Odisha news

ଝାରପୋଖରିଆରେ ଅଭିରାମ ଅଭିନୟ ଅନୁଷ୍ଠାନ ନୂତନ ଶାଖାର ପ୍ରତିଷ୍ଠା ଦିବସ

0

ବାରିପଦା  : ପବିତ୍ର ଗୁରୁଦିବସ ଅବସରରେ ଝାରପୋଖରିଆ ସ୍ଥିତ ଆଶିର୍ବାଦ ମଣ୍ଡପ ଠାରେ ଭାରତ ସେବାଶ୍ରମ ସଂଘ, ଓଡିଶା ଏବଂ ସୀମାନ୍ତ ସାଂସ୍କୃତିକ କଳାବିକାଶ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ଫିଲ୍ମ ଆକ୍ଟିଂ(ଅଭିନୟ) ପାଇଁ ପ୍ରସିଦ୍ଧ ପ୍ରଶିକ୍ଷଣ କେନ୍ଦ୍ର ଅଭିରାମ ଅଭିନୟ ଅନୁଷ୍ଠାନ ର ନୂତନ ଶାଖାର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ବିରାଟ ରାଲି ମାଧ୍ୟମରେ ଚଳଚ୍ଚିତ୍ର କଳାକାର ତଥା ଅତିଥି ଶିଳ୍ପୀ ମାନଙ୍କୁ ବମ୍ବେଛକରୁ ଆଶିର୍ବାଦ ମଣ୍ଡପ ଯାଏ ପାରମ୍ପାରିକ ନୃତ୍ୟ-ବାଦ୍ୟ ଶିଳ୍ପୀଙ୍କ ଗହଣରେ ପାଛୋଟି ନିଆଯାଇଥିଲା । ଉକ୍ତ ପ୍ରତିଷ୍ଠା ଦିବସକୁ ମୁଖ୍ୟଅତିଥି ତଥା ସାରସକଣା ବିଧାୟକ ଡାଃ ବୁଢାନ ମୁର୍ମୁ ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିବାବେଳେ ଭାରତ ସେବାଶ୍ରମ ସଂଘର ସାଧାରଣ ସମ୍ପାଦକ ନୃତ୍ୟଗୁରୁ ଲକ୍ଷ୍ମୀ ପ୍ରସାଦ ମହାନ୍ତ, ଅଭିରାମ ଅଭିନୟ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଓଡିଆ ଚଳଚ୍ଚିତ୍ର ଜଗତର ଆଗଧାଡିର ଲେଖକ, ଅଭିନେତା, ନିଦେ୍ର୍ଦଶକ ଓ ପ୍ରଯୋଜକ ଚିନ୍ମୟ କୁମାର ଦାସ ପଟ୍ଟନାୟକ ଓ ଉପସଭାପତି, ଭାରତ ସେବାଶ୍ରମ ସଂଘ ମହୋଦୟ ଅତିଥି ମାନଙ୍କ ଉଦ୍ବୋଧନ ପରେ ନୃତ୍ୟଗୁରୁ ଲକ୍ଷ୍ମୀ ପ୍ରସାଦ ମହାନ୍ତ ଓ ନିଦେ୍ର୍ଦଶକ, ଲେଖକ ଚିନ୍ମୟ ଦାସ ପଟ୍ଟାନୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ପରେ ବିଶିଷ୍ଟ ସିନେ କଳାକାର ଅଭିନେତ୍ରୀ ସାହିଲ ମିଶ୍ର, ଅଭିନେତା ସୁଜୟ ମହାନ୍ତି, ଅରୁଣ ମହାନ୍ତ, ସୁଧିର ମହାନ୍ତି, ନବନୀତ ମହାନ୍ତ, ଲମ୍ବୋଦର ସିଂ, ସୁଜିତ ନାଥ, ସଧିର ନାୟକ, ସଂଗ୍ରାମ ଭଞ୍ଜଦେଓ, ଶ୍ରୀନିବାସ ଭଞ୍ଜ, ଈଶ୍ୱର ଅର୍ପିତା ଦେ, ଗୋକୁଳ ଚନ୍ଦ୍ର ଦାସ ତଥା ଅନ୍ୟାନ୍ୟ କଳାକାର ମାନଙ୍କ ମଧ୍ୟରେ ଶ୍ରୀମାନ ଅଂଶୁମାନ ବକ୍ସି, ଶ୍ରୀମାନ ନିତିଶ ମାହାତ, ସୁଶ୍ରୀ ସ୍ନିଗ୍ଧା ମାହାତ, ସୁଶ୍ରୀ ସୁପ୍ରିୟା ପାତ୍ର, ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଇଥିଲେ । ପରେ ପରେ ସଂଘର କୃତୀ କଳାକାରଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ଅତି ଉଚ୍ଚକୋଟୀର ହୋଇଥିବାବେଳେ କାର୍ଯ୍ୟକ୍ରମକୁ ସୁ·ରୁ ରୂପେ ସୁଶ୍ରୀ ମମତା ଓ ସୁଶ୍ରୀ ସୁରେଖା ପରି·ଳନା କରିଥିଲେ । ସୀମାନ୍ତ ଅଞ୍ଚଳର ନୂତନ ପ୍ରତିଭାମାନଙ୍କୁ ଅଭିନୟର ପ୍ରଶିକ୍ଷଣ ନେଇ ଚଳଚ୍ଚିତ୍ର ଜଗତରେ ପ୍ରତିଷ୍ଠା କରିବା ଉଦେ୍ଦଶ୍ୟରେ ଅନୁଷ୍ଠାନର ଆଭିମୁଖ୍ୟ ବୋଲି ସାଧାରଣ ସମ୍ପାଦକ ନିଜ ବକ୍ତବ୍ୟରେ କହିଥିବାବେଳେ ଅଭିରାମ ଅଭିନୟ ଅନୁଷ୍ଠାନର ନିଦେ୍ର୍ଦଶକ ଶ୍ରୀ ଦାସ ପଟ୍ଟନାୟକ ନୂତନ ପ୍ରତିଭା ମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେଇ ତାଙ୍କ ପାଇଁ ଉପଯୁକ୍ତ ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ଆଲୋକପାତ କରିଥିଲେ । ସମବେତ ଦର୍ଶକ ଅନୁଷ୍ଠାନର ଉଦେ୍ଦଶ୍ୟ ବିଷୟରେ ଅବଗତ ହୋଇ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply