ବାରଙ୍ଗ : ଦେଶର ପ୍ରଥମ ଅଲ୍ ଟେରାଇନ୍ ଭେଇକିଲ (ଏ ଟି ଭି ) ଓଡ଼ିଶାର ବିଭିନ୍ନ ଦୁର୍ଗମ ଜଙ୍ଗଲରେ ଦୌଡିବ । ନିଆଁ ଲିଭାଇବା ସହିତ ଜୀବଜନ୍ତୁ ଉଦ୍ଧାର କାର୍ଯ୍ୟରେ ସହାୟକ ହେବ । ଏଥର ୧୮ ଟି ଜିଲ୍ଲାର ଜଙ୍ଗଲରେ ପାଇଁତରା ମାରିବ ୧୩୯ ଏ ଟି ଭି ଗାଡ଼ି । ନିଆଁକୁ କରିବ ନିୟନ୍ତ୍ରଣ। ଖାଲି ନିଆଁ କୁ ନୁହେଁ ,ନିଆଁ ନଲାଗିବା ସହିତ ବାଲି, ମାଟି , କାଦୁଅ ରାସ୍ତା , ପାହାଡିଆ ଅଞ୍ଚଳ ଏବଂ ଯେଉଁଠି ରାସ୍ତା ନାହିଁ ସେଠାରେ ମଧ୍ୟ ରାସ୍ତା କରି ଯାଇପାରିବ । ଏବଂ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ଥିବା ୧୩୯ଟି ଗାଡିକୁ ବିଭିର୍ଣ ବନ୍ୟପ୍ରାଣି ବନଖଣ୍ଡକୁ ପ୍ରଦାନ କରାଯାଇଛି ।
ରାଜ୍ୟରେ ଥିବା ସମସ୍ତ ବନ୍ୟପ୍ରାଣି ବନଖଣ୍ଡର ସୁରକ୍ଷା ପାଇଁ ଶୁକ୍ରବାର ଦିନ ରାଜ୍ୟ ଉଦ୍ଭିଦ ଉଦ୍ୟାନର ମୁଖ୍ୟ ଗେଟ୍ ସାମ୍ନାରେ ସ୍ବତନ୍ତ୍ର ଭାବେ କଷ୍ଟୋମାଇଜଡ୍ ହୋଇଥିବା ୫୧ ଟି ଅଲ-ଟେରେନ୍ ମୋଟର ଯାନ (ଏଟିଭି), କଷ୍ଟୋମାଇଜଡ୍ ସ୍ପ୍ରିଙ୍କଲର ସିଷ୍ଟମ୍ ସହିତ 41 ଅଗ୍ନି ନିର୍ବାପକ ୟୁନିଟ୍ ଏବଂ 47 ଅଗ୍ନି ନିରାକରଣ ସହାୟତା ୟୁନିଟ୍ ସମେତ ୧୩୯ ଟି ଗାଡ଼ିକୁ ବିଭିନ୍ନ ଜଙ୍ଗଲ ବିଭାଗକୁ ପ୍ରଦାନ କରାଯାଇଛି। ପ୍ରଥମେ ୧୮ ଟି ଜିଲ୍ଲାକୁ ଦିଆଯିବ ବୋଲି ଉପ ବନ ସଂରକ୍ଷଣ ସୋମକ୍ ସାମନ୍ତରାୟ ସୂଚନା ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ଏହି ଗାଡ଼ି ଅଧିକ ତୀବ୍ର ପଇଁତରା ମାରିବା ସହିତ ପର୍ଯ୍ୟଲୋଚନା ଏବଂ ନୀରିକ୍ଷଣ ସୁନିଶ୍ଚିତ କରିବା ପାଇଁ ଏଟିଭି ଗୁଡିକ ନିର୍ଦ୍ଦିଷ୍ଟ ଭାବରେ ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଦୃଷ୍ଟିରେ ରଖ୍ କଷ୍ଟୋମାଇଜଡ୍ କରାଯାଇଛି । ଉନ୍ନତ ଗତିଶୀଳତା ନିଶ୍ଚିତ କରିବା ,ପ୍ରତିକ୍ରିୟା ସମୟ କମ୍ କରିବା ଏବଂ ଗୁପ୍ତ କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ବତନ୍ତ୍ର ଭାବେ କଷ୍ଟୋମାଇଜଡ ହୋଇଛି ୫୧ ଟି ଏ ଟି ଭି । ସ୍ପ୍ରିଙ୍କଲର ସିଷ୍ଟମ ସହିତ ଅଗ୍ନି ନିର୍ବାପକ ଯାନ ଗୁଡ଼ିକ ବିଶେଷ ଭାବରେ ସଡକ ପାର୍ଶ୍ବରେ ଘଟୁଥିବା ଅଗ୍ନିକାଣ୍ଡ ଏବଂ ପ୍ରତିକ୍ରିୟା ସମୟକୁ ହ୍ରାସ କରି ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କ୍ଷୟକୁ କମ୍ କରିବା ପାଇଁ ବିଶେଷ ଭାବରେ ଏହି ଗାଡ଼ି କୁ ଡିଜାଇନ୍ କରାଯାଇଛି । ଏଥିସହ ଅଗ୍ନି ନିରାପତ୍ତା ୟୁନିଟ୍ ଗୁଡ଼ିକ ଅଗ୍ନି ନିରାପତ୍ତା ତଥା ଅଗ୍ନି ନିର୍ବାପକ ପାଇଁ ତ୍ବରିତ ପଦକ୍ଷେପରେ ଉନ୍ନତି ପାଇଁ ସହାୟକ ହେବ ।ଏହି ଯାନ ଗୁଡ଼ିକୁ ଟାଟା ମୋଟର୍ସ ଏବଂ ମହିନ୍ଦ୍ରା କମ୍ପାନୀର ବରିଷ୍ଠ ଅଧିକାରୀ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ବିତରଣ କରାଯାଇଛି। ଏହି ବିତରଣ ଉତ୍ସବ ରେ ପି ସି ସି ଏଫ୍ ସୁଶାନ୍ତ ନନ୍ଦ ,ଦେବିଦତ୍ତ ବିଶ୍ଵାଳ ,ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି ନାୟାର , ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ପ୍ରମୁଖ ଯୋଗଦାନ କରିଥିଲେ ।