୭୫ ବର୍ଷର ସ୍ୱପ୍ନ ଏମ୍ପିସି ପ୍ଲାଟିନମ୍ ଜୁବୁଲି ମହୋତ୍ସବ ଉଦ୍ୟାପିତ : ଚିତ୍ତାକର୍ଷକ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ବାରିପଦା ସହର
ବାରିପଦା : ଐତିହ୍ୟ ସମ୍ପନ୍ନ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଚାଳିଥିବା ବହୁ ପ୍ରତିକ୍ଷୀତ ପ୍ଳାଟିନମ୍ ଜୁବୁଲିର ତୃତୀୟ ତଥା ଅନ୍ତିମ ଦିବସରେ ମହୋତ୍ସବର ମୁଖ୍ୟ ଆକର୍ଷଣ ମନୋରମା ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବାରିପଦା ସହର, ଆଖପାଖ ଅଞ୍ଚଳ, ରାଜ୍ୟ, ଦେଶ ବିଦେଶରୁ ଆସିଥିବା ହଜାର ହଜାର ପୁରାତନ ଛାତ୍ରଛାତ୍ରୀ । ଏହି ଐତିହାସିକ ସ୍ମୃତିଶିଳା ଚିତ୍ତାକର୍ଷକ ଶୋଭାଯାତ୍ରାକୁ ମହାବିଦ୍ୟାଳୟର କୃତୀ ପୁରାତନ ଛାତ୍ର ଅବସରପ୍ରାପ୍ତ ବରିଷ୍ଠ ଆଇଏସ ଅଫିସର ତଥା ଭାରତର ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜର ମହକ ଆଦିବାସୀ କଳାକାରଙ୍କ ପାରମ୍ପରିକ ନୃତ୍ୟଗୀତ ପରିବେଷଣ କଳସ ବେଲେନ୍ସ, ଦଣ୍ଡା, ଧନୁଷା, ଦେଙ୍ଗେଲ୍ ଓ ଦଶାଇ ପ୍ରଭୁତି ନୃତ୍ୟ ମଧ୍ୟରେ ଏମ୍ପିସି କଲେଜର ଜନ୍ମଦାତ୍ରୀ ଏମ୍କେସି ହାଇସ୍କୁଲ ପରିସରରେ ଶୁଭାରମ୍ଭ କରିଥିଲେ । ଏଥିରେ ହଜାର ହଜାର ପୁରାତନ ଛାତ୍ରଛାତ୍ରୀ ମାଦଲର ତାଳେ ତାଳେ ଝୁମି ହାଇସ୍କୁଲ୍ ପରିସରରୁ ବାହାରି ବାଣ୍ଠିଆ ଜଗନ୍ନାଥ ମନ୍ଦିର, ପୁରୁଣା ଗୁଜୁରି ମାର୍କେଟ ଏରିଆ, କେ.ସି ଗୋଲାଇ, ଦ୍ୱିତୀୟ ଶ୍ରୀକ୍ଷେତ୍ର ଶ୍ରୀ ହରିବଳ ଦେବ ଜଗନ୍ନାଥ ମନ୍ଦିର ଓ ବଡଦାଣ୍ଡ ଅତିକ୍ରମ କରି ମୟୂରଭଞ୍ଜ ପାଲେସରେ (ରାଜ୍ବାଟି) ପହଞ୍ଚିଥିଲା ।
ଏହି ଐତିହାସିକ ଶୋଭାଯାତ୍ରାରେ ଜୁବୁଲି କମିଟିର ଅଧକ୍ଷ ତଥା ମାନ୍ୟବର ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସମେତ ୮୫ବର୍ଷ ବୟସରୁ ଆରମ୍ଭ କରି ବରିଷ୍ଠ ତଥା ଯୁବ ଯୁବା ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାରିପଦା ପୌରପରିଷଦ ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ମନ୍ତ୍ରୀ ସାଂସଦ ବୀରଭଦ୍ର ସିଂହ, ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ବିଧାୟକ କିଶୋର ଦାସ ଓ ଛତିଶ ଧଳ, ସମ୍ପ୍ରିତି ଥିବା ଜାତୀୟ ସ୍ମାରକୀ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବସା, ଆନ୍ତର୍ଜାତିକ ସ୍ତରରେ ପରିଚିତ ଇଂ ଅଶୋକ କୁମାର ବସା, ପୁରାତନ ଛାତ୍ର ସଂସଦର ସଭାପତି ଡଃ ବିଜୟ କୁମାର ଅଗରୱାଳ, କମିଟିର ମୁଖ୍ୟ ପୁରୋଧା ପ୍ରୀତିସ୍ ବସା, ପୂର୍ଣ୍ଣେନ୍ଦୁ ଦାସ, ବିପ୍ଳବ ବୁଗୁଡେଇ, କଳିଙ୍ଗ କେଶରୀ ଜେନା, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡଃ ପ୍ରଭାସ ଆଚାର୍ଯ୍ୟ, ଏମ୍ପିସି କଲେଜ ଅଟୋ କଲେଜର ଅଧ୍ୟକ୍ଷ ମୁକ୍ତିକାନ୍ତ ପଣ୍ଡା, ପରିଚାଳନା ପରିଷଦର ଅଧ୍ୟକ୍ଷା ମେଜର ଡଃ କଳ୍ପନା ଦାସ, ରେଡ କ୍ରସ ଓ ଏନସିସିର କେଡେଟ୍ ମାନେ ସାମିଲ ହୋଇ ଜୁବୁଲି ପାଳନର ଅଭୂଲା ସ୍ମୃତିକୁ ନେଇ ମୟୂରଭଞ୍ଜ ଇତିହାସରେ ନୂଆ ଫର୍ଦ୍ଦ ଯୋଡି ଦେଲେ । ଶୀତରାତ୍ରିର ସନ୍ଧ୍ୟାରେ ସୁଶୋଭିତ ଆଲୋକମାଳାରେ ଝଲସୁ ଥିବା ରାଜ୍ବାଟି ପରିସର ରେକ୍ଟ ଏକ ଭବ୍ୟ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହାକୁ ଅବିସ୍ମରଣୀୟ କରିବା ପାଇଁ ପୁରାତନ ଛାତ୍ର ତଥା ଓଡ଼ିଆ ଚଳଚିତ୍ର ଜଗତର ପରିଚିତ ଚେହେରା ଓ ନିଦେ୍ର୍ଦଶକ ଚିନ୍ମୟ ଦାସ ପଟ୍ଟନାୟକଙ୍କ ମୁଖ୍ୟ ସଂଯୋଜନାରେ ଉପସ୍ଥାପକ ଭାବେ କଳା ସଂସ୍କୃତି ପ୍ରେମୀ ଅଧ୍ୟାପକ ଶିବ ନାରାୟଣ ମିଶ୍ର ଓ ଖ୍ୟାତନାମା ଉପସ୍ଥାପିକା ସୁଶ୍ରୀ ଖୁସିଙ୍କ ଆୟୋଜନରେ ଅନ୍ୟତମ ବରିଷ୍ଠ ।
ପୁରାତନ ଛାତ୍ରୀ ଅଳକା ଓତା ଆଦି ଭାଷା ସଂସ୍କୃତ ଭାଷାରେ ମା’ସରସ୍ୱତୀଙ୍କ ବନ୍ଦନା ଗାନ କରିଥିଲେ । ପରେ ପରେ ବିଶ୍ୱଜିତ୍ ମହାପାତ୍ରଙ୍କ ବଂଶୀ ବାଦନ ଓ ମିୟୁଜିକ୍ ଟିମ୍ ସହଯୋଗିତାରେ ପୁରାତନ ଛାତ୍ରଛାତ୍ରୀ, ଅନ୍ୟାନ୍ୟ କଳାକାର ଛାତ୍ରଛାତ୍ରୀ ଅଜୟ ଓତା, କାବେରୀ ମହାନ୍ତି, ଶାଶ୍ୱତୀ ମିଶ୍ର, ଡଃ ଅମିତାଭ ନନ୍ଦି, ତାପସ ପଣ୍ଡା, ଅନୁପ୍ ସାହା, ତାପସ ବେହେରା, ସୁକଲାଲ୍ ମାରାଣ୍ଡି ଓ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସୁଲଳିତ କଣ୍ଠରେ ଗୀତ ପରିବେଷଣ ଓ ମୀରା ପର୍ମାଣିକଙ୍କ ଓଲିଉଡ୍ ବୋଲିଉଡ୍ ଫୁ୍ୟଜନ୍ରେ ମତୁଆଲା ନୃତ୍ୟ, ଯମଜ କୃତୀ ଭାଇ କିଶୋର ବସା ଓ ଅଶୋକ ବସାଙ୍କ ପ୍ରିତିଭରା ଦୈତ୍ୟ ସଂଗୀତ ଗାନ, ସାଉନ୍ ମାଝୀ ଓ ସାଥିଙ୍କ ଝୁମର୍ ନୃତ୍ୟ ଗୀତ ସମବେତ ଦର୍ଶକଙ୍କୁ ବେଶ୍ କିଛି ସମୟ ପାଇଁ ବିଭୋର ଓ ମନ ମୁଗ୍ଧ କରିଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅର୍କେଷ୍ଟ୍ରା ଗ୍ରୁପର ମଙ୍ଗ ଧରିଥିଲେ ମାଷ୍ଟର ମୁସୀ ଓ ସାଥୀ ଓ ସାକଶଫୋନ୍ରେ ସୁଶ୍ରୀ ଝୁମର ଜୟସ୍ୱାଲ ସମସ୍ତଙ୍କୁ ଆକର୍ଷିତ କରିଥିଲେ । ଏହି ଅବସରରେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜର ଛାତ୍ର ସଂସଦର ପୂର୍ବତନ ସଭାପତି ଓ ସାଧାରଣ ସମ୍ପାଦକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ୩୬ପ୍ରକାରର ସୁସ୍ୱାଦୁ ଖାଦ୍ୟ ଜୁବୁଲି ସ୍ମୃତିରେ ଭୋଜନ କରି ଅଭୂଲା କଥା ଓ ସ୍ମୃତିର ପେଡ଼ି ଧରି ମଧ୍ୟରାତ୍ରରେ ଆତସ ବାଜିର ମଜ୍ଜା ନେଇ ବାହୁଡ଼ି ଥିଲେ ପୁରାତନ ଛାତ୍ରଛାତ୍ରୀ ମାନେ ।
