Odisha news

ରେଡ ଜୋନରେ ଥିବା ଭଦ୍ରକ ଜିଲ୍ଲାର ବାସୁଦେବପୁରର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି : କରୋନା ପଜେଟିଭ୍ ଦଶକୁ ବୃଦ୍ଧି ପାଇଲା

0

ବାସୁଦେବପୁର :  ମହାମାରୀ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍‍ ଡାଉନ୍‍ ଘୋଷଣା କରି ସ୍ଥିତିକୁ ଆୟତ୍ତକୁ ଆଣୁଥିବା ବେଳେ ବାସୁଦେବପୁରର ଚନ୍ତା ବଢାଇ ଦେଉଛି କୋଲକତା ଲିଙ୍କ୍‍ । ବାସୁଦେବପୁର ବ୍ଳକର ଆଜି ଲକ୍ଷ୍ମୀଦାସପୁର ପଞ୍ଚାୟତର ଖେଡୁଆଳପୁର ଗ୍ରାମର ପଜେଟିଭ୍‍ ଚିହ୍ନଟ ହେବା ପରେ ସଂଖ୍ୟା ଦଶକୁ ବୃଦ୍ଧି ପାଇଛି । ରେଡ ଜୋନରେ ଥିବା ଭଦ୍ରକ ଜିଲ୍ଲାର ବାସୁଦେବପୁରର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ।

ମହାମାରୀ କରୋନା ଭୂତାଣୁ ସଂକ୍ରମଣ ବାସୁଦେବପୁର ବ୍ଲକର ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ଶାଣିତ ବେଗରେ ଆକ୍ରମଣ କରି ଲକ୍ଷ୍ମୀଦାସପୁର ପଞ୍ଚାୟତର ତନୋଟି ପଜେଟିଭ୍‍ ବାହାରିବା ପରେ ଏହି ପଞ୍ଚାୟତ ସମଗ୍ର ବାସୁଦେବପୁର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ସରକାରଙ୍କ ନିତି ନିୟମକୁ ଫୁ କରି ଅମାନିଆ କୋଲକତାରୁ ଗାଁ ମାଟିକୁ ଫେରିବାର ନିଶା ଅନ୍ୟମାନଙ୍କ ପାଇଁ ବିପଦର କାରଣ ପାଲଟି ଯାଇଛନ୍ତି । ନିଜର ସାମାନ୍ୟ ଖୁସି ପାଇ ସମସ୍ତଙ୍କୁ ବିପଦ ମୁହଁଙ୍କୁ ଠେଲି ଦେଇଛନ୍ତି କୋଲକତା ଫେରନ୍ତାମାନେ ।

ବାସୁଦେବପୁର ବ୍ଲକର ପୂର୍ବରୁ କୋଲକତାର ଲିଙ୍କ ଥିବା ୯ ଗୋଟି ପଜେଟିଭ୍‍ ଚିହ୍ନଟ ହେବା ପରେ ଆଜି ମଧ୍ୟ ଲକ୍ଷ୍ମୀଦାସପୁର ପଞ୍ଚାୟତର ଖେଡୁଆଳପୁର ଗ୍ରାମର କୋଲକତାରୁ ଏକ ଟ୍ରକରେ ଫେରି ଘରକୁ ନଯାଇ ବାସୁଦେବପୁର ଅଟଳ ବିହାରୀ ହାଇସ୍କୁଲ କ୍ୱାରେଣ୍ଟଶଇନ୍‍ ସେଣ୍ଟରରେ ରହୁଥିଲେ । ଅବଶ୍ୟ ବାହାରକୁ କିମ୍ବା ଘରକୁ ଯାଇନଥିଲେ । ଏହି ସମୟରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରିବା ପାଇଁ ପଠାଯାଇଥିଲା । ପଜେଟିଭ୍‍ ଜଣାପଡିବା ପରେ ତାଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏବେବି ଲକ୍ଷ୍ମୀଦାସପୁର ପଞ୍ଚାୟତ କଣ୍ଟେନମେଣ୍ଟ ଜୋନରେ ରହିଛି । ତୃତୀୟ ପର୍ଯ୍ୟାୟ ଲକ୍‍ ଡାଉନ୍‍ ଆଜି ଠାରୁ ଆରମ୍ଭ ହେବାରୁ ସ୍ଥାନୀୟ ଲୋକମାନେ ସବୁ ନିୟମ କାନୁନ୍‍କୁ ଚଳୁକରି ଆଜି ସମାଜିକ ଦୂରତାକୁ ଭୂଲି ଗହଳି ଜମାଇଥିବାର ଦେଖିବାକୁ ମିଳିଥିଲା । ପ୍ରଶାସନ ସମାଜିକ ଦୂରତା ରକ୍ଷା କରିବା ପାଇଁ ଦୃଷ୍ଟି ନଦେଲେ ବାସୁଦେବପୁର ଅଞ୍ଚଳରେ ପଜେଟିଭ୍‍ ସଂଖ୍ୟା ବୃଦ୍ଧି ପାଇବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Leave A Reply