Odisha news

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରିବାପାଇଁ ଭକ୍ତଙ୍କ ଦାବି

0

ବାରିପଦା  : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ଜଗନ୍ନାଥ ମନ୍ଦିରରେ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ରଥଯାତ୍ରାକୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବନ୍ଦ କରିଦିଆଯାଇଛି । ମାତ୍ର ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି ଭକ୍ତ ସମାଜ ।  ଏହି ନିଷ୍ପତ୍ତିକୁ ବଦଳାଇବା ତଥା ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା କରିବାପାଇଁ ଅଡି ବସିଛନ୍ତି ବାରିପଦାର ଭକ୍ତମାନେ ।

ଏହାର ପ୍ରତିବାଦ କରି ତଥା ରଥଯାତ୍ରା କରିବାପାଇଁ ଜିଲ୍ଲାପ୍ରଶାସନ ଉପରେ ଚାପ ପ୍ରୟୋଗ କରିବାପାଇଁ ରବିବାର ଅପରାହ୍ନରେ ବହୁ ଭକ୍ତ ମନ୍ଦିର ସମ୍ମୁଖରେ ସାମାଜିକ ଦୂରତ୍ୱା ରକ୍ଷା କରି ମାନବ ଶୃଙ୍ଖଳା ମଧ୍ୟରେ ପ୍ଲାକାର୍ଡ ଧରି ରଥଯାତ୍ରା କରିବାପାଇଁ ଅଭିନ୍ନବ ଉପାୟରେ ଦାବି କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ଅଭିଜିତ୍ ରାମ, କିଶୋର ମହାନ୍ତି, ପଙ୍କଜ ବେହେରା, ଜନ୍ମଜୟ ବେହେରା, ଅଭିଶେକ ପାତ୍ର, ମନୀଷା ତରଆଇ, ତେଜସ୍ୱିନୀ ରାୟ, ଚିନ୍ମୟ ଦାସ, ନିହାର ରଞ୍ଜନ ନନ୍ଦ ଓ ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖଙ୍କ ସହ ବହୁ ଯୁବକଯୁବତୀମାନେ ଆମେ ଓଡିଆ, ଶ୍ରୀଜଗନ୍ନାଥ ଆମର ପରିଚୟ ତଥା କଟକଣା ଯୁକ୍ତ ରଥଯାତ୍ରା କରିବାପାଇଁ ପ୍ଲାକାର୍ଡ ଧରି ଦାବି ଜଣାଯାଇଛନ୍ତି । ଶେଷରେ ବାରିପଦା ଟାଉନ ପୋଲିସ ପହଞ୍ଚି ଏହି ଭକ୍ତ ମାନଙ୍କୁ ବୁଝାଇବା ପରେ ମନ୍ଦିର ସମ୍ମୁଖରେ ଧାରଣା ଦେଇଥିବା ଭକ୍ତ ଯୁବକମାନେ ଆନେ୍ଦାଳନରୁ ନିବୃତ୍ତ ହୋଇଥିଲେ । ଅପରପକ୍ଷରେ ଏବେ ବିଭିନ୍ନ ମହଲରେ ପୁଣିଥରେ ରଥଯାତ୍ରା କରିବାପାଇଁ ଦାବି ଜୋରଦାର ହେବାରେ ଲାଗିଛି ।

Leave A Reply