Odisha news

ରେଳ ବିଭାଗ ଦ୍ୱାରା ରାସ୍ତାବନ୍ଦ ; ଗ୍ରାମବାସୀ ଅସ୍ତ୍ରଶସ୍ତ୍ର ଧରି ପ୍ରତିବାଦ କଲେ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମରେ ରେଳବିଭାଗ ଦ୍ୱାରା ରାସ୍ତାବନ୍ଦକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ପାରମ୍ପାରିକ ଅସ୍ତ୍ରଶସ୍ତ୍ର ହାତରେ ଧରି ଏହି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ରାସ୍ତା ଅବରୋଧ କରି ଦୃଢ ପ୍ରତିବାଦ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରଙ୍ଗାମାଟିଆ ଗ୍ରାମଠାରେ ଥିବା ରେଲୱେ କ୍ରସିଂକୁ ରେଲୱେ ବିଭାଗ ପକ୍ଷରୁ ତାରଜାଲି ଓ ବାଡଦେଇ ବନ୍ଦ କରିଦିଆଯାଇଛି ।

ଫଳରେ ଏହି ରାସ୍ତାରେ ଜାତାୟତ କରୁଥିବା ଗ୍ରାମବାସୀଙ୍କର ଗମନାଗମନ କରିବା ବନ୍ଦ ହୋଇଯାଇଛି । ରେଳବାଇ ପକ୍ଷରୁ ଏପରି ପଦକ୍ଷେପକୁ ଦୃଢ ବିରୋଧ କରିଛନ୍ତି ଅଞ୍ଚଳବାସୀ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ବାରିପଦା ଟାଉନଥାନା ଓ ସଦରଥାନା ଅଧିକାରୀ ଦ୍ୱୟଙ୍କ ସହ ରେଲୱେ ପୋଲିସ ଫୋର୍ସ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏହି ଦାବି ସମ୍ବନ୍ଧରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଦାବି ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶୃତି ଦିଆଯିବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ଏହି କାର୍ଯକ୍ରମରେ ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀଙ୍କ

Leave A Reply