Odisha news

ଶହୀଦନଗରରେ ବାଲକୋନିରେ ଆତ୍ମହତ୍ୟା

0

ଭୁବନେଶ୍ୱର,(ନି.ପ୍ର): ଶହୀଦନଗର ଥାନା ଅନ୍ତର୍ଗତ ଏକ ତିନିମହଲା କୋଠାର ବାଲକୋନିରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚô ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା ।

ମୃତକ ହେଉଛନ୍ତି ପୁରୀ ଜିଲ୍ଲା ନୁଆହାଟର ଜାଜୁଲ୍ୟ ନାଥ(୫୯) । ସେ ଏଠାରେ ସ୍ଥାନୀୟ ଶହୀଦନଗର ପ୍ଳଟ ନମ୍ବରରେ ଥିବା ଡୁନାସ କାକଟସ ଲିମିଟେଡ଼ରେ ପିଅନ ଭାବେ କାର୍ଯ୍ୟ କରୁଥିଲେ । ତେବେ ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ପୋଳିସ ଅନୁମାନ କରୁଛି ।

ବୁଧବାର ସକାଳେ ଏକ ମୋଟା ବେଡସିଟରେ ବାଲକୋନିର ରେଲିଂରେ ବନ୍ଧାହୋଇ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ମୃତଦେହ ଦେଖିବା ମାତ୍ରେ ଡୁନାସ କାକଟସ ଲିମିଟେଡ଼ର କର୍ମଚାରୀ ଚିତ୍ରସେନ ବେହେରା ପୋଲିସକୁ ଖବର ଦେଇଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ମୃତ୍ୟୁର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

Leave A Reply