ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବିଜୁଜନତା ଦଳର ଦକ୍ଷ ନାରିନେତ୍ରୀ ସମ୍ପା ମଜୁମ୍ଦାରଙ୍କୁ ନବରଙ୍ଗପୁର ଜିଲ୍ଲା ମହିଳା ସଂଗଠନର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଅଛି । ଏହି ନୂତନ ନିଯୁକ୍ତି ପାଇବାପରେ ସମ୍ପା ମଜୁମ୍ଦାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡିର ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ତଥା ଯାଜପୁର ବିଧାୟକ ବବି ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରୀମତୀ ମଜୁମ୍ଦାର ବହୁବର୍ଷ ଧରି ବିଜୁଜନତା ଦଳରେ ବିଭିନ୍ନ ସାଂଗଠନିକ କାର୍ଯ୍ୟରେ ଦକ୍ଷତାର ସହ କାର୍ଯ୍ୟ ତୁଲାଇଥିଲେ । ଏଥିସହ ଶ୍ରମତୀ ମଜୁମ୍ଦାର ରାଜ୍ୟ ବିଜେଡି ମହିଳାଦଳର ଉପସଭାପତି ଓ ସାଧାରଣସମ୍ପାଦକ ପଦସହ ରାଜ୍ୟ ସୋସିଆଲ ୱେଲଫେଆର୍ ବୋର୍ଡର ସଦସ୍ୟ ଭାବେ କାର୍ଯ୍ୟନିର୍ବାହ କରିବାସହ ନିର୍ବାଚନ ସମୟରେ ଜଳେଶ୍ୱର, ନବରଙ୍ଗପୁର, କୋରାପୁଟ୍, ବରଗଡ, ସୋର ଓ ଭଦ୍ରକ ଆଦିରେ ପ୍ରଭାରୀ ଭାବେ କାର୍ଯ୍ୟ ତୁଲାଇଛନ୍ତି ।