ବାସ୍ତୁ ଟିପ୍ସ : ନିଜ ଘରର ଠାକୁର ଘରେ ଏହିସବୁ କଥାକୁ ବିଶେଷ ଧ୍ୟାନ ଦିଅନ୍ତୁ, ତେବେ ଯାଇ ଆପଣଙ୍କ ପୂଜାର ଠିକ୍ ଫଳ ପ୍ରାପ୍ତି ହେବ
ଆମ ଘର ର ଠାକୁର ଘର ଗୋଟିଏ ଏପରି ସ୍ଥାନ ଯେଉଁଠି ଆମେ ନିଜ ମନ କୁ ଶାନ୍ତି ଦେଇଥାଉ । ଆମର ମନର ଭାବନା ରହିଥାଏ ଯେ ନିୟମିତ ଭାବରେ ଭଗବାନ୍ ଙ୍କୁ ଆରାଧନା କରିବା ଦ୍ୱାରା ମନ ଓ ଆତ୍ମା ଶାନ୍ତି ପାଇଥାଏ । ଯେଉଁ କାରଣରୁ ଆମ ଜୀବନ ର ଅନେକ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ । ଆମ ଜୀବନର ବିଭିନ୍ନ ସମସ୍ୟା କୁ ନେଇ ଆମେ ସର୍ବଦା ଚିନ୍ତା ରେ ରହିଥାଏ ତେଣୁ ନିଜ ମନ କୁ ଶାନ୍ତ କରିବା ଓ ନିଜକୁ ଶକ୍ତି ପ୍ରଦାନ କରିବା ପାଇଁ ପୂଜା ଘରଟି ହେଉଛି ଉପଯୁକ୍ତ ସ୍ଥାନ । କିନ୍ତୁ ଯଦି ଏହି ପୂଜା ଘର କିଛିଟା ନୀତି ନିୟମ ଦ୍ଵାରା ଠିକ୍ ସ୍ଥାନରେ ନିର୍ମାଣ ହୋଇଥାଏ ତେବେ ଆମ ଜୀବନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିଥାଏ ।
* ବାସ୍ତୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ଉପଯୁକ୍ତ ଦିଗ ଓ ସମୟ ରହିବା ଉଚିତ୍ । ବାସ୍ତୁ ଅନୁସାରେ ଘରର ଠାକୁର ଘର ସର୍ବଦା ଉତ୍ତର ପୂର୍ବ ଦିଗରେ ରହିବା ଆବଶ୍ୟକ । କୁହାଯାଏ ଯେ ଐଶାନ୍ୟ କୋଣ ଶୁଭ ହୋଇଥାଏ । ଏଠାରେ ଠାକୁର ଘର ନିର୍ମାଣ କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ଜାଗ୍ରତ ହେବା ସହ ଆର୍ଥିକ ଅବସ୍ଥା ଠିକ୍ ରହିଥାଏ ।
* ସବୁବେଳେ ଠାକୁର ଘରେ ଯେ କୌଣସି ଗୋଟିଏ ଠାକୁରଙ୍କ ମୂର୍ତ୍ତି ରଖିବା ଉଚିତ୍ । ସାଧାରଣତଃ ଆମେ ଠାକୁର ଘରେ ଅନେକ ଦେବଦେବୀଙ୍କ ମୂର୍ତ୍ତି ରଖି ପୂଜା କରିଥାଉ । କିନ୍ତୁ ଏହା କରିବା ଠିକ୍ ନୁହେଁ ।
* ଜୀବନ ରେ ଶାନ୍ତି ରହିବାକୁ ଚାହୁଁ ଥିଲେ ନିୟମିତ ଭାବରେ ଗୋଟିଏ କଳସ ସ୍ଥାପନା କରି ରଖିବା ଉଚିତ୍ । ଏହା ଦ୍ଵାରା ଘରର ବାତାବରଣ ଶାନ୍ତ ରହିଥାଏ ।