ଆମ ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ର ର ଅନେକ ମହତ୍ୱ ରହିଛି l ସମସ୍ତ ହିନ୍ଦୁ ପରିବାର ବାସ୍ତୁଶାସ୍ତ୍ର କୁ ଅନେକ ଗୁରୁତ୍ୱ ଦେଇ ଥାଆନ୍ତି l ବାସ୍ତୁ ଅନୁସାରେ ପ୍ରତିଟି ଦିଗର କିଛି ନାକିଛି ବିଶେଷ ମହତ୍ୱ ରହିଛି l ତେଣୁ ଘରେ ରଖା ଯାଇଥିବା ଜିନିଷ ଗୁଡ଼ିକର ମଧ୍ୟ ସେହିଭଲି ବିଭାଜନ ହୋଇଛି l ଯଦି ଆମେ ଘରର କିଛିଟା ଜିନିଷକୁ ଭୁଲ ସ୍ଥାନରେ ବା ଦିଗରେ ରଖିଥାଉ ତେବେ ତାର କୁପ୍ରଭାବ ଘର ଓ ପରିବାର ଉପରେ ପଡିଥାଏ l ଜୀବନ ରେ ଅନେକ ବିପତି ଦେଖା ଦେଇଥାଏ ଓ ଦରିଦ୍ରତା ଆସିଥାଏ l ତେଣୁ ଶାସ୍ତ୍ର ଅନୁସାରେ ଆମକୁ ଦିଗର ବିଶେଷ ଧ୍ୟାନ ରଖିବା ଆବଶ୍ୟକ l ଦିଗ ଗୁଡିକର ଧ୍ୟାନ ରଖିବା ଦ୍ୱାରା ଜୀବନ ରେ ଉନ୍ନତିରେ ବାଧା ଉପୁଜି ନଥାଏ l
ଆସନ୍ତୁ ଘରର ଦକ୍ଷିଣ ଦିଗର କି ମହତ୍ୱ ରହିଛି –
– ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃ ପୁରୁଷଙ୍କ ସ୍ଥାନ ବୋଲି କୁହାଯାଏ l ଏହି ଦିଗରେ ଭୁଲ ଜିନିଷ ରଖିବା ଦ୍ୱାରା ପିତୃ ଦୋଷ ଲାଗିଥାଏ l ଏହାଦ୍ୱାରା ଘରର ସୁଖ ସମୃଧିରେ ବାଧା ଆସିଥାଏ ଓ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ l ଜୀବନ ରେ ଅନେକ ଅସୁବିଧା ଦେଖା ଦେଇଥାଏ l
– ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ରୋଷେଇ ଘର ତିଆରି କରିବା ଶୁଭ ନୁହେଁ l ଏହି ଦିଗରେ ଷ୍ଟୋର ରୁମ୍ ମଧ୍ୟ କରିବା ଉଚିତ ନୁହେଁ l ରଖିବା ଦ୍ୱାରା ଜୀବନରେ ସଫଳତା ଲାଭ ହୋଇ ନଥାଏ l
– ଦକ୍ଷିଣ ଦିଗରେ ଠାକୁରଘର କରିବା ଉଚିତ ନୁହେଁ l ଏହାଦ୍ୱାରା ଦେବଦେବୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଅଶୁଭ ଫଳ ଲାଭ ହୋଇଥାଏ l
– ଦକ୍ଷିଣ ଦିଗରେ ଜୋତା ଚପଲ ଇତ୍ୟାଦି ରଖିବା ଉଚିତ ନୁହେଁ l ଏହାଦ୍ୱାରା ନକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ l