Odisha news

ଉଦ୍ଘାଟନ ହେଲା ବାନର ୱାଲ୍ଡ ,ପର୍ଯ୍ୟଟକ ଦେଖି ପାରିବେ ବିଶ୍ଵ ର ୭ ପ୍ରଜାତି ବାନର

0
ବାରଙ୍ଗ :  ପର୍ଯ୍ୟଟକଙ୍କୁ ଭେଟି ଦେଲେ ନନ୍ଦନକାନନ କତ୍ତୃପକ୍ଷ । ଏଣିକି ରିଲ୍ ନୁହେଁ ରିୟଲ ରେ ଦେଖିପାରିବେ  ବିଶ୍ଵ ର ୭ ପ୍ରଜାତିର ବାନର । କାହିଁକି ନା ଦୀର୍ଘ ଦିନ ଅପେକ୍ଷା ପରେ ଶେଷରେ ନନ୍ଦନକାନନ କର୍ତ୍ତୁପକ୍ଷ  ପର୍ଯ୍ୟଟକଙ୍କୁ ଭେଟି ସ୍ୱରୂପ ବିଶ୍ଵର ବାନର ଖୁଆଡ କୁ ଉଦ୍ ଘାଟନ କରିଛନ୍ତି । ରବିବାର ଦିନ ଜଙ୍ଗଲ ଓ ପରିବେଶମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।ଉଦ୍ଘାଟନ ପରେ ପର୍ଯ୍ୟଟକମାନେ ଦେଶ ବିଦେଶର ବାନର ମାନଙ୍କୁ ଦେଖି ଖୁସି ମନାଇଛନ୍ତି।
ଏହି ଉଦ୍ ଘାଟନ ଉତ୍ସବରେ ମନ୍ତ୍ରୀ ଯୋଗଦାନ କରି  ନନ୍ଦନକାନନକୁ ବିଶ୍ବସ୍ତରୀୟ କରିବାପାଇଁ ସବୁପ୍ରକାର ଉଦ୍ୟମ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି।ନୂଆ ଜ୍ଞାନ କୌଶଳରେ  ନନ୍ଦନକାନନରେ  ନୂଆକରି ହୋଇଥିବା ବିଦେଶାଗତ ବାନର ଖୁଆଡ ଭାରତ ବର୍ଷରେ ଅନ୍ୟ  ଚିଡ଼ିଆଖାନାରେ ନାହିଁ । ଯାହା ଓଡ଼ିଶା ପାଇ ଗର୍ବର ବିଷୟ ଏବଂ ଆଗାମୀ ଦିନରେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି  ଏବେ ପ୍ରାଣୀ ଉଦ୍ୟାନ ରେ ୭ପ୍ରଜାତିର ବାନର ଥିବାବେଳେ ଆଉ ୪ପ୍ରଜାତିର ବାନର ଖୁବ୍ ଶୀଘ୍ର ଆସିବ ଏବଂ ଆସିଥିବା ମାଙ୍କଡମାନେ ଏଠାକାର ଜଳବାୟୁ ସହ ଖାପ ଖୁଆଇ ଚାଲିବା ଆରମ୍ଭ କରିଦେଇଥିବା ବେଳେ ସେମାନଙ୍କ ବଂଶ ବୃଦ୍ଧି ମଧ୍ୟ ଘଟିବ ବୋଲି ପିସିସି ଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି। ତେବେ ନନ୍ଦନକାନନ କର୍ତ୍ତୁପକ୍ଷ ସଦା ସର୍ବଦା ବିଭିନ୍ନ ଯୋଜନା କରି ବେଶ୍ ଚର୍ଚ୍ଚା ରେ ରହିଥିବା ବେଳେ ପୁଣି ବିଶ୍ଵ ବାନର ଜଗତକୁ ଦୃଷ୍ଟିରେ ରଖି ନୂତନ ବିଦେଶୀ ବାନର ଖୁଆଡ ନିର୍ମାଣ କରିବା ପାଇଁ ଯୋଜନା କରିଥିଲେ ।
୧.୭୫କୋଟି ଟଙ୍କାରେ ଅଟକଳ ରେ  ୧୩,୬୬୫.୨୦ବର୍ଗ ଫୁଟ ପରିମିତ ଅଞ୍ଚଲରେ  ନୂଆକରି ବିଦେଶୀ ବାନର ଖୁଆଡ ନିର୍ମାଣ କରି ପର୍ଯ୍ୟଟକ ଙ୍କୁ ଭେଟି ଦେଇଛନ୍ତି ।ଏହି ବାନର ଖୁଆଡ ରେ  ୭ଗୋଟି  ପାକୃତିକ୍ ପରିବେଶ ବେଷ୍ଟିତ ଖୁଆଡ ,୧୮ଗୋଟି ଖାଦ୍ୟଗ୍ରହଣ ଗୃହ,୧୦ଗୋଟି  ବ୍ୟାକକ୍ରଲ୍  ରହିଛି।ପର୍ଯ୍ୟଟକମାନଙ୍କ ସୁବିଧା ପାଇ  ଉନ୍ନତମାନର ରାସ୍ତା,  କାଚବାଡ ଯୁକ୍ତ  ପ୍ରଦର୍ଶନୀଖୁଆଡ,ଜଳ ଫୁଆର, ପକୃତିକ୍ ସୌନ୍ଦର୍ୟ୍ଯକରଣ କରାଯାଇଛି । ଏହି ପାକୃତିକ ଖୁଆଡରେ ବିଶ୍ଵର ୭ପ୍ରଜାତିର ବାନର ରଖାଯାଇଛି। ସେଗୁଡିକ ହେଲା ତୁଳା ମୁଣ୍ଡିଆ ତାମାରିନ,ସୁନେଲି ହାତ ତାମାରିନ,ସିଆମଙ୍ଗ,କଳାକାନ ମାର୍ମୋସେଟ୍, ଧଳାକାନ ମାର୍ମୋ ସେଟ୍, ଜିଓଫ୍ରେ ମାର୍ମୋସେଟ୍,ଗୁଣ୍ଡୁଚି ମାଙ୍କଡକୁ ନେଇ ୭ପ୍ରଜାତିକୁ ନୂଆ ଖୁଆଡରେ ରଖାଯାଇଛି ।ଏହି ୭ପ୍ରଜାତି ମଧ୍ୟରୁ ତୁଳା ମୁଣ୍ଡିଆ ତାମାରିନ, ସିଆମଙ୍ଗ,ଧଳାକାନ ମାର୍ମୋସେଟ୍, ଜିଓଫ୍ରେ ମାର୍ମୋସେଟ୍ ନୂଆକରି ନନ୍ଦନକାନନକୁ ଅଣାଯାଇଛି ।ଏହି ନୁଆ ଅତିଥିଙ୍କୁ ବଡ଼ବିଲ କେଉଝରର ଏସ ଏନ ମହାନ୍ତି ଗ୍ରୁପ ପକ୍ଷରୁ ପ୍ରଦାନ କରାଯାଇଛି ସୂଚନା ମିଳିଛି । ଅନ୍ୟପଟେ ଏହି  ଉଦ୍ ଘାଟନ ଉତ୍ସବରେ  ନିର୍ଦ୍ଦେଶକ ମନୋଜ ଭି ନାୟାର ,ଉପନିର୍ଦେଶକ ସନତ କୁମାର ନାରାୟଣ , ସିକୁରିଟି ରେଞ୍ଜର ଭଗବାନ ବିଶୋଇଙ୍କ ସମେତ  ଉପସ୍ଥିତ ରହିଥିଲେ ।
Leave A Reply