Odisha news

” ଅନ୍ଧବିଶ୍ୱାସର କରୁଣ ପରିଣତି ” ଆଖି ବୁଜିଲା 27 ଦିନର କଅଁଳ ଶିଶୁ

0
ମୟୁରଭଞ୍ଜ : ନବଜାତ ଶିଶୁପୁତ୍ରର ପେଟରେ ଚେଙ୍କ ଦେବା କାରଣରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଶିଶୁ।   ସୂଚନା ମୁତାବକ ଗତମାସ 4 ତାରିଖରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ଜଇଦାନପୋଷି ଗ୍ରାମର ମୁନି ମାଝୀଙ୍କ ସ୍ତ୍ରୀ କର୍ମୀ ମଝି ବଦାମପାହାଡ଼ ଡ଼ାକ୍ତରଖାନାରେ ଏକ ଶିଶୁପୁତ୍ର କୁ ଜନ୍ମ ଦେଇଥିଲେ।
ଉଭୟ ମା ଏବଂ ଛୁଆ ସୁସ୍ଥ ଅବସ୍ଥାରେ ଘରକୁ ମଧ୍ୟ ଫେରିଥିଲେ। ହେଲେ କିଛିଦିନ ପରେ ନବଜାତ ଶିଶୁଟି ବେସି କାନ୍ଦିବାର ଦେଖି ଶିଶୁଟିର ପେଟବଥା ହେଉଥିବା ଭାବି ମୁନି ମଝି ଗାଁର ଜଣେ ମହିଳା ବୀଜ ମଝି ଙ୍କୁ ଏ ବାବଦରେ ଜଣେଇଥିଲେ।
ମହିଳା ଜଣକ ଛୁଆର ପେଟରେ ଚେଙ୍କ ଦେଲେ ପେଟବଥା ଭଲହୋଇଯିବା ସଙ୍ଗେ ସଙ୍ଗେ ଆଉ କେବେ ପେଟ ବଥା ହେବନି କହି ମୁନି ମାଝି ଘରକୁ ଯାଇଥିଲେ। ଏବଂ ଏକ ଦାଆ (ଧାନ କଟା ଯନ୍ତ୍ର) କୁ  ନିଆଁରେ ଗରମ କରି ପିଲାଟିର ପେଟର ନାହି ଚାରିପଟେ 12 ଟି ଚେଙ୍କ ଦେଇଥିଲେ। ଚେଙ୍କ ଦେବାପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା ଏବଂ ଗୁରୁତର ଅବସ୍ଥାରେ ପିଲାଟିକୁ ପରିବାର ଲୋକେ ପ୍ରଥମେ ବଦାମପାହାଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସେଠାରେ ପିଲାଟିର ଅକ୍ସୀଜେନ ଲାଗିଥିଲା ଏବଂ ଏଭଳି ଅବସ୍ଥାରେ ଉତମ ଚିକିତ୍ସା ପାଇଁ ଡାକ୍ତର ପିଲାଟିର ରାଇରଙ୍ଗପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ହେଲେ ଦୁଃଖ ଏବଂ ପରିତାପର ବିଷୟ ଗତକାଲି ରାତିରେ ନିଜର କଷ୍ଟ ସହ୍ୟ କରିନପାରି କଅଁଳ ଶିଶୁଟି ସବୁଦିନପାଇଁ ଆଖି ବୁଜିଦେଇଛି।  ଅନ୍ୟପଟେ ପିଲାଟିର ଏସବୁ ପାଇଁ ନିଜକୁ ଦାୟୀ କରି ଅନୁତାପ କରୁଛନ୍ତି ବାପା ମୁନୀ ମଝି ।
Leave A Reply