Odisha news

ରାଜ୍ୟ ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ସଂଘ ପକ୍ଷରୁ ନୂତନ ସଂଘ ଗୃହ ନିମନ୍ତେ ଭୂମି ପୂଜା

0

ବାରିପଦା  : ଓଡିଶା ରାଜ୍ୟ ବିଦୁ୍ୟତ୍ ଶ୍ରମିକ କର୍ମଚାରୀ ସଂଘର ନିର୍ଦେଶ କ୍ରମେ ମଙ୍ଗଳବାର ନୂତନ ସଂଘ ଗୃହ ତିଆରି ନିମନ୍ତେ ଭୂମି ପୂଜା ହୋଇଅଛି । ଭୂମି ପୂଜା ସମୟରେ ସଂଘର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । । ସଂଘର ଉପସଭାପତି ତଥା ସଂଘର ସବୁଠାରୁ ବାୟାଜ୍ୟଷ୍ଠ କୈଳାଶ ଚନ୍ଦ୍ର ମହାନ୍ତଙ୍କ କରକୋମଳ ରେ ସଂଘ ଗୃହର ଭୂମି ପୂଜା ଆନନ୍ଦ ଉଲ୍ଲାସର ସହିତ ସମ୍ପୂର୍ଣ୍ଣ ହୋଇଥିଲା । ପୂଜାରେ ଯୁଗ୍ମସମ୍ପାଦକ ହିତେଶ କୁମାର ରାଉତ, ସାର୍କେଲ ସମ୍ପାଦକ ଅନିମେଶ ଦାସ, ଡିଭିଜନାଲ ସମ୍ପାଦକ ବିଜେନ୍ଦ୍ର କୁମାର ଗିରି, ଅରର୍ଗାନାଇଜିଂ ସମ୍ପାଦକ ସେଣ୍ଟ୍ରାଲ ଅଶ୍ୱନି କୁମାର ଦାସ, କୋଷାଧ୍ୟକ୍ଷ କନ୍ତିଲାଲ ବିଶ୍ୱାଳ ଓ ପପୁ ମହାନ୍ତ, ପ୍ରକାଶ ମହାନ୍ତ, ବଂଶୀଧର ସିଂ, ସୁକ୍ରା ସିଂ ଓ ସାହେବ୍ ରାମ ମହାନ୍ତ ପ୍ରମୁଖ ଉପସ୍ଥିତି ଥିଲେ ।

Nalco
Leave A Reply