ୍ୱଦେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
          ପ୍ରକାଶ ଥାଉକି ସାମ୍ବାଦିକମାନେ  ପୁରୀରେ ସମ୍ମୁଖୀନ ହୋଇଥିବା ସମସ୍ୟା ସଂପର୍କରେ  ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ, ଗୃହ (ସ୍ୱରାଷ୍ଟ୍ର) ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହିତ  ଏ ସଂପର୍କରେ ବିହୀତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।
Leave A Reply