Odisha news

ରାଷ୍ଟ୍ରୀୟ ଲୋକ ଅଦାଲତ ପାଇଁ ପ୍ରାକ୍ ବୁଝାମଣା

0

ଭୁବନେଶ୍ୱର(Suvendra Pattanaik) : ଆସନ୍ତା ୧୦ ତାରିଖରେ ହେବାକୁ ଥିବା ରାଷ୍ଟ୍ରୀୟ ଲୋକ ଅଦାଲତ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜିଲ୍ଲା ଜଜ କୋର୍ଟଙ୍କ ପକ୍ଷରୁ ଗାଡ଼ି ମୋଟର ଦୁର୍ଘଟଣା ଜନିତ ମାମଲା ଗୁଡିକର ଫଇସଲା ପାଇଁ ପ୍ରାକ ବୁଝାମଣା କରାଯାଇଛି। ବିଭିନ୍ନ ରାଷ୍ଟ୍ରୀୟ ବୀମା କମ୍ପାନୀ ଏବଂ ଦୁର୍ଘଟଣାରେ ପୀଡ଼ିତ ସାଧାରଣ ଜନତା ଓ ତାଙ୍କ ପକ୍ଷରୁ ବୀମା ଆବେଦନ କରିଥିବା ନିକଟ ସମ୍ପର୍କୀୟ ମାନଙ୍କୁ ନେଇ ଆଜି ବିକଳ୍ପ ସମାଧାନ କେନ୍ଦ୍ର ପରିସରରେ ଏହି ପ୍ରାକ ବୁଝାମଣା ହୋଇଛି । ଭୁବନେଶ୍ୱର ଜିଲ୍ଲା ଓ ଦୌରା ଜଜ ଶ୍ରୀ ବିରଞ୍ଚି ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସର୍ବମୋଟ ୧୨ ଗୋଟି ଗାଡି ମୋଟର ଦୁର୍ଘଟଣା ଜନିତ ମାମଲାର ଉଭୟ ପକ୍ଷଙ୍କ ସହମତି ଓ ବୁଝାମଣା ଜରିଆରେ ମାମଲାର ସମାଧାନ ହୋଇଅଛି। ଏଥିରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ହିମାଂଶୁ ଶେଖର ମଲ୍ଲିକ,ତୃତୀୟ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀମତୀ ବନ୍ଦନା କର, ଚତୁର୍ଥ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ଶୁଭରଞ୍ଜନ ମହାନ୍ତି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସଲୋମୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

Nalco
Leave A Reply