Odisha news

ବାରିପଦା : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲିନ ହେଲେ ମୟୂରଭଞ୍ଜର ବୀର ସନ୍ତାନ ସହିଦ୍ ନନ୍ଦୁରାମ ସୋରେନ୍

0

ବାରିପଦା  : ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତ-ଚୀନ୍ ଲଢେଇରେ ଚଳିତମାସ ୧୫ ଓ ୧୬ ତାରିଖ ରାତିରେ ୨୦ଜଣ ଭାରତୀୟ ଯବାନ୍ ସହିଦ୍ ହୋଇଥିଲେ । ଏଥିରେ ଓଡିଶାରୁ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଓ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଚମ୍ପାଉଦା ଗ୍ରାମର ସ୍ୱର୍ଗତ କାହ୍ନୁ ସୋରେନ୍ ପୁଅ ନନ୍ଦୁରାମ ସୋରେନ୍(୪୩) ସାମିଲ ଥିବାବେଳେ ଶୁକ୍ରୁବାର ପଞ୍ଚଭୂତରେ ଲୀନ ହୋଇଥିଲା ତାଙ୍କ ମରଶରୀର ।

ଲଦାଖରେ ଗଲୱାନ ଘାଟିରେ ସହିଦ ହୋଇଥିବା ଓଡିଆ ଯବାନ ନନ୍ଦୁରାମ ସୋରେନ୍ଙ୍କ ଶେଷକୃତ୍ୟ ଶୁକ୍ରୁବାର ତାଙ୍କ ପୈତୃକ ଗାଁ ବଡଚମ୍ପାଉଦାରେ ଶେଷ ହୋଇଯାଇଛି । କାନ୍ଦ ବୋବାଳିରେ ସମଗ୍ର ପରିବେଶ ଫାଟି ପଡୁଥିବାବେଳେ ବୀର ଓଡିଆ ପୁଅକୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଗୁରୁବାର ବିଳମ୍ବିତ ରାତିରେ ସହିଦ୍ ନନ୍ଦୁରାମଙ୍କ ମରଶରୀର ରାଇରଙ୍ଗପୁରରେ ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।

ସ୍ଥାନୀୟ ରାଇରଙ୍ଗପୁର ଇଚିଣ୍ଡା ସ୍ଥିତ ସହିଦ୍ ନୂତନ ନିର୍ମିତ ବାସଭବନରେ ତାଙ୍କ ମରଶରୀର ରଖାଯାଇଥିଲା । ସେଠାରୁ ସକାଳେ ଏକ ଶୋଭାଯାତ୍ରାରେ ପାର୍ଥୀବ ଶରୀରକୁ ସହର ପରିକ୍ରମା କରାଯିବା ପରେ ତାଙ୍କ ଗାଁ ବଡ ଚମ୍ପାଉଦାକୁ ନିଆଯାଇଥିଲା । ରାସ୍ତାର ବିଭିନ୍ନ ସ୍ଥାନରେ ଲୋକେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ତେବେ ପାର୍ଥବୀ ଶରୀର ଚମ୍ପାଉଦା ଗାଁରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସହିଦ୍ ବୀରଙ୍କ ଶେଷଦର୍ଶନ ପାଇଁ ଲୋକମାନଙ୍କ ସୁଅଛୁଟି ଥିଲା ଓ ସମଗ୍ର ଅଞ୍ଚଳ ବନେ୍ଦ ମାତରମ୍, ସହୀଦ୍ ଯବାନ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା । ଏହି ସମୟରେ ସହିଦ୍ ଯବାନଙ୍କ ପତ୍ନୀଙ୍କ ସହ ତିନିଝିଅ ଓ ପରିବାର କୁଟୁମ୍ବ ମଧ୍ୟ ଉପସ୍ଥିତ ଥିଲେ ।

ଏହାପରେ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ୍ ଯବାନଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଲୋକସଭା ସାଂସଦ ଇଂ ବିଶେଶ୍ୱର ଟୁଡୁ ଓ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜକିଶୋର ଦାସ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ସାରସକଣା ବିଧାୟକ ବୁଢାନ ମୁର୍ମୁ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆଇଜି ଦିପ୍ତେଶ ପଟ୍ଟନାୟକ ଓ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତତ୍ତେମ ଦାସ ପ୍ରମୁଖଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିସହ ରାଜ୍ୟସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୫ଲକ୍ଷଟଙ୍କାର ଚେକ୍ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି ସହିଦ୍ ନନ୍ଦୁରାମଙ୍କ ପନôୀ ଲକ୍ଷ୍ମୀମଣୀଙ୍କୁ ପ୍ରଦାନ କରିଛନ୍ତି ।

Leave A Reply