Odisha news

ପୋଷ୍ଟାଲ ବାଲଟ ମତଦାନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ

ନିର୍ବାଚନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ପୋଷ୍ଟାଲ ବାଲଟ ମତଦାନ ଏବଂ ଏହାକୁ ଦାୟିତ୍ୱର ସହିତ କାର୍ଯ୍ୟକାରୀ କରାଇବା ଆମ କର୍ତ୍ତବ୍ୟ : ଜିଲ୍ଲା ନିର୍ବାଚନ ଅଧିକାରୀ

0

ବାରିପଦା : ନିର୍ବାଚନ ସମୟରେ ମତଦାନରେ ସବୁଠୁ ମହତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରେ, ପୋଷ୍ଟାଲ ବାଲଟ । ଏଣୁ ୨୦୨୪ ସାଧାରଣ ନିର୍ବାଚନର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶକୁ ମୟୂରଭଞ୍ଜ ଜିଲ୍ଲାରେ ମୁଖ୍ୟ ପ୍ରାଧାନ୍ୟ ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନେ୍ଦ ଏବଂ ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ତଥା ସମସ୍ତ ରିଟର୍ଣ୍ଣିଙ୍ଗ ଅଫିସର ଏବଂ ଅତିରିକ୍ତ ରିଟର୍ଣ୍ଣିଙ୍ଗ ଅଫିସର ମାନଙ୍କ ଅଧ୍ୟକ୍ଷତାରେ ଉଦଳା ଏବଂ ବାରିପଦା ନିର୍ବାଚନ ମଣ୍ଡଳୀର ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ କାର୍ଯ୍ୟକାରୀ ଅଧିକାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଶିକ୍ଷଣ, ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହେଉଥିବାବେଳେ, ଜିଲ୍ଲାପାଳ ଶ୍ରୀ ସିନେ୍ଦ କହିଥିଲେ ଯେ, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ପ୍ରତ୍ୟେକଟି ମତଦାତାଙ୍କୁ ଦାୟିତ୍ୱର ସହିତ ଏବଂ ସମସ୍ତ ଅଧିକାରୀ ମାନଙ୍କୁ କର୍ତ୍ତବ୍ୟନିଷ୍ଠତା ସହିତ ଅନୁଧ୍ୟାନ କରିବାକୁ ହେବ ।

ପ୍ରକାଶ ଥାଉକି, ଏହି ପୋଷ୍ଟାଲ ବାଲଟ ଭୋଟିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ (ସର୍ବନିମ୍ନ ୪୦%) ଶାରୀରିକ ଅକ୍ଷମ ବ୍ୟକ୍ତି, ସମସ୍ତ ଚାକିରିଆ ବ୍ୟକ୍ତି ଏବଂ ୮୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଚାଲିବୁଲି ପାରୁ ନଥିବେ ସେମାନଙ୍କ ପାଇଁ ଉଦ୍ଧିଷ୍ଟ । ସୂଚନା ଥାଉକି, ମୟୂରଭଞ୍ଜ ଜିଲ୍ଲାରେ ସର୍ବମୋଟ ୪୮୯୩ ଜଣ ଚାକିରିଆ ମତଦାତା ଅଛନ୍ତି ଏବଂ ନିର୍ବାଚନ କମିଶନଙ୍କ ନିଦେ୍ର୍ଧଶ ଅସୁସାରେ ସମସ୍ତ ସରକାରୀ ଚାକିରିଆଙ୍କ ପାଟି ବା ପନôୀ ଯଦି ତାଙ୍କ ସହିତ ରହୁ ଥିବେ ତେବେ ସେମାନେ ମଧ୍ୟ ଏହି ପୋଷ୍ଟାଲ ବାଲଟ ଭୋଟିଂ ପାଇଁ ଯୋଗ୍ୟ ଅଟନ୍ତି । ପୋଲିସ ସେବା, ଜରୁରୀକାଳୀନ ସେବା, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା ଇତ୍ୟାଦି ସମେତ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ପ୍ରାଧୀକୃତ ଗଣମାଧ୍ୟମ ପ୍ରତିନିଧି ଯେଉଁମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି, ସେମାନଙ୍କୁ ମଧ୍ୟ ଏହି ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ ଦେବାର ବ୍ୟବସ୍ଥା କରାଯାଇଛି । ସରକାରୀ ଚାକିରିଆ ମାନେ ନିର୍ବାଚନ କମିଶନ ଫର୍ମ-୧୨ ଦ୍ୱାରା ଏହି ବ୍ୟବସ୍ଥାର କାର୍ଯ୍ୟକାରୀ କରାଇ ପାରିବେ । ଅତ୍ୟାବଶ୍ୟକୀୟ ସେବାରେ କାର୍ଯ୍ୟକାରୀ ଥିବା କର୍ମଚାରୀ ମାନେ ମଧ୍ୟ ହୋମ-ଭୋଟିଂ ବା ଗୃହ ମତଦାନ କରିବା ନେଇ ମଧ୍ୟ ଏହି ପ୍ରଶିକ୍ଷଣରେ କୁହାଯାଇଥିଲା ।

ଏହା ଫଳରେ କେହି ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେ ଦିଗରେ ପ୍ରଶାସନ ଧ୍ୟାନ ଦେବ ବୋଲି ସମବେତ ଭୋଟରଙ୍କୁ ସୂଚନା ଦେଇଥିଲେ ଶ୍ରୀ ମହାପାତ୍ର । ପୋଷ୍ଟାଲ ବାଲାଟ ଭୋଟିଂ, ଆପ ବ୍ୟବହାର ଦ୍ୱାରା ଭୋଟ ପ୍ରକ୍ରିୟା ସରଳୀକରଣ ହେବା ଦ୍ୱାରା ମତଦାନ ଲୋକାଭିମୁଖୀ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ମତଦାତାଙ୍କ ପ୍ରତି ସ୍ୱତନ୍ତ୍ର ଯନôବାନ ହେଲେ ମତଦାନ ପରିମାଣ ବୃଦ୍ଧି ହେବା ସହ ଏକ ରାଷ୍ଟ୍ର ଗଠନରେ ସମସ୍ତଙ୍କ ଭୂମିକା ରହିବା ବୋଲି ସେ କହିଥିଲେ । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମତଦାତା ମାନଙ୍କୁ ମତଦାନ କେନ୍ଦ୍ରକୁ ନେବା ଆଣିବା ସାଙ୍ଗକୁ ଏହି ମତଦାତା ମାନଙ୍କୁ ପ୍ରାଥମିକତା ଭିତ୍ତିରେ ମତଦାନ କରିବା ସୁଯୋଗ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ହୋମ ଭୋଟିଂ, ପୋଷ୍ଟାଲ ବାଲାଟ, ସ୍ୱତନ୍ତ୍ର ଗାଡି ଦ୍ୱାରା ମତଦାନ କେନ୍ଦ୍ରକୁ ଯିବା, ରାମ୍ପ ବ୍ୟବସ୍ତା ସହ ହୁଇଲଚେୟାର ଆଦି ଉପଲବ୍ଧ କରାଯିବାକୁ ନେଇ ସେମାନଙ୍କୁ ଜଣାଯାଇଥିଲା । ନିୟୋଜିତ ବିଏଲଓ ମାନେ ଘରକୁ ଘରଯାଇ ଏହି ସମସ୍ତ ଭୋଟର ମାନଙ୍କ ତଥ୍ୟ ସଂଗ୍ରହ କରିବା ସହ ରିଟର୍ନିଗଂ ଅଧିକାରୀଙ୍କ ନିକଟରେ ଏହାକୁ ଦାଖଲ କରିବେ । ଦୃଷ୍ଟି ବାଧିତ ଭୋଟରମାନେ ନିଜସହ ଜଣକୁ ଭୋଟ ଦେବାକୁ କେନ୍ଦ୍ରକୁ ନେଇପାରିବେ । ଏହାସହ ଇଭିଏମରେ ବ୍ରେଲି ସଲଘ୍ନ ସୁବିଧା ଯୋଗୁଁ ସେମାନଙ୍କୁ ଭୋଟ ଦେବାକୁ ସୁବିଧା ହେବ ବୋଲି ସୂଚନା ଦିଆଯାଇଥିଲା । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ, ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାଏକ, କପ୍ତିପଦା ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ସମସ୍ତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କ ସମେତ କପ୍ତିପଦା ଏବଂ ବାରିପଦା ଉପଖଣ୍ଡର ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀଗଣ ଉପସ୍ଥିତ ଥିବାର ସୂଚନା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ ।

Ad2
Leave A Reply