ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଜାହିରାରେ ସାନ୍ତାଳୀ ବିଭାଗର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାନ୍ତଳୀ ବିଭାଗର ସହାୟକ ପ୍ରାଧ୍ୟାପକ ଡଃ ଜତୀନ୍ଦ୍ରନାଥ ବେଶ୍ରା, ଦୁର୍ଗା ସୋରେନ, ପୀଲଚୁଆନୁ ଠାକୁର ମୁର୍ମୁ ଏବଂ ନାୟକେ ବାବା ଆନପା କିସ୍କୁଙ୍କ ଦ୍ୱାରା ସମ୍ପ୍ରଦାୟର ବିଧି ବିଧାନ ଓ ପରମ୍ପରା ଅନୁସାରେ ବିଦୁ ଚାନ୍ଦାନ ବଙ୍ଗା (ପୂଜା) ପାଳିତ ହୋଇଯାଇଛି । ସାନ୍ତାଳ ସମ୍ପ୍ରଦାୟ ପକ୍ଷରୁ ପ୍ରତ୍ୟେକ ବର୍ଷ ମାଘ ପୂର୍ଣିମା ତିଥିରେ ଉକ୍ତ ପୂଜାର୍ଚ୍ଚନା କରାଯାଇଥାଏ । ଜ୍ଞାନପ୍ରାପ୍ତି ନିମନ୍ତେ ସାନ୍ତାଳ ସମ୍ପ୍ରଦାୟର ଆଦ୍ୟାଦାତା ବିଦୁ ଓ ବିଦ୍ୟାଦାତ୍ରୀ ଚାନ୍ଦାନଙ୍କୁ ପୂଜା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଲୟର ପ୍ର. ଏମ.ହିମାବିନ୍ଦୁ (ନିଦେ୍ର୍ଦଶକ, ଆଇକୁ୍ୟଏସି), ଡଃ ପୁଷ୍ପାଞ୍ଜଳୀ ପରିଡା, ଡଃ ସୁବେନ୍ଦୁ ଶତପଥି, ଡଃ ବିଷ୍ଣୁପ୍ରିୟା ହାଁସଦାଃ, ଡଃ ଦେବାଶିସ ନାୟକ, ଡଃ ସୁଭାଶିନୀ ରଥ, ପିସିଆଇଟିଆଇ ଅଧ୍ୟକ୍ଷ୍ୟ ଇ. କାନ୍ଦାନ ମାଝୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ । ତତ୍ସହିତ ସାନ୍ତାଳି ବିଭାଗର ସାଲଗେ କିସ୍କୁ, ଜୟନ୍ତି ମୁର୍ମୁ, ଛିତାମଣି ମାରାଣ୍ଡି, ଭିଲୁ ମୁର୍ମୁ, ଭିମ ମୁର୍ମୁ, ଶ୍ରୀନାଥ ବେଶ୍ରା, ଠାକୁରାଚରଣ ମାରାଣ୍ଡି, କୁନାର ମୁର୍ମୁ, କାପୁରା ମୁର୍ମୁ, ସାନିୟୀ ବାସ୍କେ, ମାୟାବତୀ ହେମ୍ବ୍ରମ, ଦେଲହୋ ସୋରେନ, ସୁନିତା ମୁର୍ମୁ, ମମତା ସୋରେନ, ସାଗରିକା, ରୁକମଣୀ, ରଘୁନାଥ ଟୁଡୁ ଓ ଶ୍ରୀରାମ ଟୁଡୁ ପ୍ରମୁଖ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।