Odisha news

ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ପେନ୍ସନାର ସଂଘ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ପେନ୍ସନାର ସଂଘ ପକ୍ଷରୁ ଭଞ୍ଜପୁର ଜମୁନେଶ୍ୱର ଶିବମନ୍ଦିର ପରିସରରେ ସଂଘର ଉପସଭାପତି ନୀଳରନô ପଲେଇଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ମୁନି ଯୋଗ ଦେଇଥିଲେ । ବର୍ତ୍ତମାନର ମହଙ୍ଗା ବଜାରରେ ଅତ୍ୟାବଶ୍ୟକ ଜିନିଷ ପତ୍ର ଅହେତୁକ ଦରବୃଦ୍ଧି ଓ ଔଷଧର ଅହେତୁକ ଦର ବୃଦ୍ଧି ଭିତରେ ଦୁର୍ବିସହ ଜୀବନ ନିର୍ବାହ କରୁଥିବାବେଳେ କେନ୍ଦ୍ର ସରକାର କେନ୍ଦ୍ର କର୍ମଚାରୀ, ପେନ୍ସନାରଙ୍କ ଚାରି ପରସେଣ୍ଟ ମହଙ୍ଗା ଭତ୍ତା ବର୍ଦ୍ଧିତ କରିଦେଇଛନ୍ତି । ଓଡିଶା ରାଜ୍ୟସରକାର ସମୟ ନଗଡାଇ ଚାରି ପରସେଣ୍ଟ ମହଙ୍ଗା ଭତ୍ତା ଯଥାଶୀଘ୍ର ଦେବା ସହିତ ୨୦୦୬ ମସିହା ଠାରୁ ଅଦ୍ୟାବଧୂ ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ବହୁଦିନରୁ ଦାବିପତ୍ର ଦେଇ ଆପତ୍ତି କରି ଆସୁଥିବା ଚିକିତ୍ସା ଭତ୍ତା ରାଜ୍ୟ ସରକାର ହୃଦୟଙ୍ଗମ କରି ଯଥାଶୀଘ୍ର ଦେବା ଜରୁରୀ ଉପରେ ଆଲୋଚନା ହୋଇଥିଲା ଏବଂ ବୈଠକରେ ବରିଷ୍ଠ ନାଗରିକ ପରିଚୟ ପତ୍ର ତଥା ସିନିୟର ସିଟିଜେନ୍ କାର୍ଡ ପ୍ରାପ୍ତ ନିମନ୍ତେ ଜିଲ୍ଲାପାଳଙ୍କୁ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ ଆବେଦନ କରିବାର ସର୍ବସମ୍ମତିରେ ସ୍ଥିର କରାଯାଇଥିଲା । ଏତଦ୍ବ୍ୟତିତ୍ ଆସନ୍ତା ମେ’ ମାସରେ ମୟୂରଭଞ୍ଜର ଚାରିଟି ସବ୍ଡିଭିଜନର ଅବସରପ୍ରାପ୍ତ କର୍ମଚାରୀ ପେନସନାର ସଂଘର କର୍ମକର୍ତ୍ତାଙ୍କୁ ଏବଂ ଜିଲ୍ଲାର ବ୍ଲକ ସଂଘ ମାନଙ୍କର କର୍ମକର୍ତ୍ତାଙ୍କୁ ନେଇ ବାରିପଦାରେ ସାଙ୍ଗଠନିକ ବୈଠକ କରିବାର ସ୍ଥିର କରାଯାଇଛି । ଏହି ବୈଠକ ସଂପାଦକ ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିବାବେଳେ ପ୍ରତାପ ଚନ୍ଦ୍ର ମହାପାତ୍ର, ପ୍ରଭାକର ଜେନା, ସୁଶିଲ କୁମାର ଜେନା, ରାମେଶ୍ୱର ବେହେରା, ଚନ୍ଦ୍ରମୋହନ ମାଝୀ, ଗୋପବନ୍ଧୁ, ପ୍ରଶାନ୍ତ କୁମାର ମହାନ୍ତି, ଲଚ୍ଛମୋହନ ମାର୍ଣ୍ଡି, ସୁରେଶ ଚନ୍ଦ୍ର ମୁର୍ମୁ ଓ ଦୁଲା ବାସ୍କେ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Govt
Leave A Reply