Odisha news

ଓଡିଶା ମିଲେଟ୍ସ ମିଶନ ଦ୍ୱାରା ଉଷୁ ପ୍ରତିଯୋଗିତା

0

ବାରିପଦା  : ଏମକେସି ହାଇସ୍କୁଲ ପରିସରରେ ଓଡିଶା ମିଲେଟ ମିଶନ ପକ୍ଷରୁ ଏକ ଉସୁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ କୃଷି ଜିଲ୍ଲା ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଯୋଗଦେଇ ଉଷୁ ଖେଳରେ ବିଜେତାଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରିଥିଲେ । ଲଘୁଶସ୍ୟ ଯଥା ମାଣ୍ଡିଆ, ସୁଅାଁ, କାଙ୍ଗୁ, ଜହ୍ନଓ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ହୋଇ ଥିବାରୁ ଖେଳାଳି ତଥା ଅନ୍ୟ ମାନଙ୍କ ପାଇଁ ଏହା ବେଶ ଉପଯୋଗୀ ଓ ତେଣୁ ବର୍ତ୍ତମାନ ସମୟରେ ପାରମ୍ପାରିକ ଖାଦ୍ୟ ଶସ୍ୟର ଅଭାବ ଦେଖା ଯାଉଥିବାରୁ ମାଣ୍ଡିଆ ଜାତୀୟ ଖାଦ୍ୟ ଶସ୍ୟର ବହୁଳ ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ଏବଂ ନିତିଦିନିଆ ଖାଦ୍ୟରେ ଏହାକୁ ବ୍ୟବହାରରେ ଗୁରୁତ୍ୱ ଦେଇଥିଲ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଚରଣ ହାଁସଦା,ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀକାନ୍ତ ମହାନ୍ତ, ତ୍ରିଲୋଚନ ଶବର ମୟୂରଭଞ୍ଜ ଜିଲ୍ଲା ଉଷୁ ଆସୋସିଏସନର ସଭାପତି ମଣିଶଙ୍କର ମହାନ୍ତ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଏବଂ ଖେଳାଳି ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଉଷୁ କେଳର ଜାତୀୟ ସ୍ତରର ବିଚାରକ ଈଶ୍ୱର ଚନ୍ଦ୍ର ମହାନ୍ତ ଜିଲ୍ଲା ବିଚାରକ ଡମ୍ବରୁଧର ମହାନ୍ତ, ବିରବଲ ଟୁଡୁ, ଲିପିକା ମହାନ୍ତ, ରବୀନ୍ଦ୍ର ମହାନ୍ତ, କୁମାରୀ ପଞ୍ଚମୀ ସିଂ, ସସ୍ମିତା ସିଂ, ଦୁଷ୍ମନ୍ତ ମହାନ୍ତ, ଦେବାଶିଷ ସିଂ ଓ ବିଜୟ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ । ପ୍ରତିଯଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ମାଣ୍ଡିଆରେ ତିଆରି ହୋଇଥିବା ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା ।

Leave A Reply