ବାରଙ୍ଗ : ଡେରାସଡ୍ୟାମ ସାମ୍ନାରେ ଥିବା ଫାର୍ମହାଉସର ଗେଟର ତାଲାଭାଙ୍ଗି ପାଣିପମ୍ପ, ତାରଜାଲି, ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ନେଇଥିବା ଅଭିଯୋଗରେ ମେଣ୍ଢାଶାଳଫାଣ୍ଡିପୋଲିସ ଭଗବତୀପୁରର ଅନାମବେହେରା(୩୦) ନାମକ ଯୁବକକୁ ଗିରଫକରି ଶନିବାରଦିନକୋର୍ଟଚାଳଣ କରିଛି ।ତାଙ୍କଠାରୁ ଚୋରୀ ପାଣିପମ୍ପ ଜବତ କରିଛି ।
ପ୍ରକାସ ଯେ,ଗତ୧୬ତାରିଖରେ ଅନାମ ଡେରାସଡ୍ୟାମ ସାମ୍ନାରେ ଥିବା ଏକ ଫାର୍ମହାଉସରେ କେହିନଥିବାର ସୁଯୋଗରେ ଗେଟର ତାଲାଭାଙ୍ଗି ଭିତରକୁପଶି ପାଣି ପମ୍ପ, ତାର ଜାଲି, ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ କରି ନେଇ ଯାଇଥିଲେ ।ଏବିଷୟରେଶରତ କୁମାର ସାହୁଙ୍କ ଅଭିଯୋଗକୁ ଭିତିକରି ପୋଲିସ୨୧/୨୪କେଶନଂରେ ଏକ ମକଦ୍ଦମାରୁଜୁକରି ମେଣ୍ଢାଶାଳ ଫାଣ୍ଡିପୋଲିସ ତଦନ୍ତଆରମ୍ଭ କରିଥିଲା ।ଶୁକ୍ରବାରରାତିରେ ଅନାମ ଚୋରୀ ପାଣିପମ୍ପକୁ ବିକ୍ରିଉଦ୍ଦେଶ୍ୟରେ କଣ୍ଟାବାଡ ଛକରେ ଛିଡାହୋଇଥିବାବେଳେ ପୋଲିସ ତାକୁଧରିବା ସହ ଥାନାକୁଆଣି ପଚରାଉଚରା କରିବାପରେ ସେ ଚୋରିକରିଥିବାର ସ୍ୱିକାର କରିଥିଲା ।