Odisha news

ଘରର ସମସ୍ତ ବାସ୍ତୁ ଦୋଷକୁ ଦୁରେଇ ଦେଇଥାଏ ଏହିସବୁ ମୂର୍ତି : ଆସନ୍ତୁ ଜାଣିବା କେଉଁ ମୂର୍ତିର ପ୍ରଭାବ କିପରି ପଡିଥାଏ ଘର ଉପରେ

ଆଜିକାଲି ପ୍ରାୟ ସମସ୍ତେ ଘର ସାଜସଜା ପାଇଁ ଅନେକ ପ୍ରକାର ଜିନିଷ କିଣୁଛନ୍ତି l ସେହିଭଳି କିଛି ସଜେଇବା ଜିନିଷ ରହିଛି ଯାହା ଆମ ଘରର ବାସ୍ତୁ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ l ଏପରି କିଛି ଘର ସଜା ଜିନିଷ ରହିଛି ଯାହା ଆମର ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ l

* ହାତୀ – ପୁରାଣ କାଳରୁ ହାତୀ କୁ ଐଶ୍ୱର୍ଯ୍ୟ ର ପ୍ରତୀକ ଭାବରେ ଗ୍ରହଣ କରାଯାଇଥାଏ l ମା ଗଜଲକ୍ଷ୍ମୀ ଙ୍କ ବାହାନ ହୋଇଥିବା କାରଣରୁ ସୁଖ ସମୃଦ୍ଧିର ପ୍ରତୀକ ଭାବରେ ଗ୍ରହଣ କରାଯାଏ l ଏହି ମୂର୍ତ୍ତିକୁ ଆପଣ ଉତର କିମ୍ବା ପୂର୍ବ ଦିଗରେ ରଖି ପାରିବେ l ଶୋଇବା ଘରେ ଚାନ୍ଦି ର ହାତୀ ରଖିଲେ ରାହୁ ଙ୍କ ଅଶୁଭ ପ୍ରଭାବ ଦୁରେଇ ଯାଏ l

* ହଂସ ଯୋଡ଼ା – ହଂସ ଯୋଡ଼ା କୁ ପ୍ରେମର ପ୍ରତୀକ ଭାବରେ ଗ୍ରହଣ କରାଯାଏ l ଆପଣ ହଂସ ଯୋଡ଼ା ମୂର୍ତ୍ତିକୁ ନିଜ ବୈଠକ ଖାନା ଅର୍ଥାତ ଡ୍ରଇଂ ରୁମ ରେ ରଖିଲେ ଅର୍ଥୀ ସ୍ତିତି ସୁଦୃଢ ହୋଇଥାଏ l ତା ସହିତ ଘରର ବାତାବରଣ ଶାନ୍ତିପୂର୍ଣ ରହିଥାଏ l

* କଇଁଛ ମୂର୍ତି – କଇଁଛ ଘରେ ରଖିବା ଖୁବ ଶୁଭ ଅଟେ l ପୌରାଣିକ ମାନ୍ୟତା ଅନୁସାରେ କଇଁଛ କୁ ବିଷ୍ଣୁ ଙ୍କ ଅବତାର ଭାବରେ ଗ୍ରହଣ କରାଯାଏ l ଯଦି ଆପଣ ଜିଅନ୍ତା କଇଁଛ ରଖି ପାରୁ ନାହାନ୍ତି ତେବେ ଘରର ଉତର ଦିଗରେ କଇଁଛ ମୂର୍ତି ରଖିପାରିବେ l ଘରର ମୁଖ୍ୟ ଦ୍ୱାର ଆଡକୁ ମୁଖ କରିଥିବା ଧାତୁ ନିର୍ମିତ କଇଁଛ ରଖନ୍ତୁ l

* ମାଛ – ବାସ୍ତୁ ଓ ଫେଙ୍ଗସୁଇ ଦୃଷ୍ଟିରୁ ମଧ୍ୟ ମାଛ କୁ ଶୁଭ କୁହାଯାଏ l ତେଣୁ ଆମେ ଦେଖିଥାଉ ଅଧିକାଂଶ ଲୋକ ନିଜ ଘରେ ଜିଅନ୍ତା ମାଛ ଆକୁଆରିୟମ ରେ ରଖନ୍ତି l କିନ୍ତୁ ଯଦି ଏହା ସମ୍ଭବ ନୁହେଁ ତେବେ ପିତଳ ଓ ଚାନ୍ଦି ର ମାଛ ରଖନ୍ତୁ l ଏହି ମାଛକୁ ଉତର ପୂର୍ବ ଦିଗରେ ରଖିବା ଉଚିତ l

* ଗାଈ – ଗାଈକୁ ହିନ୍ଦୁ ଧର୍ମରେ ପୂଜା କରାଯାଇଥାଏ l ସେଥିପାଇଁ ଆପଣ ନିଜ ଘରେ ଗାଈ ର ପିତଳ କିମ୍ବା ଧଳା ପଥର ମୂର୍ତି ରଖି ପାରିବେ l ଘରେ ଗାଈ ମୂର୍ତି ରଖିବା ଅତ୍ୟନ୍ତ ଶୁଭ ଅଟେ , ଏହାଦ୍ୱାରା ଛୁଆ ଙ୍କ ଶରୀର ସୁସ୍ଥ ରହିଥାଏ ଓ ସେମାନଙ୍କ ମନ ପାଠ ପଢ଼ାରେ ଲାଗିଥାଏ l

Comments are closed.