ଶାନ୍ତି ଟେବୁଲ ରେ ବସିଛନ୍ତି ୨ଦେଶ , ଉଭୟଙ୍କ ମଧ୍ୟରେ ରହିଛି ଅବିଶ୍ୱାସ, ଶାନ୍ତି ଟେବୁଲ ରେ ଇରାନ- US , କିନ୍ତୁ ଉଭୟ ପକ୍ଷରୁ ମିସାଇଲ ରେଡି ହୋଇ ରହିଛି, ଓମାନ ରେ ଚାଲିଛି ଗୁରୁତ୍ୱପୂର୍ଣ ମିଟିଂ, କଣ ପରମାଣୁ ରାଜିନାମା ରେ ମିଳିବ ସୁଫଳ ? ନା ପୁଣି ୨ଦେଶ ହେବେ ମୁହାଁମୁହଁ l
ବର୍ତମାନ ସାରା ବିଶ୍ୱର ନଜର ରହିଛି ଇରାନ ଓ ଆମେରିକା ଉପରେ, ଉଭୟଙ୍କ ମଧ୍ୟରେ ଚାଲିଛି ଶାନ୍ତି ବୈଠକ, ଓମାନ ରେ ଚାଲିଛି ମିଟିଂ, ଏହି ମିଟିଂ ର ମୁଖ୍ୟ ଉଦେଶ୍ୟ ରହିଛି ପରମାଣୁ ରାଜିନାମା ଓ ସୀମାରେ ଉତେଜନା ହ୍ରାସ , କିନ୍ତୁ ବିଶେଷ କଥାଟି ହେଲା ଶାନ୍ତିର ଟେବୁଲ ରେ ବସି ମଧ୍ୟ ଦୁଇଦେଶ ଙ୍କ ମଧ୍ୟରେ ରହିଛି ଅବିଶ୍ୱାସ, ସେହି ଅବିଶ୍ୱାସ ପୁଣି ଏତେ ଭୟଙ୍କର ଯେ ଉଭୟ ଦେଶ ମିସାଇଲ ରେଡି କରି ରଖିଛନ୍ତି l
ଇରାନ ଲଗାତାର ନିଜର ବେଲିସ୍ଟିକ ମିଶାଇଲ କୁ ଅପଗ୍ରେଡ଼ କରୁଛି, ଯେବେକି ଆମେରିକା ମଧ୍ୟପୁର୍ବ ରେ ନିଜର ସୈନ୍ୟ ଆଡା ରେ ମିସାଇଲ ଡିଫେନ୍ସ ସିଷ୍ଟମ କୁ ମଜବୁତ କରି ରଖିଛି, ଏହା ହେଉଛି ଶାନ୍ତି ମିଟିଂ ରେ ଯୁଦ୍ଧର ପ୍ରସ୍ତୁତି ର ସଠିକ ଉଦାହରଣ, କିନ୍ତୁ କାହିଁକି ଏଭଳି ହେଲା ଆସନ୍ତୁ ଜାଣିବା l
ଇରାନ ଓ ଆମେରିକା ସମ୍ପର୍କ ବିଗିଡ଼ିବା ବହୁ ପୁରୁଣା, ୧୯୭୯ ରେ ଇସ୍ଲାମିକ କ୍ରାନ୍ତି ପରେ ଉଭୟ ଦେଶ ଙ୍କ ମଧ୍ୟରେ ରାଜନ୍ୟାୟିକ ସମ୍ବନ୍ଧ ନାହିଁ, ୨୦୧୫ ରେ ବାରାକ ଓବାମା ଆମେରିକା ରାଷ୍ଟ୍ରପତି ଥିବା ସମୟରେ ଜଏଣ୍ଟ କମ୍ପ୍ରି ହେଂସିବ ପ୍ଲାନ ଅଫ ଆକ୍ସନ ନାମକ ପରମାଣୁ ରାଜିନାମା ହୋଇଥିଲା, ଏହି ରାଜିନାମା ଅନୁସାରେ ଇରାନ ନିଜ ପରମାଣୁ କାର୍ଯ୍ୟକ୍ରମ କୁ ସୀମିତ କରିବାର ପ୍ରତିଶୃତି ଦେଇଥିଲା, ଏହି କାରଣରୁ ଆମେରିକା ଓ ଇଉରୋପୀୟ ଦେଶ ପ୍ରତିବନ୍ଧ ହଟାଇ ଦେଇଥିଲେ, କିନ୍ତୁ ୨୦୧୮ ରେ ଡୋନାଲଡ ଟ୍ରମ୍ପ ପ୍ରଶାସନ ଏକତରଫା ଭାବରେ ରାଜିନାମା ରୁ ବାହାରି ଯାଇଥିଲା, ଏବଂ ଇରାନ ଉପରେ କଡା ପ୍ରତିବନ୍ଧକ ଲଗାଇ ଦେଇଥିଲା l
ଏହାପରେ ଇରାନ ମଧ୍ୟ ନିୟମ ଭାଙ୍ଗିବା ଆରମ୍ଭ କରିଦେଇଥିଲା, ଏବଂ ୟୁରିନିୟମ ସମ୍ବର୍ଧନ ମାତ୍ରାକୁ ବଢ଼ାଇ ଦେଇଥିଲା, ଯାହାକୁ ପରମାଣୁ ପ୍ରସ୍ତୁତି ର ଗୋଟିଏ ପଦକ୍ଷେପ ଭାବରେ ଗ୍ରହଣ କରାଯାଏ , ବାଇଡେନ ପ୍ରଶାସନ ୨୦୨୧ ରେ ଏହାକୁ ସୁଧାରିବାକୁ ଚେଷ୍ଟା କରିଥିଲେ ସୁଧା ବିଫଳ ହୋଇଥିଲା, ଆମେରିକାର ମୁଖ୍ୟ ମୁଦା ହେଉଛି ଇରାନ ର ମିସାଇଲ ର କାର୍ଯ୍ୟକ୍ରମ ଉପରେ ଲଗାମ ଲଗାଇବା, ଏବଂ ଆମେରିକା ଦ୍ୱାରା ଲାଗିଥିବା ସମସ୍ତ ପ୍ରତିବନ୍ଧକୁ ହଟାଇ ମିଲିସିଆ କୁ ସମର୍ଥନ ବନ୍ଦ କରିବା l
ଏହାକୁ ନେଇ ଓମାନ ଦୀର୍ଘ ଦିନରୁ ଉଭୟ ଦେଶ ଙ୍କ ମଧ୍ୟରେ ମଧ୍ୟସ୍ଥତା କରି ଆସୁଛି, ଏହି ମିଟିଂ ଗୋପନୀୟ ଅଟେ, କିନ୍ତୁ ମିଳିଥିବା ସୂଚନା ଅନୁସାରେ ପରମାଣୁ କାର୍ଯ୍ୟକ୍ରମ , ପ୍ରତିବନ୍ଧ ଓ କ୍ଷେତ୍ରୀୟ ସୁରକ୍ଷା ଉପରେ ଫୋକସ l ଇରାନ କହିଛି ସେ ମିଟିଂ ପାଇଁ ପ୍ରସ୍ତୁତ କିନ୍ତୁ ନିଜ ସଂପ୍ରଭୁତା ଉପରେ ଆଞ୍ଚ ଆସିବାକୁ ଦେବନାହିଁ, ଇରାନ କହୁଛି ସେ ନିଜକୁ ଇସ୍ରାଏଲ ଓ ଆମେରିକାର ବିପଦ ଦ୍ୱାରା ଘେରି ହୋଇ ରହିଥିବାର ଅନୁଭବ କରୁଥିବାରୁ ମିସାଇଲ ପ୍ରସ୍ତୁତ କରୁଛି ନିଜକୁ ରକ୍ଷା କରିବା ପାଇଁ l
ଇରାନ ନେତା କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ ଆମେରିକା ପ୍ରତିବନ୍ଧକ ହଟାଇବ ନାହିଁ ଓ ସୈନ୍ୟ ଧମକ ଦେଉଥିବ ସେତେଦିନ ପର୍ଯ୍ୟନ୍ତ ଏହି ମିସାଇଲ କାର୍ଯ୍ୟକ୍ରମ ଚାଲିଥିବ, ଅନ୍ୟ ପକ୍ଷରେ ଆମେରିକା, ଇସ୍ରାଏଲ, ସାଉଦି ଆରବ ଓ UAE ସହିତ ମିଶି ସେଂଟକମ ଅନୁସାରେ ସୈନ୍ୟ ସହଯୋଗ କରୁଛି l ଏବଂ ଆମେରିକାର ଭୟ ରହିଛି ଯେ ଇରାନ ପରମାଣୁ ବୋମା ପ୍ରସ୍ତୁତି କରି ସୀମା ରେ ଅସ୍ଥିରତା ବୃଦ୍ଧି କରିବ l