କୁହାଯାଏ ଯେ ଘରର ମୁଖ୍ୟ ଦ୍ଵାର ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଟେ । ଏହି ରାସ୍ତା ଦେଇ ଘରକୁ ସୁଖ ସମୃଦ୍ଧି ଓ ଶାନ୍ତି ଆସିଥାଏ । ଆହୁରି ମଧ୍ୟ ଏହି ରାସ୍ତା ଦେଇ ନକାରାତ୍ମକ ଶକ୍ତି ମଧ୍ୟ ଆସିଥାଏ ,, ଯାହା ଦ୍ଵାରା ଘରେ ଦୁଃଖର ପସରା ମେଲି ଯାଏ । ତେଣୁ କିଛିଟା ଉପାୟ ଦ୍ଵାରା ନିଜ ଜୀବନରେ ସକାରାତ୍ମକ ଶକ୍ତିକୁ ଆଣିହେବ ।
* ଆମ୍ବ ତୋରଣ – ଘରର ଯେ କୌଣସି ଶୁଭ କାର୍ଯ୍ୟରେ ଆମେ ଆମ୍ବ ପତ୍ରର ତୋରଣ ଲଗାଇ ଥାଉ । ଆମ୍ବ ଗଛ ଗୋଟିଏ ଶୁଭ ଗଛ । ଏହାକୁ ମଙ୍ଗବାର ଦିନ ଲଗାଇବା ଅତ୍ୟନ୍ତ ଶୁଭ ଅଟେ ।
* ସ୍ଵସ୍ତିକ ଚିହ୍ନ – ସ୍ଵସ୍ତିକ ଚିହ୍ନର ବିଶେଷ ମହତ୍ତ୍ଵ ହିନ୍ଦୁ ଧର୍ମରେ ରହିଛି । ଘରର ମୁଖ୍ୟ ଦ୍ଵାରରେ ସ୍ଵସ୍ତିକ ଚିହ୍ନ କରିବା ନିହାତି ଆବଶ୍ୟକ । ନାଲି ଓ ନୀଳ ରଙ୍ଗର ସ୍ଵସ୍ତିକ ଚିହ୍ନ ଖୁବ୍ ପ୍ରଭାବଶାଳୀ ହୋଇ ଥାଆନ୍ତି । ଘରର ମୁଖ୍ୟ ଦ୍ଵାରର ଉପରେ ମଝିଆ ମଝି ନୀଳ ରଙ୍ଗର ସ୍ଵସ୍ତିକ ଚିହ୍ନ କରିବା ଦ୍ୱାରା ଘରେ ସମସ୍ତଙ୍କ ସ୍ବାସ୍ଥ୍ୟ ଠିକ୍ ରହିଥାଏ ।
* ଗଣେଷଙ୍କ ଫଟୋ – ଘରର ମୁଖ୍ୟ ଦ୍ଵାରରେ ଗଣେଷଙ୍କ ଫଟୋ କିମ୍ବା ମୂର୍ତ୍ତି ଲଗାଇବା ଫଳରେ ଶୁଭ ସଙ୍କେତ ଓ ସମୃଦ୍ଧି ଆସିଥାଏ । ଗଣେଷଙ୍କ ପଛ ପଟରେ ଦରିଦ୍ରତା ଓ ପେଟ ପଟରେ ସମୃଦ୍ଧି ଥାଏ । ତେଣୁ ଯେବେବି ଗଣେଷଙ୍କ ମୂର୍ତ୍ତି ଲଗାଉଛନ୍ତି ତେବେ ଘରର ଭିତର ପଟକୁ ମୁଖ ରଖନ୍ତୁ ।
* ଘୋଡ଼ା ନାଳ – ଘୋଡ଼ା ନାଳ ଲଗାଇବାର ବିଶେଷ ମହତ୍ତ୍ଵ ରହିଛି । ଯେଉଁ ଘରେ ଶନି ସମ୍ବନ୍ଧୀୟ ସମସ୍ୟା ଥାଏ ସେଠାରେ ଘୋଡ଼ା ନାଳ ଲଗା ଯାଇଥାଏ । ସେହି ଘୋଡା ନାଳ ମହତ୍ତ୍ଵ ପୂର୍ଣ୍ଣ ଅଟେ ଯାହା ଘୋଡ଼ା ଗୋଡ଼ରେ ଲଗା ଯାଇଥାଏ । ଗୋଟିଏ ଘୋଡ଼ା ନାଳ କୁ ସୋରିଷ ତେଲରେ ବୁଡାଇ ରାତି ସାରା ରଖନ୍ତୁ ଶନିବାର ସକାଳୁ ଏହାକୁ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତୁ ।
* ମୁରୁଜ – ମୁଖ୍ୟ ଦ୍ଵାରରେ ମୁରୁଜ ପକାଇବା ଦ୍ଵାରା ଘରକୁ ନକାରାତ୍ମକ ଶକ୍ତି ଆସି ନଥାଏ । ସୁଖ ଓ ଶାନ୍ତି ପାଇଁ ଘରର ଉତ୍ତର ଦିଗରେ କଇଁଛର କୌଣସି ମୂର୍ତ୍ତି ରଖନ୍ତୁ ।
* କଳସ ସ୍ଥାପନା – ଘରର ମୁଖ୍ୟ ଦ୍ଵାରରେ କଳସ ସ୍ଥାପନା କଲେ ସମୃଦ୍ଧି ଲାଭ ହୋଇଥାଏ । ଯେତେବେଳେ ମଧ୍ୟ ଘରୁ ବାହାରି ପଦାକୁ ଯାଉଛନ୍ତି ବାମ ପାର୍ଶ୍ୱରେ ଜଳ ପୂର୍ଣ୍ଣ କଳସ ଦେଖି ଯିବା ଶୁଭ ଅଟେ ।
Comments are closed.