Odisha news

ବାସୁଦେବପୁର : ଭୁଷୁଡିଲା କସିଆ ମୁହାଣରେ ଜରାଜୀର୍ଣ୍ଣ ସୁଇସ୍ ଗେଟ୍ , ପହଞ୍ଚିଲେ ବୈଷୟିକ ଟିମ୍

0

ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର କସିଆ ମୁହାଣରେ ଜରାଜୀର୍ଣ୍ଣ ସୁଇସ୍‍ ଗେଟ୍‍ ଓ ପୋଲ ଭୁଷୁଡି ପଡିବାରୁ ଅଳ୍ପକେ ମସି୍ୟଜୀବିଙ୍କର ଜୀବନ ରକ୍ଷା ପାଇ ଯାଇଛନ୍ତି । ଖବର ପାଇ କସିଆ ମୁହାଣରେ ଇରିଗ୍ରେସନ ବିଭାଗର ଏକ ବୈଷୟିକ ଟିମ ପହଞ୍ଚି କ୍ଷେତ୍ର ପରିଦର୍ଶନ କରି ଫେରି ଯାଇଛନ୍ତି । କସିଆ ପୋଲ ଓ ସୁଇସ୍‍ ଗେଟ୍‍ ବ୍ରିଟିଶ ଅମଳରୁ ତିଆରି ହୋଇଥିଲା । ଏହି ପୋଲ୍‍ ଦେଇ ବିନୋବାଭାବେନଗର ଓ ଗୋପବନ୍ଧୁନଗର ପ୍ରାୟ ୮ ହଜାର ଲୋକ ନିର୍ଭର କରି ଯାତାୟତ କରନ୍ତି ।

ଏହା ସହିତ ସୁଇସ୍‍ ଗେଟ୍‍ ଥିବାରୁ ସମୁଦ୍ର ଜୁଆର ଲୁଣା ପାଣିକୁ ଅଟକ ରିଥାଏ । ଏହା ଫଳରେ ଆଖପାଖ ୧୧ ଗୋଟି ପଞ୍ଚାୟତର ଚାଷ ଜମିକୁ ଲୁଣା ପାଣି ମାଡିଯିବାର ଭୟ ନଥିଲା । ଏହି ପୋଲଟି ଦୀର୍ଘ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଚାଷ ଓ ଚାଷୀଙ୍କ ପାଇଁ ସରକାର କାନ୍ଧୁଥିବା ବେଳେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର କସିଆ ଠାରେ ଥିବା ସୁଇସ୍‍ ଗେଟ୍‍ ଦୀର୍ଘ ଦିନ ଧରି ଲୁହା ଗେଟ୍‍ ଭାଙ୍ଗି ପଡିଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି ।

କସିଆ ମୁହାଣରେ ଥିବା ସୁଇସ୍‍ ଗେଟ୍‍କୁ ନେଇ ଜଳସେଚନ ବିଭାଗ ଓ ଡ୍ରେନେଜ ବିଭାଗ ଟଣାଓଟରା ପରେ ଜଳସେଚନ ବିଭାଗ ହାତକୁ ନେଇଛି । ଗତକାଲି ଅପରାହ୍ନରେ କସିଆ ମୁହାଣରେ ଥିବା ପୋଲ ଓ ସୁଇସ୍‍ ଗେଟ୍‍ ହଠାତ୍‍ ଭାଙ୍ଗି ପାଣିରେ ପଡିଥିଲା । ଅପରାହ୍ନ ସମୟ ହୋଇଥିବାରୁ କସିଆ ମୁହାଣର ଜନଶୂନ୍ୟ ଥିଲା । ତେଣୁ ଅଳ୍ପକେ ରକ୍ଷା ପାଇଯାଇ ଥିଲେ ସ୍ଥାନୀୟ ମସି୍ୟଜୀବି । ଖବର ପାଇ ଇରିଗ୍ରେସନ ବିଭାଗର ଏକ ବୈଷୟକ ଟିମ୍‍ରେ ବାରିପଦା ସର୍କଲର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପିତବାସ ହାଁସଦା,ବାସୁଦେବପୁର କାର୍ଯ୍ୟାଳୟର ଉପକାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଧ୍ରୃବନାରାୟଣ ଷଡଙ୍ଗୀ,ସହକାରୀ ଯନ୍ତ୍ରୀ ସୁଚାରୁ କୁମାର ଯେନା ପ୍ରମୁଖ ଅଧିକାରୀ କସିଆ ମୁହାଣରେ ପହଞ୍ଚି ପରିଦର୍ଶନ କରିଥିଲେ ।

ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପିତବାସ ହାଁସଦା କହିଛନ୍ତି କସିଆ ସୁଇସ୍‍ ଗେଟ୍‍ ବୁଲି ଦେଖିବା ପରେ ସରକାରଙ୍କୁ ଏକ ରିପୋର୍ଟ ଦେବୁ । ସରକାର ଆବଶ୍ୟକ ଅର୍ଥ ଯୋଗାଇ ଦେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅନ୍ୟପକ୍ଷରେ ସୁଇସ୍‍ ଗେଟ ମେଲା ପଡିବାରୁ ଆଖପାଖ ୧୧ ଗୋଟି ପଞ୍ଚାୟତର ଚାଷୀଙ୍କର ଜମିରେ ଲୁଣା ପାଣି ମାଡିଯିବା ଭୟରେ ଚିନ୍ତା ଘାରିଛି । ପୋଲ ନିର୍ମାଣ ନହେଲେ ମସି୍ୟଜୀବି ପ୍ରଭାବିତ ହେବ ବୋଲି କହିଛନ୍ତି ମସି୍ୟଜୀବି ସଂଘର କର୍ମକର୍ତ୍ତାମାନେ । ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ କସିଆ ମସି୍ୟଜୀବି ସଂଘର ସଭାପତି ଶତୃଘ୍ନ ନାୟକ,ପିତାମ୍ବର ମଲ୍ଲିକ ପ୍ରମୁଖ ଦାବୀ କରିଛନ୍ତି ।

Leave A Reply