Odisha news

ଛେଳିକୁ ଉଦ୍ଧାର କରିବାକୁ ଯାଇ ଭରାନଦୀ ମଝିରେ ଫସିଲେ ଦୁଇଯୁବକ , ତାପରେ…..

0

ବାରିପଦା : ଛେଳି ଦୁଇଟିକୁ ଉଦ୍ଧାର କରିବାକୁ ଯାଇ ଭରାନଦୀ ମଝିରେ ଫସିଲେ ଦୁଇଯୁବକ, ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ବୁଢାବଳଙ୍ଗ ନଦୀରେ । ଘଟଣରୁ ପ୍ରକାଶ ଯେ, ବାଙ୍ଗିରିପୋଷି ଅଞ୍ଚଳର ଦୁଇଯୁବକ ଦେବେନ୍ଦ୍ର ସିଂ ଓ ଉପେନ୍ଦ୍ର ସିଂ ବୁଢାବଳଙ୍ଗ ନଦୀରେ ଗାଧୋଉଥିବାବେଳେ ହଠାତ୍ ନଦୀରେ ପାଣିର ସ୍ରୋତ ଓ ପ୍ରଖର ବଢିବାକୁ ଲାଗିଥିଲା । ଏହି ସମୟରେ ନଦୀ ମଝିରେ ଦୁଇଟି ଛେଳି ମଧ୍ୟ ଫସିଯାଇଥିଲେ ।

ଉକ୍ତ ଛେଳିକୁ ଉଦ୍ଧାର କରିବାକୁ ଯାଇ ଦେବେନ୍ଦ୍ର ଓ ଉପେନ୍ଦ୍ର ମଧ୍ୟ ଭରାନଈରେ ଫସିଯିବା ସହ ଏକ ପଥରଟାକୁରେ ଆଶ୍ରୟ ନେଇଥିଲେ । ନଦୀରେ ପାଣି ବଢୁଥିବାବେଳେ ସାହାଯ୍ୟ ପାଇଁ ଦୁଇଯୁବକ ପାଟି କରିଥିଲେ । ସେମାନଙ୍କ ଡାକଶୁଣି ଉକ୍ତ ଅଞ୍ଚଳରେ ଭିଡ ଜମିବା ସହ ସ୍ଥାନୀୟ ଅଞ୍ଚଳବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଶେଷରେ ଦୀର୍ଘସମୟ କସରତ ପରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇଯୁବକ ଓ ଛେଳିକୁ ଉଦ୍ଧାର କରାଯାଇଥିଲା ।

Leave A Reply