ଏମ୍ଏସସିବି ବିଶ୍ୱବିଦ୍ୟାଳୟ କେନ୍ଦୁଝର କ୍ୟାମ୍ପସର ପାଞ୍ଚଟି ପ୍ରମୁଖ ବିଭାଗ ବାରିପଦା ମୁଖ୍ୟ କ୍ୟାମ୍ପସକୁ ପୁନଃ ସ୍ଥାନାନ୍ତରିତ ପାଇଁ ସରକାରଙ୍କୁ ଚେତାବନୀ
ବାରିପଦା : ମୟୂରଭଞ୍ଜ ଅବସରପ୍ରାପ୍ତ ବିଶ୍ୱବିଦ୍ୟାଳୟ ଓ ବେସରକାରୀ ଶିକ୍ଷକ ସଂଘର ଗୁରୁତ୍ୱପୂର୍ଣ୍ଣ ସାଧାରଣ ସଭା ସ୍ୱାଗତିକା ସଭାଗୃହରେ ପ୍ରଦୀପ୍ତ କିଶୋର ପଣ୍ଡାଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇ ଜିଲ୍ଲା ଶିକ୍ଷା ସମସ୍ୟାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ସାଧାରଣ ସମ୍ପାଦକ ଡଃ ଶ୍ୟାମସୁନ୍ଦର ଦାସଙ୍କ ପ୍ରସ୍ତାବ କ୍ରମେ ସରକାରଙ୍କ ୨୦୨୩ ମସିହା ନଭେମ୍ବର ୩୦ତାରିଖ ନିଦେ୍ର୍ଦଶନାମାକୁ ବିରୋଧ କରି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର କ୍ୟାମ୍ପସର ସମସ୍ତ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସହିତ ସମସ୍ତ ଅଧ୍ୟାପକ ପ୍ରଫେସର ଓ କର୍ମଚାରୀମାନଙ୍କୁ ତୁରନ୍ତ ବାରିପଦା ମୁଖ୍ୟ କ୍ୟାମ୍ପସରେ ସ୍ଥାନିତ କରିବାକୁ ଅନୁରୋଧ କରାଯାଇଥିଲା । ପ୍ରକାଶଥାଉକି ୨୦୨୩ ଫେବୃୟାରୀ ମାସରେ ସରକାର କେନ୍ଦୁଝର ଠାରେ ଧରଣୀଧର ବିଶ୍ୱବିଦ୍ୟାଳୟ ଖୋଲି ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଓଡିଆ, ସଂସ୍କୃତି ଭଳି ପାଞ୍ଚଟି ବିଷୟ ବିଶ୍ୱବିଦ୍ୟାଳୟ ସଂହିତାର ସମସ୍ତ ନିୟମ ଉଲ୍ଲଙ୍ଘନ କରି ସେଠାକୁ ସ୍ଥାନାନ୍ତରିତ କରିବାର ପ୍ରୟାସକୁ ବିଭିନ୍ନ ସମୟରେ ବିରୋଧ କରାଯାଇଥିଲେ ମଧ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମୟୂରଭଞ୍ଜର ଅସ୍ଥିତାକୁ କୁଠାରାଘାତ କରି ବିଶେଷ ଘୋଷଣା ଦ୍ୱାରା ତାହା କାର୍ଯ୍ୟକାରୀ କରିବାକୁ ବସିଛନ୍ତି । ଏହାସହିତ ୨୦୧୭ ଦରମା ନିୟମାବଳୀ ଉପରେ ଆଲୋଚନା ହୋଇ ମହାବିଦ୍ୟାଳୟ ଶିକ୍ଷକ ନିୟମରେ ପାତରଅନ୍ତର ଦୂରକରି ବେସରକାରୀ ମହାବିଦ୍ୟାଳୟ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କର ତୁରନ୍ତ ୧୭ମାସର ବକେୟା ସହିତ ଗ୍ରାଚୁଇଟି ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ସଭା ପ୍ରାରମ୍ଭରେ ସଂଘର ବରିଷ୍ଠ ସଦସ୍ୟ ପ୍ରତିଭା ରଞ୍ଜନ ଦାସଙ୍କ ବିୟୋଗରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରବୋଧ କୁମାର ମହାପାତ୍ର, ଅନିଲ କୁମାର କର, ଡଃ ଗଣେଶ୍ୱର ଭୋଇ, ରବିନାରାୟଣ ·ଉପଟ୍ଟନାୟକ, ସରୋଜ କୁମାର ମିଶ୍ର, ଡଃ ପ୍ରକାଶ ଚନ୍ଦ୍ର ମହାପାତ୍ର, ଗଙ୍ଗାଧର ବେହେରା, ଡଃ କୁଞ୍ଜବନ ପୃଷ୍ଟି, ଡଃ ପ୍ରକାଶ ଚନ୍ଦ୍ର ଦାଶ, ଜ୍ୟୋତିରଞ୍ଜନ ଦାସ ଓ ରମାକାନ୍ତ ମହାନ୍ତ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିବାବେଳେ ଡଃ ଗଣେଶ୍ୱର ଭୋଇଙ୍କ ଧନ୍ୟବାଦ ପ୍ରସ୍ତାବ ପରେ ସଭାସଂଗ ହୋଇଥିଲା ।
