ବାରିପଦା, : ବାରିପଦା ସହର ଏଲଆଇସି ଅଫିସ ନିକଟସ୍ଥ ରେଲୱେ କ୍ରସିଂ ନିକଟରୁ ଜଣେ ଯୁବକଙ୍କ ଠାରୁ ୬୨ହଜାରରୁ ଉଦ୍ଧ୍ୱର୍ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯିବା ସହ ଯୁବକଙ୍କୁ ଗିରଫ କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଏକ ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ଟାଉନ ପୋଲିସ ପକ୍ଷରୁ ଅତର୍କୀତ ଚଢଉ କରାଯାଇ କୁଳିଅଣା ଥାନା ଅନ୍ତର୍ଗତ ସାନପଳସା ଗ୍ରାମର ଶ୍ୟାମସୁନ୍ଦର ମଢୁଆଲ(୨୬)ଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ଏକ ବ୍ୟାଗରୁ ୯କିଲୋରୁ ଉଦ୍ଧ୍ୱର୍ ଗଞ୍ଜେଇ ଜବତ କରାଯାଇଥିଲା । ଏନେଇ ବାରିପଦା ଟାଉନଥାନାରେ ୬୪୫/୨୦ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା ।