ବାସ୍ତୁ ଶାସ୍ତ୍ର : ପଶ୍ଚିମ ଦିଗକୁ କେବେବି ମୁଣ୍ଡ କରି ଶୁଅନ୍ତୁ ନାହିଁ, ଜାଣନ୍ତୁ କଣ ରହିଛି ଏହା ପଛର ବୈଜ୍ଞାନିକ କାରଣ
ବାସ୍ତୁ ଶାସ୍ତ୍ର ର ଅନେକ ମହତ୍ତ୍ଵ ଆମ ଜୀବନରେ ରହିଛି । କାରଣ ଏହାକୁ ନେଇ ଆମ ଜୀବନର ସୁଖ ଶାନ୍ତି ଓ ଭାଗ୍ୟ ନିର୍ଧାରଣ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ଆମେ ଯେ କୌଣସି କାର୍ଯ୍ୟ କରିଥାଉ ଏହା ସମ୍ପୂର୍ଣ୍ଣ ଭାବରେ ଧାର୍ମିକ ମାନ୍ୟତା ଅନୁସାରେ କରିବା ଉଚିତ୍ । ଯେପରି ପୂର୍ବ ଦିଗକୁ ମୁଖ କରି ଠାକୁରଙ୍କୁ ପୂଜା କରିବା ଉଚିତ୍ । ଏଭଳି ଅନେକ କାର୍ଯ୍ୟ ଧାର୍ମିକ ମାନ୍ୟତା କୁ ନେଇ ପ୍ରଚଳିତ ହୋଇଥାଏ ।
ସେହିଭଳି ଶୋଇବା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଆମର ଭାଗ୍ୟକୁ ନିର୍ଧାରଣ କରିଥାଏ ।
* ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ଶାରିରୀକ କଷ୍ଟ ଦୂର ହୋଇଥାଏ । ବାସ୍ତୁ ଅନୁସାରେ ଏହି ଦିଗକୁ ମୁଣ୍ଡ ଶକ୍ତି ଓ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।
* କିନ୍ତୁ ଅନ୍ୟ ପକ୍ଷରେ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ସବୁବେଳେ ରୋଗ ଗ୍ରସ୍ତ ହୋଇ ଥାଆନ୍ତି । ଶକ୍ତି ହ୍ରାସ ହୋଇଥାଏ ।
* ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇବା ଦ୍ଵାରା ସଫଳତା ବାଧା ପ୍ରାପ୍ତ ହୋଇଥାଏ । ତା ସହିତ ମଣିଷ ଜୀବନରେ ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
* ସବୁବେଳେ ଶୋଇବା ପୁର୍ବରୁ ଧ୍ୟାନ ରେ କିଛି ସମୟ ପାଇଁ ବସି ଶୋଇବା ଆବଶ୍ୟକ । କାରଣ ଏପରି କରିବା ଦ୍ବାରା ମନ ସ୍ଥିର ରହିଥାଏ ଓ ଭଲ ନିଦ ହୋଇଥାଏ । ମନରୁ ଖରାପ୍ ଚିନ୍ତା ଦୂରେଇ ଯାଇଥାଏ । ଆଗ କାଳରେ ଲୋକମାନେ ଏହି ଉପାୟ କୁ ଆପଣାଇ ସୁସ୍ଥ ଜୀବନ ଅତି ବାହିତ କରୁଥିଲେ ।
* ଯେତେବେଳେ ବି ଆପଣ ଶୋଇବାକୁ ଯାଉଛନ୍ତି ପଶ୍ଚିମ ଦିଗକୁ ପାଦ କରି ସୁଆନ୍ତୁ । ଏପରି କରିବା ଦ୍ବାରା ଆର୍ଥିକ ସଙ୍କଟ ଦୁର ହୋଇଥାଏ ।
* ନଚେତ୍ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଆବଶ୍ୟକ । ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଆୟୁଷ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ।