Odisha news

୨ କୁଖ୍ୟାତ ଅପରାଧୀ ଗିରଫ, ଚୋରି ସାମଗ୍ରୀ ଜବତ

0

ବାରିପଦା  : ବାରିପଦା ଟାଉନଥାନା ପକ୍ଷରୁ କାଳିକାପୁର ଅଞ୍ଚଳରେ ଅତର୍କୀତ ଚଢଉ କରାଯାଇ ଦୁଇ ଅପରାଧୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଏକ ଆଇପେଡ୍, ଏମଆଇ ଏଲଇଡି ଟିଭି ଓ ଏଲଜି ଏଲଇଡି ଟିଭି ଜବତ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଏକ ବିଶେଷ ସୁତ୍ରରୁ ଖବରପାଇ ବାରିପଦା ଟାଉନଥାନା ପକ୍ଷରୁ ଶନିବାର ରାତିରେ କାଳିକାପୁର ଅଞ୍ଚଳର କୁଖ୍ୟାତ ଅପରାଧୀ ଆକାଶ ମୁଖୀଙ୍କ ଘରେ ଚଢଉ କରାଯାଇଥିଲା ।

ପୋଲିସ ହାତରେ ଧରାପଡିବା ପରେ ଆକାଶ ଚୋରି କରିଥିବା ବିଭିନ୍ନ ଜିନିଷ ରାସଗୋବିନ୍ଦପୁର ଥାନା ଅଞ୍ଚଳର ସଞ୍ଜିବ ବେହେରାଙ୍କୁ ଦେଇଦେଇଥିବା ପୋଲିସ ଆଗରେ ପ୍ରକାଶ କରିଥିଲେ । ଗିରଫ ହୋଇଥିବା ଆକାଶ ମୁଖୀଙ୍କ ନାମରେ ବିଭିନ୍ନ ଥାନାରେ ୨୨ଟି ଚୋରି ମାମଲା ଥିବା ଜଣାଯାଇଛି । ଏହି ଦୁଇଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Leave A Reply