Odisha news

ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ୨୬ ନଭେମ୍ବର ଦେଶବ୍ୟାପୀ ଧର୍ମଘଟକୁ ସଫଳ କରିବା ପାଇଁ ଆହ୍ୱାନ

0

ବାରିପଦା  : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କ ପକ୍ଷରୁ ଚଳିତମାସ ୨୬ତାରିଖ ଅନୁଷ୍ଠିତ ହେବାକୁ ସର୍ବଭାରତୀୟ ସାଧାରଣ ଧର୍ମଘଟର ସଫଳତା ପାଇଁ ପାଲବଣୀଠାରେ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ମିଳିତ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରସରକାରଙ୍କ ଶ୍ରମିକ, କୃଷକ, ମହିଳା, ଦଳିତ ବିରୋଧୀ ନିତୀକୁ ବିରୋଧ କରି ଏହି ଧର୍ମଘଟ ଡାକରା ଦିଆଯାଇଥିବାବେଳେ ଶ୍ରମିକ ବିରୋଧୀ ଆଇନ୍ ପ୍ରତ୍ୟାହାର,କୃଷକ ବିରୋଧୀ କୃଷି ଆଇନ୍ ରଦ୍ଦ, ଆୟକର ଦେଉନଥିବା ସମସ୍ତ ପରିବାରକୁ ମାସିକ ୭ହଜାର୫ଶହ ଟଙ୍କା ଓ ମୁଣ୍ଡ ପିଛା ୧୦କିଲୋଗ୍ରାମ୍ ଚାଉଳ ପ୍ରଦାନ କରିବା, ଶ୍ରମିକଙ୍କୁ ମନରେଗା ଜରିଆରେ ବାର୍ଷିକ ୨ଶହଦିନର କାମ ଓ ବର୍ଦ୍ଧିତ ମଜୁରୀ ଦେବା, ବ୍ୟାଙ୍କ-ବୀମା ଓ ରାଷ୍ଟ୍ରୟନ ଉଦ୍ୟୋଗୀର ଘରେଇକରଣ ବନ୍ଦ, ନିର୍ମାଣ ଶ୍ରମିକଙ୍କୁ ନୂତନ ପଞ୍ଜିକରଣ କରାଇବା ଇତ୍ୟାଦି ଦାବି ନେଇ ଏହି ଧର୍ମଘଟ କରାଯିବ ବୋଲି ସମ୍ମେଳନ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଆଇଏନଟିୟୁସିର ଭୂବନ ବିହାରୀ ସାହୁ, ଏଆଇଟିୟୁସିର ଜଗବନ୍ଧୁ ମିଶ୍ର, ସିଟୁର ରବି ଗୋସ୍ୱାମୀ, ଏଆଇୟୁଟିୟୁସିର ପ୍ରାକ୍ତନ ବିଧାୟକ ଶମ୍ଭୁନାଥ ନାଏକ ଓ ଏଚ୍ଏମ୍ଏସ୍ର ସିଂଗଲତା ମାଝିଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀ ସମ୍ମେଳନକୁ ପରିଚାଳନା କରିଥିବାବେଳେ ଶ୍ରମିକ ନେତା ତଥା ସିପିଆଇ ରାଜ୍ୟ ସହସମ୍ପାଦକ ଡଃ ପ୍ରଶାନ୍ତ ମିଶ୍ର ହେବାକୁ ଥିବା ଧର୍ମଘଟର ଭିତ୍ତିପ୍ରତ ଉପସ୍ଥାପନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡିଶା ଲିଫ୍ଟ ଇରିଗେସନର ମଧୁସୂଦନ ଜେନା, କୃଷକ ନେତା ତି୍ରନାଥ ପାତ୍ର, ନନ୍ଦ କୁମାର ମହାପାତ୍ର, ଲଳିତ ମହାନ୍ତ,ବିଦୁ୍ୟତ୍ କର୍ମଚାରୀ ସଂଘର ନୃସିଂହ ଚରଣ ପଣ୍ଡା, ସିଟୁର ଅମଲ ଦେ, ଏଆଇୟୁଟିୟୁସିର ପିତାମ୍ବର ନାଏକ, ପେନସନ ଭୋଗି ସଂଘର ମଦନ ମୋହନ ଜେନା, ରାମଚନ୍ଦ୍ର ପଣ୍ଡା, ଭାରତୀୟ କ୍ଷେତ ମଜଦୁର ୟୁନିୟନର ହୃଷିକେଶ ସାହୁ,କାହ୍ନୁଚରଣ ବେହେରା,ପରମେଶ୍ୱର ମହାନ୍ତ, ରଥ ସିଂ,ଚୈତନ୍ୟ ପୂର୍ତ୍ତି, ଜୟନ୍ତି ସିଂ, ଉତ୍ତରା ବେହେରା, ଉଷାମଣୀ ଧଳ, ମହେଶ୍ୱର ବେହେରା, ଗୌତମ ନାଏକ, ରୂପାଇ ମାଝୀ ଓ ଧନୁ ମାରାଣ୍ଡି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଧର୍ମଘଟକୁ ଜିଲ୍ଲାରେ ସଫଳ କରିବାକୁ ଜନସାଧାରଣଙ୍କୁ ସହଯୋଗ ଲୋଡିଥିବାବେଳେ ଉପଖଣ୍ଡସ୍ତରୀୟ ସାଧାରଣ ବୈଠକ ଓ ପ୍ରଥପ୍ରାନ୍ତ ସଭାର ତାରିଖ ନିର୍ଦ୍ଧାରଣ ପାଇଁ କୋର୍ଡିନେସନ୍ କମିଟି ଉପରେ ଦାୟିତ୍ୱ ଦିଆଯାଇଛି ।

 

 

Leave A Reply