Odisha news

ପ୍ରେମ ବିବାହର କରୁଣ ପରିଣତି : ପତ୍ନୀକୁ ହତ୍ୟାକରି ସ୍ୱାମୀ ଥାନାରେ ଆତ୍ମସମର୍ପଣ

0

ବାସୁଦେବପୁର : ପ୍ରେମ ପ୍ରତାରଣା ଧୋକା ଓ ଶେଷରେ ହତ୍ୟା । ପ୍ରେମ ବିବାହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ବଚ୍ଛଦା ଭୋଇସାହିର ପତ୍ନୀକୁ ହତ୍ୟାକରି ସ୍ୱାମୀ ବାସୁଦେବପୁର ଥନାରେ ଆତ୍ମସମର୍ପଣ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଭୋଇସାହିର ନିମଳାମ୍ବର ସାହୁଙ୍କ ପୁଅ ସୌରଭ ସାହୁ ଦିଲ୍ଲୀର ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି । ଗତବର୍ଷ (୨୦୧୯) ଆର୍ତ୍ତୁଂ ପଞ୍ଚାୟତର ବାରାପୁର ଶଙ୍ଖାରୁ ଗ୍ରାମର ମୃତ୍ୟୁଞ୍ଜୟ ନାୟକଙ୍କ ନାବାଳିକା କନ୍ୟା ରଶ୍ମିତା ନାୟକ ଦଶମ ଶ୍ରେଣୀର ପାଠ ପଢୁଥିବା ବେଳେ ପ୍ରେମରେ ଫସାଇ ସୌରଭ ଉଠାଇ ନେଇଥିଲା ।

ପ୍ରେମ ବିବାହକୁ ସୌରଭର ପରବିାର ଲୋକ ସହଜରେ ଗ୍ରହଣ କରିପାରି ନଥିଲେ । କିଛି ମାସ ଦିଲ୍ଲୀରେ ରଖିବା ପରେ ପତିପତ୍ନୀ ଘରକୁ ଫେରିଥିଲେ । ଘରେ ରହିବା ମଧ୍ୟରେ ମନୋମାଳିନ ଯୋଗୁଁ ଅସନ୍ତୋଷ ଲାଗି ରହିଥିଲା । ଶେଷରେ ସୌରଭ ତାଙ୍କ ପନିୀ ଭିନ୍ନ ହୋଇ ଅଲଗା ରହୁଥିଲେ । ସୌରଭ ରଶ୍ମିତାକୁ ଛାଡି ଦିଲ୍ଲୀ ପଳାଇ ଯାଇଥିଲା । ଏହି ଲକ୍‍ ଡାଉନ୍‍ ସମୟରେ ଘରକୁ ଆସିନଥିଲା । ଦେହ ଭଲ ନହେବାରୁ ରଶ୍ମିତା ବାପଘରକୁ ପଳାଇ ଯାଇଥିଲେ । ସୋମବାର ଦିନ ସୌରଭ ଦିଲ୍ଲୀରୁ ଆସି ଘରେ ପହଞ୍ଚିଥିଲେ ।

ସୌରଭ ଦିଲ୍ଲୀରୁ ଆସିବା ପରେ କରେଣ୍ଟାଇନ୍‍ ସେଣ୍ଟରକୁ ନଯାଇ କିପରି ଘରକୁ ଗଲେ । ଗାଁ ଲୋକମାନେ କିପରି ଗ୍ରହଣ କଲେ । ପଞ୍ଚାୟତରେ କେହି ଅଭିଯୋଗ କରିନଥିଲେ କି । ପହଞ୍ଚିବା ପରେ ଗତକାଲି(ମଙ୍ଗଳବାର) ରଶ୍ମିତାକୁ ଶଶୁର ଘରୁ ଡାକି ଆଣିଥିଲେ । କୌଣସି କାରଣକୁ ନେଇ ପତିପନିୀ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲେ । ରହୁଥିବା ଘର ମଧ୍ୟରେ କାନ୍ଥକୁ ଲଗାଇ ରଶ୍ମିତା ମୁହଁମାଡି ପଡିରହିଛି । ପତ୍ନୀକୁ ହତ୍ୟା କରିଥିବାରୁ ସ୍ୱାମୀ ସୌରଭ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି । ଥାନା ଅଧିକାରୀ ଇନ୍ସପେକଫର ପ୍ରଦୀପ କୁମାର ମାଝୀ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କେମିତି ମୃତ୍ୟୁ ହେଲା ତାକୁ ନେଇ ମୃତ ରଶ୍ମିତାର ପରିବାର ଲୋକ ଖିଅ ଖୋଜୁଛନ୍ତି । ପ୍ରେମ ବିବାହର କରୁଣ ପରିଣତି ଶେଷରେ ମୃତ୍ୟୁକୁ ସହଜରେ ସ୍ଥାନୀୟ ଲୋକ ଗ୍ରହଣ କରିପାରୁ ନାହାନ୍ତି । ହତ୍ୟାକାଣ୍ଡରେ ସୌରଭର ପରିବାର ଲୋକ ସପୃକ୍ତିଥିବାର ଅଭିଯୋଗ ହୋଇଥିବାରୁ ସପରିବାରେ ଫେରାର ହୋଇ ଯାଇଛନ୍ତି ।

Leave A Reply