Odisha news

ରାଇରଙ୍ଗପୁର ଏସଡିଜିଏମ୍ ସ୍ମରଣିକା ପ୍ରଧାନଙ୍କ ବିୟୋଗରେ ଶୋକସଭା

0

ବାରିପଦା : ଗତ ଜୁନ୍ ୩୦ତାରିଖ ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର କୋର୍ଟର ଏସଡିଜିଏମ୍ ସ୍ମରଣିକା ପ୍ରଧାନଙ୍କ ପୁରୀ ରଥଯାତ୍ରା ଦର୍ଶନ ଏବଂ ତାଙ୍କ ପୈତୃକ ଗ୍ରାମରେ ବାଲୁଙ୍କେଶ୍ୱର ମନ୍ଦିର ପ୍ରତିଷ୍ଠା ଉସôବରେ ଯୋଗ ଦେବାପାଇଁ ନିଜ ସ୍ୱାମୀଙ୍କ ସହ ନିଜ କାରରେ ଯାଉଥିବା ସମୟରେ ଜାତୀୟ ରାଜପଥ ୪୯ନମ୍ବର ଯଶିପୁରର ଚାଇଁନେବଦା ଗ୍ରାମର ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ରାଇରଙ୍ଗପୁର କୋର୍ଟରେ ଏବଂ ଓକିଲ ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ରାଇରଙ୍ଗପୁର କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସବ୍ଜଜ୍ ବାସୁଦେବ୍ ଆଚାର୍ଯ୍ୟ, ଜେଏମଏଫସି ମୋନିକା ଆଚାର୍ଯ୍ୟ, ବର୍ଷୀୟାନ୍ ଓକିଲ ରସାନନ୍ଦ ଲେଙ୍କା, ପୂର୍ବତନ ଓକିଲ ସଂଘ ସଭାପତି ପ୍ରଭାସ କବି, ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ସମ୍ପାଦକ ହରି ଚରଣ ସାହୁ, ବୀରକିଶୋର ମହାପାତ୍ର, ସରକାରୀ ଓକିଲ ଅର୍ଚନା ଦତ୍ତ, ଲକ୍ଷ୍ମୀ ମହାନ୍ତି, ନିୟତି ମହାନ୍ତି, ନମିତା ଦତ୍ତ ଓ କାର୍ଯ୍ୟରତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ସ୍ମରଣିକା ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ପରେ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହ ସ୍ମୃତିଚାରଣ କରାଯାଇଥିଲା । ସେହିଭଳି ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ଓକିଲ ସଂଘର କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଅଧିବକ୍ତା ସାମିଲ ହୋଇ ସ୍ୱର୍ଗତ ଏସଡିଜିଏମ୍ ସ୍ମରଣିକା ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

Leave A Reply