Odisha news

ସ୍ୱାଧୀନତା ର 74 ବର୍ଷ ପରେ ମଧ୍ୟ ବଙ୍ଗାଳି ସାହି କୁ ବାଉଁଶ ପୋଲ ଭରସା

0
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଡ଼ଙ୍ଗାଡିହା ଗାଁର  ଦୁଇଟି ସାହି  ସ୍ଵାଧୀନତା ର ୭୩ ବର୍ଷ ପରେବି ମୌଳିକ ଅଧିକାରରୁ  ବଞ୍ଚିତ l ଉକ୍ତ ଗାଁ ମାନଙ୍କର ଦୀର୍ଘ ଦିନର ସମସ୍ୟା ନେଇ ବାରମ୍ବାର ଗ୍ରାମପଞ୍ଚାୟତ  କାର୍ଯ୍ୟାଳୟ ଠାରୁ ବ୍ଳକ ପ୍ରଶାସନ  ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଲୋକେ ନୟାନ୍ତ ହେଲେଣି ତଥାପି ତାଙ୍କୁ ମୌଳିକ ଅଧିକାର ରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ କରିଛନ୍ତି ସରକାର ତେବେ ଆସନ୍ତୁ ଦେଖିବା ଏହାର ଗ୍ରାଉଣ୍ଡ ଜିର ରିପୋର୍ଟ ।
 ସ୍ୱାଧୀନତାର ୭୪ ବର୍ଷ ଆମ୍ଭେ ପାଳନ କରିଥିଲେ ବି ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଏବେ ବି ଏମିତି ଗାଁ ଅଛି ଯୋଉଠି ବିକାଶ ଆଜି ସାତ ସପନ ।ସାମାନ୍ୟ ଯିବା ଆସିବା ପାଇଁ ଗୋଟିଏ ଭଲ ରାସ୍ତା ନ ଥିବା ବେଳେ ନଦୀ ପାର ହବା ପାଇଁ ବାଉଁଶ ପୋଲ ହିଁ ଏକମାତ୍ର ଭରସା ।ଯାହା ବିକାଶର ନଗ୍ନ ଚିତ୍ରକୁ ଏଇଠାରୁ ବଖାଣୁ ଛି ।
ଚମ୍ପାଝର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗାଡିହା ଗ୍ରାମର ଘୁଟୁ ସାହି ଓ ବଙ୍ଗାଳି ସାହିରେ ରହିଛନ୍ତି ପାଖାପାଖି ୧୨ ଶହ ପରିବାର ହେଲେ ଏମାନଙ୍କୁ  ଶାଳନ୍ଦୀ ନଦୀ ଭାଗ କରିଦେଇଛି ।ଗାଁ  ଅପର ପାର୍ଶ୍ଵରେ ଉକ୍ତ ଗାଁ ଦୁଇଟି ରହିଥିବା ବେଳେ ପ୍ରତ୍ୟେକ ଦିନ ଜା ଆସ ପାଇଁ ସାଳନ୍ଦୀ ନଦୀ ପାର ହୋଇ ଦୈନଦିନର ରାସନ ଠୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଏଇ ବାଉଁଶ ପୋଲ ଦେଇ ଜା ଆସ କରିଥାନ୍ତି ଶହ ଶହ ଗ୍ରାମବାସୀ  ତଥାପି କାହାରି ଦୃଷ୍ଟି ପଡୁନି ନା ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ଲୋକ ପ୍ରତିନିଧିଙ୍କ, ସ୍ୱାଧୀନତା ର ୭୩ବର୍ଷ ପରେ ବି ଲୋକେ ନଦୀ ପାରହବା ପାଇଁ ଏଇ ବିପଦ ସଂକୁଳ ବାଉଁଶ ପୋଲକୁ ଭରସା କରି ଆଜି ନିଜର ଭାଗ୍ୟ କୁ ଆଦରି ପଡି ରହିଛନ୍ତି  l
ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ବିକାଶ ର ଡିମ ଡିମ ପିଟୁଥିବା ବେଳେ ଏଇ ଦୁଇଟି ଗାଁ ଆଜି ପର୍ଯ୍ୟନ୍ତ ବିକାଶ କଣ ଜାଣି ପାରିଲେ ନାହିଁ ।  ବର୍ଷା ଦିନ ଆସିଲେ ଏଇ ଦୁଇଟି ଗାଁ ନାହିଁ ନ ଥିବା ଦୁର୍ଦଶା ଭୋଗୁଛନ୍ତି l ନଦୀ ଉପରେ ପୋଲ ନାହିଁ l ପାଣି ସ୍ରୋତ କମିଲେ ନିଜ ଉଦ୍ୟମରେ ଲୋକେ କରୁଛନ୍ତି ବାଉଁଶ ପୋଲ l
ତାହା ମଧ୍ୟ ବିପଦଜନକ ଅବସ୍ତା ରେ ଚାଉଳ,  ଭତ୍ତା, ସ୍ୱାସ୍ଥ୍ୟ ,ଶିକ୍ଷା  ତଥା ଅନ୍ୟାନ୍ୟ ସେବା ସୁବିଧା ପାଇଁ ବାଉଁଶ ପୋଲ ହିଁବ ଏକମାତ୍ର ଭରସା l ଅତି ସନ୍ତର୍ପଣରେ ଆସିବା ବେଳେ ମଧ୍ୟ ଖସି ପଡୁଛନ୍ତି ସାନ,  ବଡ଼ ସମସ୍ତେ l ସେହିପରି ୧୨ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିଲେ ସୁଦ୍ଧା ସ୍କୁଲ କିମ୍ବା ଅଙ୍ଗନୱାଡି ଟିଏ ବି ନାହିଁ ସେଠାରେ l
ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଂଚାଇବା ମଧ୍ୟ ବ୍ୟବସ୍ଥା ହୋଇ ପାରିନାହିଁ ଏଯାବତ ଯାହାକୁ ନେଇ ଏବେ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।ତେବେ ଏ ସମ୍ପର୍କରେ ଆମେ ସ୍ଥାନୀୟ ପ୍ରଶାସନ ପାଖରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ବି ସରକାରଙ୍କ ନୂଆଁ ଆଇନ ପାଇଁ ସେ କୌଣସି ପ୍ରତିକ୍ରିୟା ମିଡ଼ିଆ ସାମ୍ନା ରେ ରଖି ପାରିବେ ନାହିଁ ବୋଲି ସିଧା ସଳଖ ମନା କରିଛନ୍ତି । ତେବେ ଆଗାମୀ ଦିନରେ ଏଇ ଗାଁ ମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀ ଦାବି କରିଥିବା ବେଳେ ଏମାନଙ୍କ ଦାବି ସରକାର କେବେ ଶୁଣୁଛନ୍ତି ତାହା ଦେଖିବା ପାଇଁ ବାକି ରହିଲା
Leave A Reply