ବାରିପଦା : କଟକ ସ୍ଥିତ ଏମଏସଏମଇ କାର୍ଯ୍ୟାଳୟ ଆନୁକୂଲ୍ୟରେ ବାରିପଦାର ଅଗ୍ରଣୀ ଏନଜିଓ ଆରଆରଡିସି ଦ୍ୱାରା ତୃତୀୟ ଲିଙ୍ଗୀଙ୍କ ସକାଶେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରୋଟାରୀ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ଏମଏସଏମଇ କାର୍ଯ୍ୟାଳୟର ନିଦେ୍ର୍ଦଶକ ପିକେ ଗୁପ୍ତା ମୁଖ୍ୟଅତିଥି ରୂପେ ଯୋଗଦେଇ ଆଜିର ଯୁଗରେ ତୃତୀୟ ଲିଙ୍ଗୀ ସମୁଦାୟ ଆଗଭର ହୋଇ ନିଜ ଗୋଡରେ ନିଜେ ଠିଆ ହୋଇ ଉଦ୍ୟମୀ ହେଇ ପାରିବେ ସେ ବିଷୟରେ ଆଲୋଚନା କରିଥିଲେ । ଉପନିଦେ୍ର୍ଦଶକ ସଚ୍ଚିଦାନନ୍ଦ ଦାସ ସଂସ୍ଥାର ବିଭିନ୍ନ ଯୋଜନା ଏବଂ ସେଗୁଡିକର ଲାଭ ସମ୍ବନ୍ଧରେ କହିଥିଲେ ।
ସହାୟକ ନିଦେ୍ର୍ଦଶକ ଏସକେ ସାହୁ ଓ ଏ ମୋଦୀ ଫିନାଇଲ୍, ହ୍ୟାଣ୍ଡୱାସ୍ ଓ ଧୂପକାଠି ତିଆରି କରିବାର କୌଶଳ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତାରାକାନ୍ତ ଗୋପାଲ, ଆମୋଦ କୁମାର ପ୍ରଧାନ ଯୋଗଦେଇ ଆଜିର ଯୁଗରେ ନିଜସ୍ୱ ଉଦ୍ୟମ କରି ଲାଭାନ୍ୱିତ ହେବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ସାଚନ୍, ପ୍ରମୋଦ କୁମାର ଦାସ ଏବଂ ଏନଜିଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟଃ ୫୦ରୁ ଉଦ୍ଧ୍ୱର୍ ତୃତୀୟ ଲିଙ୍ଗୀ କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ କର୍ମପନ୍ଥା ପାଇଁ ଉସôାହିତ ହୋଇଥିଲେ । ମଧୁସୂଦନ ନାଏକ ଧନ୍ୟବାଦ ଅର୍ପଣ କରିଥିବାବେଳେ କାର୍ଯ୍ୟକ୍ରମ ଆୟୋଜନ ଆରଆରଡିସିର ମୁଖ୍ୟ ଶିରିଷ ଚନ୍ଦ୍ର ମହାନ୍ତ କରିଥିଲେ ଏବଂ ଆଗାମୀ ଦିନରେ ତୃତୀୟ ଲିଙ୍ଗୀ ସମୁଦାୟଙ୍କ ସ୍ୱରୋଜଗାର ପାଇଁ ପ୍ରୟାସ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମର ସଂ·ଳନ ଡଃ ପ୍ରଶାନ୍ତ କୁମାର କର କରିଥିଲେ ।
